କନକ ବ୍ୟୁରୋ: ନୀଳଗିରି ଉପଜିଲ୍ଲାପାଳଙ୍କ ଦାଦାଗିରି । ଲୋକଙ୍କ ସମସ୍ୟା ନେଇ ପ୍ରଶ୍ନ କରିବାରୁ ଗଣମାଧ୍ୟମ ପ୍ରତିନିଧିଙ୍କ ମୋବାଇଲ ଛଡାଇନେଲେ ଉପଜିଲ୍ଲାପାଳ ଶୁଭଶ୍ରୀ ରଥ ।
ସୂଚନା ମୁତାବକ, ନୀଳଗିରି ଅଖିଳ ଭାରତ କୃଷକ ସଂଘ ପକ୍ଷରୁ ଚାଷୀ ଓ ରାସ୍ତା ସମସ୍ୟା ନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣବିକ୍ଷୋଭ କରିବା ସହିତ ୫ ଦଫା ଦାବୀ ନେଇ ଦାବୀପତ୍ର ଦେଇଥିଲେ । ଯେଉଁ ପ୍ରସଙ୍ଗରେ ପ୍ରଶ୍ନ କରିବାରୁ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଚିହିଁକି ଉଠିଥିଲେ ଶୁଭଶ୍ରୀ । ସିଧାସଳଖ କହିଥିଲେ, ମୁଁ ୟୁସଲେସ୍ ବାଇଟ ଦିଏନାହିଁ, ମତେ ଆପଣମାନେ ହ୍ୟାକଲିଂ କରୁଛନ୍ତି । କେବଳ ଏତିକି ନୁହେଁ ଅଫିସ ବାହାରେ ପ୍ରତିକ୍ରିୟା ନେବା ବେଳେ ମୋବାଇଲ ଛଡାଇ ନେଇଥିଲେ ଶୁଭଶ୍ରୀ । ସମସ୍ତଙ୍କ ନାଁରେ ଏଫଆଇଆର ଦେବାକୁ କହିଥିଲେ । ପରେ ଅଫିସ ଭିତରକୁ ସାମ୍ବାଦିକଙ୍କୁ ଡାକିବା ସହ ଧମକଚମକ ଦେଇଥିଲେ । ଗୋଟିଏ ବି ଭିଡ଼ିଓ ଲିକ୍ ହେଲେ ସମସ୍ତଙ୍କୁ ଭିତରକୁ ପଠାଇବି ବୋଲି କହିଥିଲେ ।
ତେବେ ଗଣମାଧ୍ୟମ ପ୍ରତି ଶୁଭଶ୍ରୀଙ୍କର ଏତେ ରାଗ କାହିଁକି? ଲୋକଙ୍କ ସମସ୍ୟା ବାବଦରେ ପ୍ରଶ୍ନ ପଚାରିବା କଣ ଭୁଲ? ଅଫିସର ଭାବେ ଗଣମାଧ୍ୟମ ପ୍ରତି ଶୁଭଶ୍ରୀଙ୍କର ଏଭଳି ବ୍ୟବହାର କେତେ ଦୂର ଠିକ? ଗଣମାଧ୍ୟମକୁ ନାଲି ଆଖି ଦେଖାଇ ଚୁପ୍ ରହିବାକୁ ଶୁଭଶ୍ରୀଙ୍କୁ କିଏ ଦେଲା ଅଧିକାର?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/media_files/2024/10/22/ZwqwwLUbqkfJBHrfRTUq.jpg)