କନକ ବ୍ୟୁରୋ : ଦୁଷ୍କର୍ମର ଶିକାର ହୋଇଥିବା ଭଦ୍ରକ ସିମୁଳିଆ ଥାନା ଅଞ୍ଚଳର ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଅଭିଯୁକ୍ତକୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି । ବିଭିନ୍ନ ରାଜନୈତିକ ଦଳର ନେତା ଡାକ୍ତରଖାନାରେ ପହଞ୍ଚି ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ପୀଡ଼ିତା ଛାତ୍ରୀ ଟ୍ୟୁସନ୍ ସାରି ସାଇକେଲ୍ ଯୋଗେ ଫେରୁଥିବା ବେଳେ ଦୁଷ୍କର୍ମର ଶିକାର ହୋଇଥିଲେ । ଏହାପରେ ଛାତ୍ରୀ ଜଣଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଥିଲା । ନାବାଳିକାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଭଦ୍ରକ ଏଡିଏମ୍ଓ ମିନତିଲତା ଦାସ କହିଛନ୍ତି । ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଡାକ୍ତରଖାନାରେ ପହଞ୍ଚି ପୀଡ଼ିତାଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାପାଇଁ ସିଡିଏମ୍ଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଘଟଣା ପରେ ତୀକ୍ଷ୍ଣ ନଜର ରଖାଯାଇଥିବା ଭଦ୍ରକ ଏସ୍ପି ମନୋଜ ରାଉତ କହିଛନ୍ତି । ବାଲେଶ୍ବର ଡିଆଇଜି ଡ. ସତ୍ୟଜିତ ନାୟକ ମଧ୍ୟ ଡାକ୍ତରଖାନାରେ ପହଞ୍ଚି ପୀଡ଼ିତାଙ୍କୁ ଭେଟି ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି ।
ଟ୍ୟୁସନ୍ ସାରି ଫେରୁଥିଲେ , ଦୁଷ୍କର୍ମର ଶିକାର ହେଲେ ନବମ ଶ୍ରେଣୀ ଛାତ୍ରୀ : ସ୍ଥିର ରହିଛି ସ୍ବାସ୍ଥ୍ୟାବସ୍ଥା
ପୀଡ଼ିତା ଛାତ୍ରୀ ଟ୍ୟୁସନ୍ ସାରି ସାଇକେଲ୍ ଯୋଗେ ଫେରୁଥିବା ବେଳେ ଦୁଷ୍କର୍ମର ଶିକାର ହୋଇଥିଲେ । ଏହାପରେ ଛାତ୍ରୀ ଜଣଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଥିଲା ।
/kanak/media/media_files/2025/08/12/rape-victim-2025-08-12-08-57-23.jpg)