ଜେଲରେ କଟିଲା ବୋର୍ଡ ଉପସଭାପତିଙ୍କ ରାତି ; ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ହୋଇଥିଲେ ଗିରଫ

ଓଟିଇଟି ପ୍ରଶ୍ନ ପତ୍ର ଚୋରି ମାମଲା । ଜେଲରେ କଟିଲା ବୋର୍ଡ ଉପସଭାପତି ନିହାର ମହାନ୍ତିଙ୍କ ରାତି । ସେପଟେ ସାମ୍ନାକୁ ଆସିଲା ବଡ଼ କେଳେଙ୍କାରୀ । ପ୍ରଶ୍ନପତ୍ର ବିକ୍ରି ପାଇଁ କରିଥିଲେ ବଡ଼ ଡିଲ । ଉତ୍ତର ପିଛା ନେଉଥିଲେ ୫ ହଜାର ଟଙ୍କା ।ବ୍ୟକ୍ତିଗତ ଲାପଟପକୁ କେମିତି ଆସିଲା ପ୍ରଶ୍ନପତ୍ର? ଖିଅ ଖୋଜୁଛି ତଦନ୍ତକାରୀ ସଂସ୍ଥା ।

dddd

କନକ ବ୍ୟୁରୋ: ଜେଲରେ ରାତି କାଟିଲେ ବୋର୍ଡ ଉପସଭାପତି ନିହାର ମହାନ୍ତି । ଏହାସହ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ କୋର୍ଟରେ ତାଙ୍କୁ ହାଜର କରାଯିବା ପରେ ତାଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି କୋର୍ଟ। ନିହାର ମହାନ୍ତିଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । 

ସେପଟେ ପ୍ରଶ୍ନପତ୍ର କେଳେଙ୍କାରୀର ଗୁମର ଖୋଲିବାରେ ଲାଗିଛି । ଓଟିଇଟି ପ୍ରଶ୍ନପତ୍ର ଭାଇରାଲ ପାଇଁ ସେ ବଡ଼ ଧରଣର ଆର୍ଥିକ ଡିଲ୍ କରିଥିଲେ  । ବୋର୍ଡର ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣାଙ୍କ ମାଧ୍ୟମରେ ୬ଟି ଜିଲ୍ଲାରେ ପ୍ରଶ୍ନପତ୍ର ବିକ୍ରି କରିଥିଲେ । ୨୦୨୨ରେ ମାଲାକାନାଗିରିରେ ପ୍ରଶ୍ନପତ୍ର ଭାଇରାଲ ଘଟଣାରେ ଜିତନ ଏବଂ ଅନ୍ୟ ଜଣେ ଡାଟା ଏଣ୍ଟ୍ରି ଅପରେଟରଙ୍କ ସମ୍ପୃକ୍ତି ଥିଲା । ଏନେଇ ବୋର୍ଡ ହାତରେ ବଳିଷ୍ଠ ପ୍ରମାଣ ଥିଲେ ମଧ୍ୟ ବୋର୍ଡ କର୍ତ୍ତପକ୍ଷ ଏହାକୁ ଯୋଜନା ବଦ୍ଧ ଭାବେ ଚାପି ଦେଇଥିବା ନେଇ କ୍ରାଇମବ୍ରାଞ୍ଚ ହାତରେ ତଥ୍ୟପ୍ରମାଣ ଲାଗିଛି । ଉତ୍ତର ପିଛା ୫ ହଜାର ଟଙ୍କା ନେଇଥିବା ନେଇ ଅଭିଯୋଗ ମଧ୍ୟ ଆସିଥିଲା । କେଳେଙ୍କାରୀରର ଆର୍ଥିକ ଦେଣନେଣ ଦିଗରେ ଖୋଳତାଡ଼ କରୁଛି କ୍ରାଇମ୍‌ବ୍ରାଞ୍ଚ । ନିହାରଙ୍କୁ ରିମାଣ୍ଡରେ ନେଇ କ୍ରାଇମ୍‌ବ୍ରାଞ୍ଚ ପଚରାଉଚରା କରିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe