ଖୁସିରେ ନଜର ଲାଗିଗଲା ; ପିଉସୀଙ୍କ ମଙ୍ଗଳକୃତ୍ୟବେଳେ ସାପ କାମୁଡାରେ ଗଲା ଝିଆରୀର ଜୀବନ

ସାପ କାମୁଡ଼ାରେ ଗଲା ଝିଆରୀର ଜୀବନ । ଅଧାରେ ଅଟକିଲା ପିଉସୀଙ୍କ ମଙ୍ଗଳକୃତ୍ୟ । ପୁରୀ ଜିଲ୍ଲା ଗୋପରେ ଅଭାବନୀୟ ଘଟଣା । 

Odisha-+

Odisha-+ Photograph: (kanakNews)

କନକ ବ୍ୟୁରୋ: ବିଷାକ୍ତ ସାପ କାମୁଡ଼ାରେ ଗଲା ଝିଆରୀର ଜୀବନ। ଅଧାରେ ଅଟକିଲା ପିଉସୀଙ୍କ ମଙ୍ଗଳକୃତ୍ୟ। ପୁରୀ ଜିଲ୍ଲା ଗୋପ ଥାନା ଭାଇରୀପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଆଜି ବାହାଘର ଥିବାବେଳେ ଗତକାଲି ମଙ୍ଗଳକୃତ୍ୟ ଥିଲା। ତେବେ ମଙ୍ଗନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଗୋଟିଏ ବିଷାକ୍ତ ସାପ କାମୁଡ଼ାରେ ୩ ବର୍ଷ ଶିଶୁର ଜୀବନ ଚାଲିଯାଇଥିଲା। ଗୋପ ଡାକ୍ତରଖାନାରେ ମୃତ୍ୟୁ ଘୋଷଣା କରିଥିଲେ ଡାକ୍ତର। ମୃତ ଶିଶୁ କନ୍ୟା, ମଙ୍ଗୁଳା କନ୍ୟାଙ୍କ ଝିଆରୀ ହୋଇଥିବାରୁ ଅଧାରେ ବନ୍ଦ ହୋଇଯାଇଥିଲା ମଙ୍ଗଳକୃତ୍ୟ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe