କନକ ବ୍ୟୁରୋ: ବ୍ରିଟେନ୍ ପ୍ରଧାନମନ୍ତ୍ରୀ କିର ଷ୍ଟାରମରଙ୍କ ମୁହଁରୁ ବାହାରିଥିବା ଏହି ଶବ୍ଦ, ସମସ୍ତଙ୍କ ହୃଦୟ ଜିଣିନେଇଛି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ବେଶ୍ ଖୁସି ହୋଇଥିଲେ । ଭାରତ ଗସ୍ତରେ ଆସିଥିବା ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଓ ମୋଦୀଙ୍କ ମଧ୍ୟରେ ବିଭିନ୍ନ ଦ୍ବିପାକ୍ଷିକ ସମ୍ପର୍କକୁ ନେଇ ଆଲୋଚନା ହୋଇଛି । ଦ୍ୱିପାକ୍ଷିକ ଆଲୋଚନା ବେଳେ ଦୁଇ ନେତା ବାଣିଜ୍ୟ, ସୁରକ୍ଷା, ବୈଷୟିକ ଜ୍ଞାନକୌଶଳ, ଶିକ୍ଷା ଆଦି ବିଭିନ୍ନ ପ୍ରସଙ୍ଗକୁ ଗୁରୁତ୍ବ ଦେଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଭାରତ-ବ୍ରିଟେନ ସମ୍ପର୍କରେ ବିଶେଷ ପ୍ରଗତି ହୋଇଛି । ଗତ ଜୁଲାଇରେ ବ୍ରିଟେନ ଗସ୍ତ ସମୟରେ ଆମେ ଐତିହାସିକ ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟ ରାଜିନାମା ବା ସିଇଟିଏ ସ୍ୱାକ୍ଷର କରିଥିଲୁ । ଏହି ଚୁକ୍ତି ଦ୍ୱାରା ଦୁଇ ଦେଶ ମଧ୍ୟରେ ଆମଦାନୀ ଖର୍ଚ୍ଚ ହ୍ରାସ ପାଇବ, ଯୁବକମାନଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ, ବାଣିଜ୍ୟ ବୃଦ୍ଧି ପାଇବ ଏବଂ ଶିଳ୍ପ ଓ ଉପଭୋକ୍ତାମାନେ ମଧ୍ୟ ଉପକୃତ ହେବେ । ଭାରତ ଏବଂ ବ୍ରିଟେନ ମଧ୍ୟରେ ବୃଦ୍ଧି ପାଉଥିବା ଏହି ଭାଗୀଦାରି ବୈଶ୍ୱିକ ସ୍ଥିରତା ଏବଂ ଆର୍ଥିକ ପ୍ରଗତି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆଧାର ବୋଲି ମୋଦୀ କହିଛନ୍ତି ।

Advertisment

ବ୍ରିଟେନ୍ ପ୍ରଧାନମନ୍ତ୍ରୀ ମଧ୍ୟ, ଭାରତ ସହ ଚୁକ୍ତିକୁ ନେଇ ଖୁସି ଜାହିର କରିଛନ୍ତି । କହିଛନ୍ତି, ପ୍ରଯୁକ୍ତି ବିଦ୍ୟା ଓ ନବୀକରଣ କ୍ଷେତ୍ରରେ ବ୍ରିଟେନ ଏବଂ ଭାରତ ବିଶ୍ୱସ୍ତରରେ ଅଗ୍ରଣୀ । ଆଗାମୀ ଦିନରେ ଏଆଇ, ଅତ୍ୟାଧୁନିକ ଯୋଗାଯୋଗ, ପ୍ରତିରକ୍ଷା ପ୍ରଯୁକ୍ତି ଏବଂ ସୁରକ୍ଷା ଭାଗିଦାରି ଆହୁରି ସୁଦୃଢ଼ ହେବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ବିକାଶିତ ଭାରତ-୨୦୪୭'ର ପରିକଳ୍ପନାକୁ ପ୍ରଶଂସା କରିଛନ୍ତି ଷ୍ଟାରମର । 

ଗୋଟିଏ ପଟେ ବିଶ୍ବବ୍ୟାପୀ ଅର୍ଥନୈତିକ ଓ ଅସ୍ଥିରତା ଦେଖାଦେଖାଇଥିବା ମୁମ୍ବାଇରେ ହୋଇଥିବା ଏହି ଆଲୋଚନା ବ୍ରିଟେନ-ଭାରତ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ ବୋଲି ବ୍ରିଟେନ ପକ୍ଷରୁ କୁହାଯାଇଛି ।