କନକ ବ୍ୟୁରୋ: ନିଆଳିର ମେଧାବୀ ଛାତ୍ରୀ ମଲେ କେମିତି। ନାବାଳିକାଙ୍କ ମୃତ୍ୟୁର ପଛର ପ୍ରକୃତ କାରଣ କଣ । ବାପାଙ୍କ ଅଭିଯୋଗ ସତ ନା ମାଆଙ୍କ ଅଭିଯୋଗ । ନିଆଳି ପୁଲିସର ତଦନ୍ତ ପରେ ସ୍ପଷ୍ଟ ହେବ। କିନ୍ତୁ ବାପା ଓ ମାଆଙ୍କ ଭିନ୍ନଭିନ୍ନ ଅଭିଯୋଗକୁ ଦେଖିଲେ ମେଧାବୀ ଛାତ୍ରୀଙ୍କୁ ମୃତ୍ୟୁ ଘଟଣାକୁ ନେଇ ରହସ୍ୟ ବଢୁଛି । ସାଇଣ୍ଟିଫିକ୍ ଟିମ ସହ ତଦନ୍ତ କରି ଝିଅ ମୁତ୍ୟୁର ଦୋଷୀଙ୍କ ବିରୁଧରେ ଦୁଢ କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି ମାଆ । ଏହାସହ ବାପାଙ୍କ ପାଖରେ ଥିବା ଅନ୍ୟ ଦୁଈ ପିଲାଙ୍କୁ ଉଦ୍ଧାର କରି ମାଆଙ୍କୁ ହସ୍ତାନ୍ତର କରିବାକୁ ଦାବି ହୋଇଛି ।

କଟକ ନିଆଳି ଥାନା ଅନ୍ତର୍ଗତ ପଦାତିରା ଗାଁରେ ଛାତ୍ରୀ ମୃତ୍ୟୁ ଘଟଣାରେ ନୂଆମୋଡ଼ । ନାବାଳିକା ଆତ୍ମହତ୍ୟା କରିଥିବା ନେଇ ବାପା ଥାନାରେ ଏତଲା ଦେଇଥିବା ବେଳେ ମାଆ ଆଣିଛନ୍ତି ହତ୍ୟା ଅଭିଯୋଗ । ବାପା ଓ ପରିବାରର ଅନ୍ୟ ସଦସ୍ୟମାନେ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଉଥିବା ନିଆଳି ଥାନାରେ ଅଭିଯୋଗ କରିଛନ୍ତି ମୃତ ସୃଷ୍ଟି ସେଫାଳୀଙ୍କ ମାଆ । 

ସସ୍ମିତାଙ୍କ କହିବା ଅନୁସାରେ, ଶାଶୁଘର ଲୋକ ତାଙ୍କୁ ଯୌତୁକ ନିର୍ୟାତନା ଦେଉଥିଲେ। ତେଣୁ ୫ ବର୍ଷ ହେଲା ସେ ବାପାଘରେ ରହୁଛନ୍ତି । ଯୌତୁକ ନିର୍ୟାତନା ବିରୋଧରେ ଦୁଇ ବର୍ଷ ତଳେ ଥାନାର ଦ୍ୱାରସ୍ଥ ହୋଇଥିଲେ ସ୍ମମିତା । ସ୍ୱାମୀ କିଶୋର ଚନ୍ଦ୍ର ସ୍ୱାଇଁ ଜେଲ ଯାଇଥିଲେ । ମା’ ମାମୁଁ ଘରେ ରହୁଥିବା ବେଳେ ୩ ପିଲା ବାପାଙ୍କ ଘରେ ରହୁଥିଲେ । ପିଲାଙ୍କୁ ଘର କାମ କରାଇବି ସାହ ନିର୍ୟାତନା ଦେଇଥାନ୍ତି । ବଡ଼ ଝିଅ ସୃଷ୍ଟି ଫୋନ କରି ମାଆଙ୍କୁ ସବୁ କଥା କହୁଥିଲେ । ସେଥିପାଇଁ ରାଗରେ ସ୍ୱାମୀ ଓ ଅନ୍ୟମାନେ ଝିଅକୁ ମାରି ଟାଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି ମାଆ ।

ସେପଟେ ନାବାଳିକାଙ୍କ ବାପାଙ୍କ ଅଭିଯୋଗ କରିଛନ୍ତି, ବଡ଼ଝିଅ ବୁଧବାର ରାତିରେ ଖାଇ ସାରି ଭାଇଭଉଣୀଙ୍କ ସହ ଶୋଇବାକୁ ଗଲେ । ରାତି ପ୍ରାୟ ସାଢେ ୩ଟା ବେଳେ ଜେଜେମାଆ ରୋଷେଇ ଘରକୁ ଯାଇଥିଲେ । ସେଠାରେ ନାତୁଣୀକୁ ଝୁଲନ୍ତା ଅବସ୍ଥା ଦେଖି ଚିତ୍କାର କରିଥିଲେ । ହେଲେ ସେତେବେଳକୁ ଝିଅର ମୁତ୍ୟୁ ହୋଇସାରିଥିଲା । ତେବେ ବାପା-ମାଆ ଦୁଇ ଜଣଙ୍କ ଅଭିଯୋଗକୁ ଭିତି କରି ତଦନ୍ତ କରୁଛି ନିଆଳି ଥାନା ପୁଲିସ ।