କନକ ବ୍ୟୁରୋ: ପହଲଗାମର ତଦନ୍ତ କରୁଥିବା ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍‌ଆଇଏ ହାତରେ ଠୋସ୍‌ ପ୍ରମାଣ ଲାଗିଛି । ଯେଉଁଥିରେ ଦାବି କରାଯାଉଛି ଆତଙ୍କୀ ଆକ୍ରମଣ କରାଯାଇଛି ଆଇଏସ୍‌ଆଇ ଇସାରାରେ । ଲସ୍କର ଏ ତୋଇବା ଆଇଏସ୍‌ଆଇ ନିର୍ଦ୍ଦେଶରେ ପହଲଗାମରେ ରକ୍ତର ହୋଲି ଖେଳିଥିବା ନେଇ ପର୍ଯ୍ୟାପ୍ତ ପ୍ରମାଣ ମିଳିଥିବା ଦାବି ହେଉଛି ।
ଭାରତ ବିରୋଧରେ ଷଡଯନ୍ତ୍ର ରଚିଥିଲା ପାକିସ୍ତାନ 
ଆଇଏସ୍‌ଆଇ ଇସାରାରେ ଲସ୍କର ଏ ତୋଇବାର ଆକ୍ରମଣ
ଏନ୍‌ଆଇର ତଦନ୍ତ ରିପୋର୍ଟରେ ସାଂଘାତିକ ତଥ୍ୟ 
ମିଳିଲା ଠୋସ୍‌ ପ୍ରମାଣ, କ’ଣ ହେବ ଭାରତର ଆକ୍ସନ୍‌?

Advertisment

ଯେତେ ଚେଷ୍ଟା କଲେ ବି ନିଜ ଦେହରେ ଲାଗିଥିବା ଅଭିଯୋଗକୁ ଆଉ ଖଣ୍ଡନ କରିପାରିବନି ପାକିସ୍ତାନ । କାରଣ ଭାରତ ବିରୋଧରେ ଯେଉଁ ଷଡ଼ଯନ୍ତ୍ର ରଚି ପହଲଗାମରେ ରକ୍ତର ହୋଲି ଖେଳିଥିଲା ତାର ଠୋସ୍‌ ପ୍ରମାଣ ମିଳିସାରିଛି । ଘଟଣାର ତଦନ୍ତ କରୁଥିବା ଏନ୍‌ଆଇଏ ହାତରେ ଲାଗିଛି ଠୋସ୍‌ ପ୍ରମାଣ । 

ପହଲଗାମର ଆକ୍ରମଣ ପଛରେ ଆଇଏସ୍‌ଆଇ!
-ଆଇଏସ୍‌ଆଇର ନିର୍ଦ୍ଦେଶରେ ପହଲଗାମରେ ଆକ୍ରମଣ କରିଥିଲା ଲସ୍କର 
-ଆଇଏସ୍‌ଆଇ ହେଡକ୍ବାର୍ଟରରେ ବ୍ଲ୍ୟୁ ପ୍ରିଣ୍ଟ ତିଆରି କରାଯାଇଥିଲା
-କେବେ, କେମିତି ସୀମାରେ ଅନୁପ୍ରବେଶ କରିବେ ଏନେଇ ପୂରା ଯୋଜନା କରାଯାଇଥିଲା
-ଆତଙ୍କୀ ହାସିମ ମୁସା ଓ ଅଲ୍ଲୀ ତଲହାକୁ ବଡ଼ ଦାୟିତ୍ବ ଦିଆଯାଇଥିଲା
-ଏମାନେ କାଶ୍ମୀରରେ ସ୍ଥାନୀୟ ଆତଙ୍କୀ ଆଦିଲ ଠୋକରେକୁ ଯୋଗାଯୋଗ କରିଥିଲେ
-ଆଦିଲ ୧୫୦ଜଣ ଓଭର ଗ୍ରାଉଣ୍ଡ ୱାର୍କରଙ୍କୁ ଏକାଠି କରିଥିଲା
-ପହଲଗାମ ଓ କିଛି ଅଞ୍ଚଳ ବାବଦରେ ତଥ୍ୟ ଯୋଗାଡ଼ କରିଥିଲେ
-ପରେ ୩ଟି ସ୍ଥାନରେ ରେକି କରିଥିଲେ 
-ଆକ୍ରମଣ ପୂର୍ବରୁ ବୈସରନ୍‌ ଘାଟିରେ ଅସ୍ତ୍ରଶସ୍ତ୍ର ଲୁଚାଇଥିଲେ ଆତଙ୍କୀ

ସେପଟେ ଆକ୍ରମଣ ଘଟଣାସ୍ଥଳରେ ପହଞ୍ଚି ଏନ୍‌ଆଇଏ ଟିମ୍‌ ଥ୍ରୀଡି ମ୍ୟାପିଂ କରାଯିବା ସହ ଘଟଣାସ୍ଥଳରେ ଆକ୍ରମଣ ସିନ୍‌ ରିକ୍ରିଏସନ କରାଯାଇଛି । ଏନ୍‌ଆଇଏ ରିପୋର୍ଟ ଗୃହ ମନ୍ତ୍ରାଳୟକୁ ପଠାଯିବ । ଯାହା ଆଧାରରେ ପାକିସ୍ତାନ ବିରୋଧରେ ଅନ୍ତର୍ଜାତୀୟ ମଞ୍ଚରେ ବଡ଼ କାର୍ଯ୍ୟାନୁଷ୍ଠାନ କରିବ ଭାରତ । ଏଥିସହ ୟୁଏନ୍‌ ଓ ଏଫ୍‌ଏଟିଏଫ୍‌କୁ ପାକିସ୍ତାନ ବିରୋଧରେ ପ୍ରମାଣ ଦିଆଯିବ ।