କନକ ବ୍ୟୁରୋ: ଗେଣ୍ଡୁଫୁଲ ସହ ପରିବା ଚାଷ । ସଫଳ ହୋଇଛନ୍ତି ଦୁଇ ମହିଳା । ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ରୋଜଗାର ଦେଇଛନ୍ତି। ବାଇଗଣ ଫସଲ ସହିତ ଲଗାଇଛନ୍ତି ଗେଣ୍ଡୁଫୁଲ । ଉଭୟ ପନିପରିବା ଓ ଗେଣ୍ଡୁଫୁଲ ଚାଷରୁ ସେମାନେ ଲାଭ ପାଉଛନ୍ତି ।
ଗେଣ୍ଡୁଫୁଲ ଚାଷକରି ୨ ମହିଳା ଲକ୍ଷପତି । ମିଶନ ଶକ୍ତି ଦେଖାଇଛି ବଞ୍ଚିବାର ରାହା । କଟକ ଜିଲ୍ଲା ନିଆଳି ନୂଆ-ବେତେଣ୍ଡାର ସଫଳ ଫୁଲଚାଷୀ ସୁକାନ୍ତି ଓ ଲକ୍ଷ୍ମୀପ୍ରିୟା । ୧ ଏକର ଜମିରେ ସେମାନେ ବାଇଗଣ ସହ ଗେଣ୍ଡୁଫୁଲ ଚାଷ କରିଛନ୍ତି । ୨ ମାସ ଭିତରେ ଏଥିରୁ ସେମାନେ ଲକ୍ଷାଧିକ ଟଙ୍କାର ରୋଜଗାର କଲେଣି । ଉଦ୍ୟାନ ବିଭାଗର ପରାର୍ମଶ ନେଇ କୋଲକାତାରୁ ୭ ହଜାର ଗେଣ୍ଡୁଫୁଲ ଚାରା ଆଣି ନିଜ ଜମିରେ ଲଗାଇଥିଲେ । ପ୍ରତିଦିନ ଘରକାମ ସାରି ବଗିଚାରେ କାମ କରନ୍ତି ସୁକାନ୍ତି ଓ ଲକ୍ଷ୍ମୀପ୍ରିୟା । ସେମାନଙ୍କ ସ୍ବାମୀ ସହଯୋଗ କରନ୍ତି । ଏହାସହ ୮ରୁ ୧୦ ଜଣଙ୍କୁ ମଧ୍ୟ କାମ କରିବାର ସୁଯୋଗ ମିଳିଛି।...
ପ୍ରତିଦିନ ବଗିଚାରୁ ୪୦- ୫୦ କିଲୋ ଫୁଲ ତୋଳା ହେଉଛି । କିଲୋ ପ୍ରତି ୬୦ ଟଙ୍କାରେ ଫୁଲ ବିକ୍ରି କରୁଛନ୍ତି ସୁକାନ୍ତି ଓ ଲକ୍ଷ୍ମୀପ୍ରିୟା । ରାଜ୍ୟର ବିଭିନ୍ନ ଅଞ୍ଚଳର ବ୍ୟବସାୟୀ ଆସି ବିଲମୁଣ୍ଡରୁ ଫୁଲ କିଣିନେଉଛନ୍ତି । ସବୁ ଖର୍ଚ୍ଚ ଗଲା ପରେ ମାସିକ ଲକ୍ଷାଧିକ ଟଙ୍କା ରୋଜଗାର ହେଉଛି । ଦୁଇ ମହିଳାଙ୍କ ଫୁଲଚାଷ ଅନ୍ୟମାନଙ୍କ ପାଲଟିଛି ପ୍ରେରଣା । ପୂର୍ବରୁ ଏମାନେ ପନିପରିବା ଚାଷ କରୁଥିଲେ। ମିଶନ ଶକ୍ତିରୁ କିଛି ଟଙ୍କା ଆଣି ପ୍ରଥମ ଥର ପାଇଁ ଗେଣ୍ଡୁଫୁଲ ଚାଷ କରିଛନ୍ତି। ଗେଣ୍ଡୁଫୁଲ ଚାଷରେ କମ୍ ଖର୍ଚ୍ଚ ଓ ଅଧିକ ଲାଭ ହେଉଛି । ବାଇଗଣ ସହିତ ଗେଣ୍ଡୁଫୁଲ ଚାଷ ଭଲ ଲାଭ ଦେଉଛି ।
Follow Us