କନକ ବ୍ୟୁରୋ: ବଲିଉଡ୍ ଓ କ୍ରିକେଟ୍ ଦୁନିଆର ସେଲିବ୍ରିଟଙ୍କ ମଧ୍ୟରେ ସମ୍ପର୍କ ବହୁ ପୁରୁଣା । ଅନେକ କ୍ରିକେଟର୍ମାନେ ବଲିଉଡ୍ ଅଭିନେତ୍ରୀଙ୍କୁ ନିଜ ଜୀବନସାଥୀ କରିଛନ୍ତି । ଏହାର କିନ୍ତୁ ଏକ ବଡ଼ ବ୍ୟତିକ୍ରମ ହେଉଛନ୍ତି ମହାନ କ୍ରିକେଟର୍ ସାର ଭିଭିଆନ୍ ରିଚାର୍ଡସ ଓ ବଲିଉଡ୍ ଅଭିନେତ୍ରୀ ନୀନା ଗୁପ୍ତା । ଉଭୟଙ୍କ ପ୍ରେମ ସମ୍ପର୍କ ଆଗକୁ ବଢ଼ିପାରିନଥିଲା । ଜୀବନସାରା ଉଭୟ ଅଲଗା ରହିଛନ୍ତି । ବିଛେଦ ପୂର୍ବରୁ କିନ୍ତୁ ସେମାନେ କନ୍ୟା ସନ୍ତାନ ମାସାବାକୁ ପାଇଥିଲେ । ମାସାବାଙ୍କୁ ନୀନା ନିଜ ହେପାବାଜତରେ ପାଳି ବଡ଼ କରିଥିଲେ । ମାସାବା ବଡ଼ ହେବା ପରେ କିନ୍ତୁ ପିତା ଭିଭିଆନ୍ ରିଚାର୍ଡସଙ୍କ ସହ ସମ୍ପର୍କ ରଖି ଆସିଛନ୍ତି । ଅନେକ ସମୟରେ ଏହି ବାପ-ଝିଅଙ୍କ ଘନିଷ୍ଠତାକୁ ନେଇ ଚର୍ଚ୍ଚା ହୋଇଥାଏ ।
ନିକଟରେ ଏକ ସାକ୍ଷାତକାରରେ ରିଚାର୍ଡସ-ମାସାବାଙ୍କ ଘନିଷ୍ଠତାକୁ ନେଇ ନୀନା ମୁହଁ ଖୋଲିଛନ୍ତି । ବାପ-ଝିଅଙ୍କ ଘନିଷ୍ଠତାକୁ ନେଇ ସେ ଖୁସି ଅଛନ୍ତି । ‘‘ଉଭୟ ଅନେକ ସମୟରେ ଯୋଗାଯୋଗରେ ରୁହନ୍ତି, ପରସ୍ପର ସହିତ ଯୋଡ଼ି ହୋଇରହିବାରେ ବି ଅସହଜ ଅନୁଭବ କରିନଥାନ୍ତି । ବାପ-ଝିଅଙ୍କ ସମ୍ପର୍କରେ ସେଭଳି କିଛି ଦ୍ବନ୍ଦ୍ବ ନାହିଁ, ପରସ୍ପରକୁ ଭଲ ପାଇଥାନ୍ତି ଗୋଟିଏ ପରିବାର ଭଳି’’ ବୋଲି କହିଛନ୍ତି ନୀନା । ମାସାବାଙ୍କ ବାଲ୍ୟଜୀବନରେ ରିଚାର୍ଡସ ସାଥିରେ ନଥିଲେ ବି ଏବେ ପରସ୍ପର ପାଇଁ ଭଲ କାମ କରିପାରୁଛନ୍ତି । ଏହା ମଧ୍ୟ ଫାଇଦା ଦେଉଛି ବୋଲି ନୀନା କହିଛନ୍ତି । ‘‘ରିଚାର୍ଡସ ଜଣେ ସାମାଜିକ ବ୍ୟକ୍ତି ନୁହଁନ୍ତି, ସବୁବେଳେ ନିଜ ଦୁନିଆରେ ବିଚରଣ କରନ୍ତି । ମାସାବା କିନ୍ତୁ ସାମାଜିକ ଓ ସାଧାରଣ ଚଳଣୀରେ ରୁହନ୍ତି, ଠିକ ମୋ ଭଳି । ଉଭୟଙ୍କ ସମ୍ପର୍କ ଭଲ ନରହିବାର କିଛି କାରଣ ନାହିଁ’’ ବୋଲି କହିଛନ୍ତି ନୀନା ।
ଆହୁରି ପଢ଼ନ୍ତୁ... ଭାରତ-ପାକିସ୍ତାନ ମ୍ୟାଚ୍ ନହେଲେ ବଡ଼ କ୍ଷତି
କ୍ରିକେଟ୍ ପଡ଼ିଆରୁ ଆରମ୍ଭ ହୋଇଥିବା ପ୍ରେମ ପରେ ୧୯୮୮ ମସିହା ନଭେମ୍ବର ମାସରେ ରିଚାର୍ଡସ ଓ ନୀନା ଅଲଗା ହୋଇଯାଇଥିଲେ। ସେବେଠାରୁ ନିଜ ନିଜ ଜୀବନକୁ ଅଲଗା ନିଭାଇଛନ୍ତି । ଅଲଗା ବିବାହ ବି କରିଥିଲେ । ମାରିଆମ୍ଙ୍କୁ ଭିଭିଆନ ବିବାହ କରିଥିବାବେଳେ ମାସାବାଙ୍କୁ ବଡ଼ କରିବା ପରେ ନୀନା ୨୦୦୮ରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ବିବେକ ମିଶ୍ରାଙ୍କୁ ବିବାହ କରିଥିଲେ । ଭାରତରେ ଜଣେ ପ୍ରତିଷ୍ଠିତ ଫ୍ୟାସନ୍ ଡିଜାଇନର୍ ଭାବେ ନାମ କମାଇଥିବା ମାସାବା ଇତିମଧ୍ୟରେ ଦ୍ବିତୀୟ ବିବାହ କରିସାରିଛନ୍ତି । ୨୦୧୫ରେ ମଧୁ ମାଣ୍ଟିନାଙ୍କୁ ବିବାହ କରିବା ପରେ ୨୦୧୯ରେ ବିଛେଦ ହୋଇଯାଇଥିଲା । ୨୦୨୩ରେ ସେ ସତ୍ୟଦୀପ ମିଶ୍ରାଙ୍କୁ ବିବାହ କରିଛନ୍ତି । ଯେଉଁ ସମୟରେ ଭିଭିଆନ୍ ରିଚାର୍ଡସ ବି ଉପସ୍ଥିତ ଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/03/naina-2026-02-03-13-30-31.jpg)