କନକ ବ୍ୟୁରୋ:  ରାମକୋ ସିମେଂଟ କମ୍ପାନୀକୁ ଏନ୍‌ଜିଟି ଛାଟ ପରେ ଖୋଲୁଛି ଗୁମର। ଯାଜପୁର ଜିଲ୍ଳା ଧର୍ମଶାଳା ବ୍ଲକ ହରିଦାସପୁରରେ ପ୍ରତିଷ୍ଠା ହୋଇଛି ଏହି କାରଖାନା । ଏ ଗ୍ରେଡ କାରଖାନା ଅନୁଯାୟୀ ଉତ୍ପାଦନ ହେଉଥିବା ବେଳେ ବାର୍ଷିକ ଦଶଲକ୍ଷ ମିଲିୟନ ଟନ ଉତ୍ପାଦନ ହେଉଥିବା ବେଳେ ବାର୍ଷିକ ଜିରୋ ପଏଣ୍ଟ ନାଇନ ମେଟ୍ରିକ ଟନ ଦର୍ଶାଇ ରାଜ୍ୟ ସରକାରଙ୍କଠାରୁ ହାତେଇଛି ପରିବେଷ ମଂଜୁରୀ ପ୍ରମାଣ ପତ୍ର । ଧୂଳିଧୂଆଁରେ ଅତିଷ୍ଠ ଅଂଚଳବାସୀ । ବଢୁଛି ଅସନ୍ତୋଷ । ରାଜ୍ୟ ଓ କେନ୍ଦ୍ର  ଜଙ୍ଗଲ ପରିବେଷ ବିଭାଗକୁ ପକ୍ଷ ରଖିବାକୁ ନୋଟିସ ଜାରି ।

Advertisment

ଧର୍ମଶାଳା ବ୍ଲକ ହରିଦାସପୁରଠାରେ ରହିଛି ରାମ୍‌କୋ ସିମେଣ୍ଟ କାରଖାନ। ୨୦୧୯ରୁ ଏଠାରେ ସିମେଣ୍ଟ ଉତ୍ପାଦନ ହେଉଛି । କାରଖାନା ଚାରିପଟେ ଥାନୁଆଳ, ଆରୁହା, ହରିଦାସପୁର, ସୁନ୍ଦରିଆ ପଞ୍ଚାୟତ ରହିଛି । ସ୍ଥାନୀୟ ଅଞ୍ଚଳର ସୁରକ୍ଷା ଓ ପ୍ରଦୂଷଣ ନିୟନ୍ତ୍ରଣ ଦିଗରେ ପଦକ୍ଷେପ ନେଉନାହାନ୍ତି କାରଖାନା କର୍ତ୍ତୃପକ୍ଷ ! ଡିପ୍ ବୋରୱେଲ୍ ଦ୍ୱାରା ଭୂତଳ ଜଳ ଶୋଷୁଛି! ଫଳରେ ଯୋଗରଡ଼ା, ମୁରାରିପୁର, ଶ୍ରୀବନ୍ତପୁର ପ୍ରଭୃତି ଅଞ୍ଚଳରେ ଜଳକଷ୍ଟ ଦେଖାଦେଇଛି । କେବଳ ଏତିକି ନୁହେଁ, କାରଖାନା ପାଚେରୀ ଭିତରେ ଜଙ୍ଗଲ କିସମ ଜମି ସହ ମୁରାରୀପୁର ଗାଁର ଭାଗବତ ଗୋସାଇଁଙ୍କ ଜମିକୁ ଜବରଦଖଲରେ ରଖିଥିବା ନେଇ ମାମଲା ହାଇକୋର୍ଟରେ ପହଞ୍ଚିଛି । 

ଅଧିକ ପଢନ୍ତୁ :  ବିପଦସଙ୍କୁଳ ଅବସ୍ଥାରେ ଚାଲିଛି ଅଫିସ: କାନ୍ଥ ଫାଟିବା ସହ ଛାତରୁ ଖସୁଛି ସିମେଂଟ ଖଣ୍ଡ

ତାଳଚେର ଅଂଚଳର ୟୁଥ୍ ୟୁନାଇଟେଡ୍ ଫର୍ ସଷ୍ଟେନେବଲ ଏନଭର୍ଣ୍ଣମେଣ୍ଟ ଟ୍ରଷ୍ଟ ପକ୍ଷରୁ କମ୍ପାନିର ଜଙ୍ଗଲୀ ରାଜ୍ ବିରୋଧରେ ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲ୍‌ରେ ମାମଲା ରୁଜୁ ହେବା ପରେ ଖୋଲିଛି ଗୁମର। ଏ ଗ୍ରେଡ କାରଖାନା ପରି ବାର୍ଷିକ ୧୦ ଲକ୍ଷ ମିଲିଅନ ଟନ୍‌ ସାମଗ୍ରୀ ଉତ୍ପାଦନ ହେଉଛି, ହେଲେ ଦଶମିକ ୦୯ ଦର୍ଶାଇ ରାଜ୍ୟ ସରକାରଙ୍କଠୁ ପରିବେଶ ମଂଜୁରି ହାତେଇବାକୁ ସକ୍ଷମ ହୋଇଛି । କାରଖାନା ପ୍ରତିଷ୍ଠା ଦିନରୁ କେବେ ବି ଗ୍ରାମସଭା ହୋଇନାହିଁ! ଅନ୍ୟପଟେ କାରଖାନା ପରିସରରେ ଅନ୍ୟ ଏକ ଡ୍ରାଏ ମୋର୍ଟାର ପ୍ଲାଣ୍ଟରୁ ସିମେଣ୍ଟ ଉତ୍ପାଦନ କରାଯାଉଛି, ଯାହାର କୌଣସି କାଗଜପତ୍ର ନଥିବା ଅଭିଯୋଗରେ ଦର୍ଶାଯାଇଛି । କାରଖାନାରୁ ୯୦% ସାମଗ୍ରୀ ରେଳ ଯୋଗେ ପରିବହନ ହେଉଛି ! ଏସବୁ ଅଭିଯୋଗ ଆଧାରରେ ରାମକୋ ସିମେଣ୍ଟ କର୍ତ୍ତୃପକ୍ଷଙ୍କ ନୋସିଟ୍‌ କରିଛନ୍ତି ଏନ୍‌ଜିଟି। 
 

କାରଖାନା ହେବା ଦିନରୁ କାହିଁକି ହୋଇନାହିଁ ଗ୍ରାମସଭା?
୨-ବିନା କଗଜପତ୍ରରେ ଡ୍ରାଏ ମୋର୍ଟାର ପ୍ଲାଣ୍ଟ ଚଳାଇବାକୁ ଅନୁମତି ଦେଲା କିଏ? 
୩- କମ୍ପାନି ଜବରଦଖଲରେ ଥିବା ଜଙ୍ଗଲ କିସମ ଓ ଠାକୁରଙ୍କ ଜମିରୁ ଉଚ୍ଛେଦ ହେବ କି?
ଏନ୍‌ଜିଟିଙ୍କ ନୋଟିସ୍‌ ପରେ ସ୍ଥାନୀୟ ଲୋକଙ୍କ ମନରେ ଏଭଳି ପ୍ରଶ୍ନ ଉଠିଥିବା ବେଳେ ରାୟ ଉପରେ ନିର୍ଭର କରୁଛି ସିମେଣ୍ଟ କମ୍ପାନିର ଭାଗ୍ୟ।