କନକ ବ୍ୟୁରୋ: ମାଲକାନଗିରିରେ ଏନଆଇଏ ଚଢାଉ ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ମାଓବାଦୀଙ୍କୁ ବିସ୍ଫୋରକ ଯୋଗାଇବା ମାମଲା ନେଇ ଚଢାଉ ହୋଇଥିଲା। ଏନେଇ ଏନଆଇଏ ପକ୍ଷରୁ ପ୍ରେସ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୨ତାରିଖରେ ୩ ରାଜ୍ୟରେ ବିଭିନ୍ନ ସ୍ଥାନରେ ହୋଇଥିଲା ଚଢାଉ। ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ରେ ଚଢ଼ାଉ ହୋଇଥିଲା। ମାଲକାନଗିରି ମୋଟୁ ଥାନା ଅନନ୍ତପାଲି ଗାଁ ନାକା ଡେଭିଡଙ୍କ ଘରେ ଚଢାଉ କରି ଥିଲା ଏନଆଇଏ। ଏହି ରେଡ ବେଳେ ବହୁ ଡିଜିଟାଲ ଉପକରଣ ଓ କାଗଜପତ୍ର ଜବତ ହୋଇଛି। ଆନ୍ଧ୍ର ଚିନ୍ତୁର ଥାନାରେ ରୁଜୁ ହୋଇଥିବା ଏକ ମାମଲା ଆଧାରରେ ଏହି ରେଡ ହୋଇଥିଲା। ଏହି ଘଟଣାରେ ୨ଜଣ ଗିରଫ ହୋଇଥିବା ବେଳେ ସମ୍ପୃକ୍ତ ୭ଜଣ ଅଭିଯୁକ୍ତଙ୍କ ସମ୍ପର୍କିତ ଏହି ସବୁ ଠିକଣାରେ ଏହି ଚଢ଼ାଉ କରାଯାଇଥିଲା। ଗିରଫ ବେଳେ ତାଙ୍କ ଠାରୁ ବିସ୍ଫୋରକ ଓ ନଗଦ ଟଙ୍କା ଜବତ କରାଯାଇଥିଲା।
୩ ରାଜ୍ୟରେ ଏନଆଇଏ ଚଢଉ ; ମାଓବାଦୀଙ୍କୁ ବିସ୍ଫୋରକ ଯୋଗାଉଥିବା ଅଭିଯୋଗରେ ଚଢଉ
ମାଲକାନଗିରିରେ ଏନଆଇଏ ଚଢାଉ ଘଟଣା । ମାଓବାଦୀଙ୍କୁ ବିସ୍ଫୋରକ ଯୋଗାଇବା ଘଟଣାରେ ହୋଇଥିଲା ରେଡ୍। ପ୍ରେସ୍ ବିଜ୍ଞପ୍ତି କରି ସୂଚନା ଦେଲା ଜାତୀୟ ତଦନ୍ତକାରୀ ସଂସ୍ଥା
/kanak/media/media_files/2024/12/14/fw6CbkFvhN0eYSxlFbUK.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)