ଅନୁଗୁଳ ପ୍ରଶାସନର ନାଲ୍‌କୋ ପ୍ରେମ : ନିରୀହ ଜନତା ନାକେଦମ

Advertisment

ଅନୁଗୁଳ ପ୍ରଶାସନର ନାଲ୍‌କୋ ପ୍ରେମ । ପ୍ରାକୃତିକ ନାଳ ଗତିପଥ ପରିବର୍ତ୍ତନ ସର୍ଭେ ବାହାନାରେ, ଉତ୍କଳ-ଇ କୋଇଲା ଖଣି ପାଇଁ ଚାଲିଛି ରାସ୍ତା ନିର୍ମାଣ କାମ ।  ବିରୋଧ କରିବାରୁ ସ୍ଥାନୀୟ ଗ୍ରାମବାସୀଙ୍କୁ ବାନ୍ଧିନେଲା ପୁଲିସ ।

ଅନୁଗୁଳ ପ୍ରଶାସନର ନାଲ୍‌କୋ ପ୍ରେମ । ପ୍ରାକୃତିକ ନାଳ ଗତିପଥ ପରିବର୍ତ୍ତନ ସର୍ଭେ ବାହାନାରେ, ଉତ୍କଳ-ଇ କୋଇଲା ଖଣି ପାଇଁ ଚାଲିଛି ରାସ୍ତା ନିର୍ମାଣ କାମ ।  ବିରୋଧ କରିବାରୁ ସ୍ଥାନୀୟ ଗ୍ରାମବାସୀଙ୍କୁ ବାନ୍ଧିନେଲା ପୁଲିସ ।

19

Photograph: (KANAKNEWS)

କନକ ବ୍ୟୁରୋ : ଅନୁଗୁଳ ପ୍ରଶାସନର ନାଲ୍‌କୋ ପ୍ରେମ । ପ୍ରାକୃତିକ ନାଳ ଗତିପଥ ପରିବର୍ତ୍ତନ ସର୍ଭେ ବାହାନାରେ, ଉତ୍କଳ-ଇ କୋଇଲା ଖଣି ପାଇଁ ଚାଲିଛି ରାସ୍ତା ନିର୍ମାଣ କାମ ।  ବିରୋଧ କରିବାରୁ ସ୍ଥାନୀୟ ଗ୍ରାମବାସୀଙ୍କୁ ବାନ୍ଧିନେଲା ପୁଲିସ । ଏଭଳି ଏକ ମୁହାଁମୁହିଁ ସ୍ଥିତି ଦେଖିବାକୁ ମିଳିଛି ଅନୁଗୁଳ ନିଶା ଶିଳ୍ପାଞ୍ଚଳ ଥାନା ଅଧିନସ୍ଥ ଗୋପୀବଲ୍ଲଭପୁର ଗାଁରେ । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ମଙ୍ଗଳବାର ଜେସିବି ମେସିନ୍ ନେଇ ଗାଁରେ ପହଞ୍ଚିଥିଲେ ନାଲ୍‌କୋର ଠିକା ସଂସ୍ଥା ମୈତ୍ରୀ ଇନ୍‌ଫ୍ରାଷ୍ଟ୍ରକଚର୍ ଆଣ୍ଡ ମାଇନିଂ ଇଣ୍ଡିଆ ପ୍ରାଇଭେଟ୍ ଲିମି‌ଟେଡ୍ ଓ ଜିଲ୍ଲା ପ୍ରଶାସନର ବହୁ ଅଧିକାରୀଙ୍କ ସମେତ ୩ ପ୍ଲାଟୁନ୍ ପୁଲିସ୍ ଫୋର୍ସ ।

ସ୍ବାଭାବିକ ହେଲା ଲିଙ୍ଗରାଜ ମନ୍ଦିର ନୀତିକାନ୍ତି : ମଙ୍ଗଳ ଆଳତି ପରେ ଚାଲିଛି ଧାଡ଼ି ଦର୍ଶନ

ଉତ୍କଳ-ଇ କୋଇଲା ଖଣି ଦେଇ ପ୍ରବାହିତ ପ୍ରାକୃତିକ ନାଳର ଗତିପଥ ପରିବର୍ତ୍ତନ ସର୍ଭେ ଲାଗି ଆସିଥିବା କହିଥିଲେ । କିନ୍ତୁ ସର୍ଭେ ବାହାନାରେ ଗାଁ ଲୋକଙ୍କ ଚାଷଜମି ମଝିରେ ଜେସିବି ଲଗାଇ ରାସ୍ତା ତିଆରି ଆରମ୍ଭ କଲେ। ତେବେ କୋଇଲା ଖଣି ଉଦ୍ଦେଶ୍ୟରେ ଗାଁରୁ ଅଧିଗ୍ରହଣ ହୋଇଥିବା ଜମି ବାବଦରେ ଉଚିତ କ୍ଷତିପୂରଣ ସହ ଖଣିରେ ଚାକିରି ଓ ଥଇଥାନ କରାଯାଇ ନଥିବାରୁ ଏହାକୁ ବିରୋଧ କରିଥିଲେ ଗୋପୀବଲ୍ଲଭପୁର ଗ୍ରାମବାସୀ। ଫଳରେ ଦେଖିବାକୁ ମିଳିଥିଲା ଉତ୍ତେଜନା। ନାଲକୋର ଠିକା ସଂସ୍ଥା ଥଇଥାନ ପରିବର୍ତ୍ତେ ଜିଲ୍ଲା ପ୍ରଶାସନର ସହଯୋଗରେ ବଳପୂର୍ବକ ୧୬ ଜଣ ଗାଁ ଲୋକଙ୍କୁ ଗିରଫ କରି ଜେଲରେ ପୂରାଇଥିବା ଅଭିଯୋଗ ହୋଇଛି। ଏହାକୁ ବିରୋଧ କରି ଆଜି ନାଲକୋ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିବେ ଗ୍ରାମବାସୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe