କନକ ବ୍ୟୁରୋ: ଫକୀର ମୋହନ କଲେଜ ଛାତ୍ରୀଙ୍କ ଆତ୍ମାହୁତିକୁ ନେଇ ନ୍ୟାୟ ଦାବିରେ ଆଜି କଂଗ୍ରେସ ଏବଂ ବାମଦଳଙ୍କ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ଫଳରେ ଦିଆଯାଇଥିବା ବନ୍ଦ ଡାକରା ଯୋଗୁ ଚକ ଅଖ ସବୁ ବନ୍ଦ ରହିଛି । ଛାତ୍ରୀଙ୍କୁ ନ୍ୟାୟ ଦେବା ପାଇଁ ସରକାରଙ୍କ ନିକଟରେ ଦାବି କରି ରାଜଧାନୀ ଭୁବନେଶ୍ବରର ପ୍ରମୁଖ ଛକରେ କଂଗ୍ରେସ ପକ୍ଷରୁ ଜୋରଦାର ପିକେଟିଂ କରାଯାଇଛି । ଫଳରେ ରାସ୍ତାରେ ଗାଡ଼ି ଅଟକି ରହିଛି । ପୁଲିସ ପକ୍ଷରୁ ପିକେଟିଂ ସ୍ଥଳରେ ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି ।
କଂଗ୍ରେସ ନେତୃତ୍ୱରେ ବିରୋଧୀ ଦଳଗୁଡ଼ିକ ଓଡ଼ିଶା ବନ୍ଦ ପାଳନ କରାଯାଉଛି । କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳର କର୍ମୀମାନେ ଲୋକଙ୍କୁ ନେହୁରା ହୋଇ ଗାଡ଼ି ମଟର ଅଟକାଉଥିବା ଦେଖିବାକୁ ମିଳୁଛି । ଛକମାନଙ୍କରେ ଗାଡ଼ି ଅଟକାଯାଉଥିବାରୁ ବାହାରୁ ଆସୁଥିବା ଲୋକେ ନାହିଁନଥିବା ହଇରାଣ ହେଉଛନ୍ତି । ଖାଲି ଏତିକି ନୁହେଁ ଦୂରରୁ ଆସୁଥିବା ଯାତ୍ରୀଙ୍କୁ ବସରୁ ଓହ୍ଲାଇଦେବା ସହ ସେମାନଙ୍କୁ କିଛି ଆନ୍ଦେଳନକାରୀ ଗାଳିଗୁଲଜ କରୁଥିବା ଅଭିଯୋଗ ହୋଇଛି । ଏସବୁ ଘଟଣାକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/07/17/odisha-close-2025-07-17-09-22-35.jpg)