କଟକରେ ଏନଆଇଏ ଟିମ୍: ପହଲଗାମରୁ ଫେରିଥିବା ରଞ୍ଜିତ ଭୋଳଙ୍କ ପରିବାରକୁ ପଚରାଉଚରା

Advertisment

କଟକରେ ପହଞ୍ଚିଛି ଏନଆଇଏ ଟିମ୍ । ପହଲଗାମରୁ ସୁରକ୍ଷିତ ଭାବେ ଫେରିଥିବା ରଞ୍ଜିତ ଭୋଳଙ୍କ ପରିବାରକୁ ପଚରାଉଚରା କରିଛି ଟିମ୍ । ପହଲଗାମ୍‌ ଆତଙ୍କୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଥିଲେ କଟକ ଦେଉଳ ସାହିର ରଞ୍ଜିତ ଭୋଳଙ୍କ ପରିବାର ।

କଟକରେ ପହଞ୍ଚିଛି ଏନଆଇଏ ଟିମ୍ । ପହଲଗାମରୁ ସୁରକ୍ଷିତ ଭାବେ ଫେରିଥିବା ରଞ୍ଜିତ ଭୋଳଙ୍କ ପରିବାରକୁ ପଚରାଉଚରା କରିଛି ଟିମ୍ । ପହଲଗାମ୍‌ ଆତଙ୍କୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଥିଲେ କଟକ ଦେଉଳ ସାହିର ରଞ୍ଜିତ ଭୋଳଙ୍କ ପରିବାର ।

39NIA

Photograph: (KANAK NEWS)

କନକ ବ୍ୟୁରୋ: କଟକରେ ପହଞ୍ଚିଛି ଏନଆଇଏ ଟିମ୍ । ପହଲଗାମରୁ ସୁରକ୍ଷିତ ଭାବେ ଫେରିଥିବା ରଞ୍ଜିତ ଭୋଳଙ୍କ ପରିବାରକୁ ପଚରାଉଚରା କରିଛି ଟିମ୍ । ପହଲଗାମ୍‌ ଆତଙ୍କୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଥିଲେ କଟକ ଦେଉଳ ସାହିର ରଞ୍ଜିତ ଭୋଳଙ୍କ ପରିବାର । ଆଲ୍ଲାହୁ ଆକ୍‌ବର କହି ରଞ୍ଜିତ ଭୋଳଙ୍କ ପୁଅ ବଞ୍ଚିଯାଇଥିବା କନକ ନ୍ୟୁଜ କ୍ୟାମେରା ଆଗରେ ବଖାଣିଥିଲେ ପୂରା ଘଟଣା । ଗତ ୨୨ ତାରିଖରେ ରଞ୍ଜିତ ଭୋଳ ତାଙ୍କ ପୁଅ ବୋହୂଙ୍କ ବିବାହ ବାର୍ଷିକୀ ପାଳନ ପାଇଁ ଜମ୍ମୁ କାଶ୍ମୀରର ପହଲଗାମ୍ ଯାଇଥିଲେ । ଏତିକି ବେଳେ ଆତଙ୍କବାଦୀମାନେ ଅଚାନକ୍‌ କରିଥିଲେ ଆକ୍ରମଣ । ଆଉ ଏହି ସମୟରେ ରଞ୍ଜିତଙ୍କ ପତ୍ନୀ ଜୀବନ ବଞ୍ଚାଇବାକୁ ଦୌଡୁଥିବା ସମୟରେ ପଡ଼ି ଆହତ ହୋଇଥିଲେ । ଆତଙ୍କବାଦୀମାନେ ସମସ୍ତଙ୍କୁ କଲମା ପଢ଼ିବା ପାଇଁ କହିଥିଲେ । ଜଣେ ଆତଙ୍କବାଦୀ ରଞ୍ଜିତଙ୍କ ପରିବାର ଲୋକଙ୍କ ପାଖାପାଖି ଆସି ଯାଇଥିଲା । ରଞ୍ଜିତଙ୍କ ବଡ଼ ପୁଅ ସନ୍ଦୀପ ଭୋଳ ନିଜ ଜୀବନ ବଞ୍ଚାଇବାକୁ ଲଗାତର ଭାବେ ଆଲ୍ଲା ହୁ ଆକ୍‌ବର କହି ଚାଲିଥିଲେ । ଏହା ଶୁଣିବା ପରେ ଆତଙ୍କବାଦୀମାନେ ତାଙ୍କ ପାଖରୁ ଚାଲିଯାଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe