କନକ ବ୍ୟୁରୋ : ନାଇଜେରିଆର ଉତ୍ତର-ପୂର୍ବ କ୍ଷେତ୍ରରେ ଜିହାଦୀ ଫିଦାୟୀନ ଆକ୍ରମଣରେ ୨୭ ଜଣ ନାଇଜେରିଆ ସୈନିକଙ୍କର ମୃତ୍ୟୁ ହୋଇଛି । ଅନ୍ତର୍ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ସୈନିକମାନେ ବର୍ନୋ ଓ ୟେବୋ ଅଞ୍ଚଳରେ ଥିବା ଏକ ମରୁଭୂମିରେ ଇସଲାମିକ ଷ୍ଟେଟ୍ ଉପରେ ଆକ୍ରମଣ କରିଥିଲା । ଏହାର ପ୍ରତିଶୋଧ ନେଇଛି ଜିହାଦୀ ସଂଗଠନ । 

Advertisment

ଅନ୍ତର୍ଜାତୀୟ ଗଣମାଧ୍ୟମକୁ ଜଣେ ନାଇଜେରିଆ ସେନା କହିଛନ୍ତି କି, ଏହି ଆତ୍ମଘାତି ଆକ୍ରମଣରେ ପାଖାପାଖି ୨୭ ଜଣ ଯବାନଙ୍କର ମୃତ୍ୟୁ ହୋଇଛି । ଏହାସହ ଅନେକ ଯବାନ ଗୁରୁତର ହୋଇଛନ୍ତି । ଆକ୍ରମଣ ସ୍ଥଳ ଅନ୍ଧାରିଆ ରହିଥିଲା ।

ସୂଚନା ମୁତାବକ ଆତ୍ମଘାତି ବିସ୍ଫୋରଣ କରିଥିବା ଆକ୍ରମଣକାରୀ ଜଣଙ୍କ ଏକ ଗାଡିରେ ବିସ୍ଫୋରକ ଧରି ସେନା ଗାଡିକୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ସେନା ଗାଡିଟି ବିସ୍ଫୋରଣରେ ଜଳି ଯାଇଥିଲା । ତା ଭିତରେ ଥିବା ଯବାନମାନଙ୍କ ମଧ୍ୟରୁ ୨୭ ଜଣଙ୍କର ମୃତ୍ୟୁ ହୋଇଛି ।