କନକ ବ୍ୟୁରୋ: ଆସ୍ଥା ହରାଇଲେ ଅଧ୍ୟକ୍ଷା, ଅନସ୍ଥାରେ ମାତ୍ ଖାଇଲା ବିଜେଡି । ନୀଳଗିରି ଏନଏସି ହରାଇଲା ଦଳ । ପୂର୍ବରୁ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଆସିଥିଲା । ଆଜି ପୂର୍ବ ନିର୍ଦ୍ଧାରିତ ସମୟରେ ଭୋଟିଂ ହୋଇଥିଲା । ଅନାସ୍ଥା ସପକ୍ଷରେ ୧୦ ଜଣ କାଉନସିଲର ଭୋଟ ଦେଇଥିବା ବେଳେ ବିପକ୍ଷରେ ଜଣେ କାଉନସିଲର ଭୋଟ ଦେଇଛନ୍ତି । ଏହି ଫଳାଫଳ ଆସିବା ପରେ ବିଜେପି ପକ୍ଷରୁ ସେଲିବ୍ରେସନ ଆରମ୍ଭ ହୋଇଛି । ବାଣ ଫୁଟାଇ ବିଜେପି କର୍ମୀ ସେଲିବ୍ରେସନ କରିଛନ୍ତି । ବିଜେପି ବିଧାୟକ ସନ୍ତୋଷ ଖଟୁଆ କାଉନସିଲରଙ୍କୁ ଭେଟି ମିଠା ଖୁଆଇଛନ୍ତି । ଅନ୍ୟପଟେ ଏହି ଭୋଟିଂ ବିରୋଧରେ ଅଧ୍ୟକ୍ଷା ଉଚ୍ଚ ନ୍ୟାୟାଳୟ ଯିବେ ବୋଲି କହିଛନ୍ତି ।
ଅନାସ୍ଥାରେ ମାତ ଖାଇଲା ବିଜେଡି । ପଦ ହରାଇଲେ ନୀଳଗିରି ଏନଏସି ଅଧ୍ୟକ୍ଷା ।
ଅନାସ୍ଥା ସପକ୍ଷରେ ପଡ଼ିଲା ୧୦ଟି ଓ ବିପକ୍ଷରେ ପଡ଼ିଲା ଗୋଟିଏ ଭୋଟ । ଭୋଟିଂ ବିରୋଧରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବେ ହେବେ ଅଧ୍ୟକ୍ଷା । ଫଳାଫଳ ଆସିବା ପରେ ବିଜେପି ପକ୍ଷରୁ ସେଲିବ୍ରେସନ ଆରମ୍ଭ ହୋଇଛି ।