ଇଣ୍ଡିଆ ମୋବାଇଲ କଂଗ୍ରେସର ନବମ ସଂସ୍କରଣ ; ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀର ଯଶୋଭୂମିରେ ଏସିଆର ସର୍ବବୃହତ ଟେଲିକମ୍ ଏବଂ ପ୍ରଯୁକ୍ତିବିଦ୍ୟା କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହୋଇ ୧୧ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ । ଚଳିତବର୍ଷ "ଇନୋଭେଟ୍ ଟୁ ଟ୍ରାନ୍ସଫର୍ମ" ଶୀର୍ଷକରେ ଅନୁଷ୍ଠିତ ହେଉଛି ଇଣ୍ଡିଆ ମୋବାଇଲ କଂଗ୍ରେସ ।

28 - Copy

କନକ ବ୍ୟୁରୋ :ଆଜି ଇଣ୍ଡିଆ ମୋବାଇଲ କଂଗ୍ରେସର ୯ମ ସଂସ୍କରଣ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ । ନୂଆଦିଲ୍ଲୀର ଯଶୋଭୂମିରେ ଏସିଆର ସର୍ବବୃହତ ଟେଲିକମ୍ ଏବଂ ପ୍ରଯୁକ୍ତିବିଦ୍ୟା କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହୋଇ ୧୧ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ । ଚଳିତବର୍ଷ "ଇନୋଭେଟ୍ ଟୁ ଟ୍ରାନ୍ସଫର୍ମ" ଶୀର୍ଷକରେ ଅନୁଷ୍ଠିତ ହେଉଛି ଇଣ୍ଡିଆ ମୋବାଇଲ କଂଗ୍ରେସ । ଡିଜିଟାଲ ପରିବର୍ତ୍ତନ ଏବଂ ସାମାଜିକ ପ୍ରଗତି ପାଇଁ ନବସୃଜନକୁ ଉପଯୋଗ କରିବା, ପ୍ରତି ଭାରତର ପ୍ରତିବଦ୍ଧତାକୁ ଉଜ୍ଜ୍ୱଳ କରି, "ଇନୋଭେଟ୍ ଟୁ ଟ୍ରାନ୍ସଫର୍ମ" ବିଷୟବସ୍ତୁ ଉପରେ ଦୂରସଂଚାର ବିଭାଗ ଏବଂ ସେଲ୍ୟୁଲାର ଅପରେଟର୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ ଦ୍ୱାରା ମିଳିତ ଭାବରେ ଆୟୋଜିତ ହେଉଛି ।

6G , କ୍ୱାଣ୍ଟମ୍ ଯୋଗାଯୋଗ, ସେମିକଣ୍ଡକ୍ଟର, ଅପ୍ଟିକାଲ୍ ନେଟୱାର୍କ ଏବଂ ସାଇବର ଠକେଇ ନିବାରଣକୁ ଗୁରୁତ୍ବ ଦିଆଯିବ । କାର୍ଯ୍ୟକ୍ରମରେ ୧.୫ ଲକ୍ଷରୁ ଅଧିକ ପରିଦର୍ଶକ, ୭ ହଜାରରୁ ଅଧିକ ବିଶ୍ୱ ପ୍ରତିନିଧି ଏବଂ ୧୫୦ରୁ ଅଧିକ ଦେଶରୁ ୪ ଶହରୁ ଅଧିକ କମ୍ପାନୀ ଯୋଗଦେବେ । ଜାପାନ, କାନାଡା, ରୁଷିଆ, ଆୟର୍ଲ୍ୟାଣ୍ଡ ଏବଂ ଅଷ୍ଟ୍ରିଆର ପ୍ରତିନିଧିମାନେ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe