ନେମାରଙ୍କ ଅବସର ସଙ୍କେତ, ବର୍ଷ ଶେଷ ଆଡ଼କୁ ଛାଡ଼ି ପାରନ୍ତି ଫୁଟ୍‌ବଲ୍‌

Advertisment

ବାରମ୍ବାର ଆହତ ହେବା ପରେ ନେମାର ଗତବର୍ଷ ଜାନୁଆରି ମାସରେ ନିଜ ପିଲାଦିନର କ୍ଲବ୍‌ ‘ସାଣ୍ଟୋସ’କୁ ଫେରିଥିଲେ । ଏହି ଦଳର ଗତ ୫ଟି ମ୍ୟାଚ୍‌ରେ ୫ଟି ଗୋଲ୍‌ ବି ଦେଇଥିଲେ । ତେବେ ପୁଣି ଥରେ ଆହତ ହୋଇ ଥିବାରୁ ଚଳିତବର୍ଷ ଆୟୋଜିତ ହେବାକୁ ଥିବା ବିଶ୍ବକପ୍‌ରେ ସେ ଖେଳିବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।  

Neymar

କନକ ବ୍ୟୁରୋ: ବ୍ରାଜିଲର ଚର୍ଚ୍ଚିତ ଫୁଟ୍‌ବଲ୍‌ ତାରକା ନେମାର ଅବସର ସଙ୍କେତ ଦେଇଛନ୍ତି । ଏହି ୩୪ ବର୍ଷୀୟ ଅଗ୍ରଭାଗ ଖେଳାଳି ଚଳିତବର୍ଷ ଶେଷ ଆଡ଼କୁ ଅନ୍ତର୍ଜାତୀୟ ଫୁଟ୍‌ବଲ୍‌ ଛାଡ଼ି ପାରନ୍ତି । ଏଥିନେଇ ବ୍ୟକ୍ତିଗତ ଭାବେ ସେ କିନ୍ତୁ କୌଣସି ଆନୁଷ୍ଠାନିକ ସୂଚନା ଦେଇ ନାହାନ୍ତି । ବାରମ୍ବାର ଆହତ ହେବା ପରେ ନେମାର ଗତବର୍ଷ ଜାନୁଆରି ମାସରେ ନିଜ ପିଲାଦିନର କ୍ଲବ୍‌ ‘ସାଣ୍ଟୋସ’କୁ ଫେରିଥିଲେ । ଏହି ଦଳର ଗତ ୫ଟି ମ୍ୟାଚ୍‌ରେ ୫ଟି ଗୋଲ୍‌ ବି ଦେଇଥିଲେ । ତେବେ ପୁଣି ଥରେ ଆହତ ହୋଇ ଥିବାରୁ ଚଳିତବର୍ଷ ଆୟୋଜିତ ହେବାକୁ ଥିବା ବିଶ୍ବକପ୍‌ରେ ସେ ଖେଳିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ସୂଚନାଯୋଗ୍ୟ ଯେ ବ୍ରାଜିଲ ଜାତୀୟ ଦଳ ପକ୍ଷରୁ ସେ ୭୯ ଗୋଲ୍‌ ଦେଇଛନ୍ତି । ହେଲେ ଅକ୍ଟୋବର ୨୦୨୩ରୁ ବ୍ରାଜିଲର ବରିଷ୍ଠ ଫୁଟ୍‌ବଲ୍‌ ଦଳରେ ସ୍ଥାନ ପାଇ ନାହାନ୍ତି। ଜୁନ୍‌ ୧୧ରୁ ଜୁଲାଇ ୧୯ ପର୍ଯ୍ୟନ୍ତ ମେକ୍ସିକୋ ଓ ଆମେରିକାରେ ଖେଳାଯିବାକୁ ଥିବା ବିଶ୍ବକପ୍‌ ଦଳରେ ଅନଫିଟ୍‌ ଖେଳାଳିଙ୍କୁ ସେ ଆଦୌ ସୁଯୋଗ ଦେବେନି ବୋଲି ବ୍ରାଜିଲ ପ୍ରବନ୍ଧକ କାର୍ଲୋ ଆନ୍‌ସେଲୋଟି ଘୋଷଣା କରି ସାରିଛନ୍ତି । ଏଣୁ ନେମାରଙ୍କ ଫୁଟ୍‌ବଲ୍‌ ଜୀବନ ଚଳିତବର୍ଷ ହିଁ ଶେଷ ହୋଇଯିବାର ଯଥେଷ୍ଟ ଆଶଙ୍କା ରହିଛି । 

ଏହା ବି ପଢ଼ନ୍ତୁ: ଭାରତୀୟ ମହିଳା କ୍ରିକେଟ୍‌ ଦଳର ଐତିହାସିକ ଶୃଙ୍ଖଳା ବିଜୟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe