କନକବ୍ୟୁରୋ : ଧିରେ ଧିରେ ବଢ଼ୁଛି ରାତି ତାପମାତ୍ରା । ୪ଦିନରେ ଉପକୂଳରେ ୩ ଡିଗ୍ରି ତାପମାତ୍ରା ବଢ଼ିଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ୭ ଡିଗ୍ରି ପାରଦ ବଢ଼ିଲାଣି । ଆଜି ସକାଳ ସାଢ଼େ ୫ଟାରେ ଭୁବନେଶ୍ବରରେ ୧୪.୬ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ପଶ୍ଚିମ ଓଡ଼ିଶାରେ ବଢ଼ିଲା ଦିନର ତାପମାତ୍ରା । ଝାରସୁଗୁଡ଼ାରେ ୭.୨ଡିଗ୍ରି ତାପମାତ୍ର ବଢ଼ିବା ସହ ୧୪ଡିଗ୍ରି ରେକର୍ଡ କରାଯାଇଛି । କେନ୍ଦୁଝରରେ ୧୪.୬, ପାରାଦ୍ୱୀପରେ ୧୫.୪, ବାଲେଶ୍ୱରରେ ୧୬, ଚାନ୍ଦବାଲିରେ ୧୬.୨, ଗୋପାଳପୁରରେ ୧୬.୮ ଓ ପୁରୀରେ ୧୮.୪ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି ।
ଧିରେ ଧିରେ ବଢ଼ୁଛି ରାତି ତାପମାତ୍ରା : ସକାଳ ସାଢ଼େ ୫ଟାରେ ଭୁବନେଶ୍ବରରେ ୧୪.୬ଡିଗ୍ରି ରେକର୍ଡ
ଧିରେ ଧିରେ ବଢ଼ୁଛି ରାତି ତାପମାତ୍ରା । ୪ଦିନରେ ଉପକୂଳରେ ୩ ଡିଗ୍ରି ତାପମାତ୍ରା ବଢ଼ିଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ୭ ଡିଗ୍ରି ପାରଦ ବଢ଼ିଲାଣି । ଆଜି ସକାଳ ସାଢ଼େ ୫ଟାରେ ଭୁବନେଶ୍ବରରେ ୧୪.୬ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି
/kanak/media/media_files/2026/01/21/night-temp-2026-01-21-11-20-20.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)