ନିପା ଭାଇରସ : ଭାରତକୁ ଡବ୍ଲ୍ୟୁଏଚ୍‌ଓ ମୁଖ୍ୟଙ୍କ ଚେତାବନୀ

Advertisment

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍‌ଓ) ଭାରତରେ ସମ୍ପ୍ରତି ଦେଖାଦେଇଥିବା ନିପା ଭାଇରସ ସମ୍ପର୍କରେ ଏକ ଚେତାବନୀ ଜାରି କରିଛି। ଡବ୍ଲୁଏଚ୍‌ଓ ନିର୍ଦ୍ଦେଶକ ଜେନେରାଲ ଟେଡ୍ରୋସ୍ ଆଧାନମ୍ ଘେବ୍ରେୟସସ୍ କହିଛନ୍ତି, ନିପା ଭାଇରସ ମାମଲା ଅତ୍ୟନ୍ତ ଗମ୍ଭୀର

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍‌ଓ) ଭାରତରେ ସମ୍ପ୍ରତି ଦେଖାଦେଇଥିବା ନିପା ଭାଇରସ ସମ୍ପର୍କରେ ଏକ ଚେତାବନୀ ଜାରି କରିଛି। ଡବ୍ଲୁଏଚ୍‌ଓ ନିର୍ଦ୍ଦେଶକ ଜେନେରାଲ ଟେଡ୍ରୋସ୍ ଆଧାନମ୍ ଘେବ୍ରେୟସସ୍ କହିଛନ୍ତି, ନିପା ଭାଇରସ ମାମଲା ଅତ୍ୟନ୍ତ ଗମ୍ଭୀର

02bbs_3_02022026_111

Photograph: (KANAKNEWS)

କନକବ୍ୟୁରୋ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍‌ଓ) ଭାରତରେ ସମ୍ପ୍ରତି ଦେଖାଦେଇଥିବା ନିପା ଭାଇରସ ସମ୍ପର୍କରେ ଏକ ଚେତାବନୀ ଜାରି କରିଛି। ଡବ୍ଲୁଏଚ୍‌ଓ ନିର୍ଦ୍ଦେଶକ ଜେନେରାଲ ଟେଡ୍ରୋସ୍ ଆଧାନମ୍ ଘେବ୍ରେୟସସ୍ କହିଛନ୍ତି, ନିପା ଭାଇରସ ମାମଲା ଅତ୍ୟନ୍ତ ଗମ୍ଭୀର। ଏହି ଭାଇରସର ସାମ୍ପ୍ରତିକ ମାମଲା କେବଳ ଭାରତରେ ସୀମିତ ରହିଛି। ଅନ୍ୟ କୌଣସି ଦେଶରୁ ଏପରି କୌଣସି ମାମଲା ରିପୋର୍ଟ ହୋଇନାହିଁ। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ, ଡବ୍ଲୁଏଚ୍‌ଓ ମୁଖ୍ୟ ପଶ୍ଚିମବଙ୍ଗରେ ରିପୋର୍ଟ ହୋଇଥିବା ଦୁଇଟି ମାମଲା ସମ୍ପର୍କରେ ସୂଚିତ କରି କହିଛନ୍ତି, ୧୯୯୮ରେ ପ୍ରଥମ ଥର ପାଇଁ ଭାଇରସ ଚିହ୍ନଟ ହେବା ପରଠାରୁ ଏହା ରାଜ୍ୟରେ ତୃତୀୟ ମାମଲା। ଭାରତରେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୧୯୦ ରୁ ଅଧିକ ଲୋକଙ୍କ ଉପରେ ନଜର ରଖାଯାଇଛି। ଏପର୍ଯ୍ୟନ୍ତ କେହି ଏହି ରୋଗରେ ଆକ୍ରାନ୍ତ ହୋଇନାହାନ୍ତି। ଭାରତରେ ଏନେଇ ନିରୀକ୍ଷଣ ଓ ପରୀକ୍ଷା ବୃଦ୍ଧି କରାଯାଇଛି। ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକ ପ୍ରତିରୋଧ ଓ ନିୟନ୍ତ୍ରଣ ପଦକ୍ଷେପ କାର୍ଯ୍ୟକାରୀ କରୁଛନ୍ତି।ନିଜକୁ କିପରି ସୁରକ୍ଷା ଦେବେ ସେ ବିଷୟରେ ଲୋକମାନଙ୍କୁ ଶିକ୍ଷା ଦିଆଯାଉଛି।

ଅଧିକ ପଢନ୍ତୁ... ଭାରତ-ଇୟୁ ଚୁକ୍ତି: ପାକିସ୍ତାନର ଶୂନ-ଶୁଳ୍କ ମଧୁଚନ୍ଦ୍ରିକା ଶେଷ, ସଙ୍କଟରେ ୧ କୋଟି ଚାକିରି

ଭାଇରସ୍ ବ୍ୟାପିବାର ଆଶଙ୍କା କମ୍

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଗୋଟିଏ ଦିନ ପୂର୍ବରୁ କହିଥିଲା ଯେ, ଭାଇରସ ବ୍ୟାପିବାର ବିପଦ କମ୍ ରହିଛି। ଯାତ୍ରା ଅବା ବାଣିଜ୍ୟକୁ ପ୍ରତିବନ୍ଧକର କୌଣସି ଆବଶ୍ୟକତା ନାହିଁ। ମଣିଷଠାରୁ ମଣିଷକୁ ଏହାର ସଂକ୍ରମଣର କୌଣସି ପ୍ରମାଣ ଏପର୍ଯ୍ୟନ୍ତ ମିଳିନାହିଁ।
ପଶ୍ଚିମବଙ୍ଗରେ ନିପା ଭାଇରସର ଦୁଇ ମାମଲା
ଭାରତର ପଶ୍ଚିମବଙ୍ଗର ଉତ୍ତର ୨୪ ପରଗଣା ଜିଲ୍ଲାରେ ନିପା ଭାଇରସର ଦୁଇଟି ମାମଲା ରିପୋର୍ଟ ହୋଇଥିଲା। ଉଭୟ ନର୍ସିଂ ଷ୍ଟାଫ୍ ଥିଲେ। ଅଧିକାରୀମାନେ କହିଛନ୍ତି, ପରେ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ହୋଇଛି। ସେମାନଙ୍କର ନମୂନା ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆସିଛି। ପୁରୁଷ ନର୍ସଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ମହିଳା ନର୍ସଙ୍କୁ ଭେଣ୍ଟିଲେଟର ସପୋର୍ଟରୁ ବାହାର କରିଦିଆଯାଇଛି। ତାଙ୍କ ଉପରେ ନଜର ରଖାଯାଇଛି। ଉଭୟ ରୋଗୀଙ୍କ ମଧ୍ୟରେ ଡିସେମ୍ବର ୨୦୨୫ ଶେଷ ଭାଗରେ ଲକ୍ଷଣ ଦେଖାଯାଇଥିଲା । ସେମାନଙ୍କୁ ଜାନୁଆରି ୨୦୨୬ ଆରମ୍ଭରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା।
ନିପା ଭାଇରସ୍ କ’ଣ?
ନିପା ଭାଇରସ ମଣିଷ ଶରୀରରେ ହେଉଥିବା ସବୁଠାରୁ ବିପଜ୍ଜନକ ସଂକ୍ରମଣ ମଧ୍ୟରୁ ଗୋଟିଏ। ସଂକ୍ରମଣ ପରେ ମୃତ୍ୟୁହାର ୪୦ ରୁ ୭୫ ରହିଥାଏ। ନିପା ଭାଇରସ ଶରୀରର ପ୍ରତିରକ୍ଷା ପ୍ରଣାଳୀକୁ ଦୁର୍ବଳ କରିଦେଇଥାଏ। ଅନ୍ୟ ଭାଇରସ ସଂକ୍ରମଣ ପ୍ରାୟତଃ ସୁସ୍ଥତା ଆଣିଥାଏ, କିନ୍ତୁ ନିପା ଭାଇରସ ଏହାର ବିପରୀତ କାର୍ଯ୍ୟ କରିଥାଏ। ଏହା ପ୍ରତିରକ୍ଷା ପ୍ରଣାଳୀର ପ୍ରତିକ୍ରିୟାକୁ ଭୁଲ ଦିଗକୁ ନେଇଥାଏ। ଏହି ଭାଇରସ ବାଦୁଡ଼ି ସହିତ ନିକଟତର ମଣିଷ ସମ୍ପର୍କରୁ ଅବା ଦୂଷିତ ଖାଦ୍ୟ ମାଧ୍ୟମରେ ବ୍ୟାପିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe