କନକ ବ୍ୟୁରୋ: ବ୍ରାଜିଲର ଚର୍ଚ୍ଚିତ ଫୁଟ୍ବଲ୍ ତାରକା ନେମାର ଅବସର ସଙ୍କେତ ଦେଇଛନ୍ତି । ଏହି ୩୪ ବର୍ଷୀୟ ଅଗ୍ରଭାଗ ଖେଳାଳି ଚଳିତବର୍ଷ ଶେଷ ଆଡ଼କୁ ଅନ୍ତର୍ଜାତୀୟ ଫୁଟ୍ବଲ୍ ଛାଡ଼ି ପାରନ୍ତି । ଏଥିନେଇ ବ୍ୟକ୍ତିଗତ ଭାବେ ସେ କିନ୍ତୁ କୌଣସି ଆନୁଷ୍ଠାନିକ ସୂଚନା ଦେଇ ନାହାନ୍ତି । ବାରମ୍ବାର ଆହତ ହେବା ପରେ ନେମାର ଗତବର୍ଷ ଜାନୁଆରି ମାସରେ ନିଜ ପିଲାଦିନର କ୍ଲବ୍ ‘ସାଣ୍ଟୋସ’କୁ ଫେରିଥିଲେ । ଏହି ଦଳର ଗତ ୫ଟି ମ୍ୟାଚ୍ରେ ୫ଟି ଗୋଲ୍ ବି ଦେଇଥିଲେ । ତେବେ ପୁଣି ଥରେ ଆହତ ହୋଇ ଥିବାରୁ ଚଳିତବର୍ଷ ଆୟୋଜିତ ହେବାକୁ ଥିବା ବିଶ୍ବକପ୍ରେ ସେ ଖେଳିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ସୂଚନାଯୋଗ୍ୟ ଯେ ବ୍ରାଜିଲ ଜାତୀୟ ଦଳ ପକ୍ଷରୁ ସେ ୭୯ ଗୋଲ୍ ଦେଇଛନ୍ତି । ହେଲେ ଅକ୍ଟୋବର ୨୦୨୩ରୁ ବ୍ରାଜିଲର ବରିଷ୍ଠ ଫୁଟ୍ବଲ୍ ଦଳରେ ସ୍ଥାନ ପାଇ ନାହାନ୍ତି। ଜୁନ୍ ୧୧ରୁ ଜୁଲାଇ ୧୯ ପର୍ଯ୍ୟନ୍ତ ମେକ୍ସିକୋ ଓ ଆମେରିକାରେ ଖେଳାଯିବାକୁ ଥିବା ବିଶ୍ବକପ୍ ଦଳରେ ଅନଫିଟ୍ ଖେଳାଳିଙ୍କୁ ସେ ଆଦୌ ସୁଯୋଗ ଦେବେନି ବୋଲି ବ୍ରାଜିଲ ପ୍ରବନ୍ଧକ କାର୍ଲୋ ଆନ୍ସେଲୋଟି ଘୋଷଣା କରି ସାରିଛନ୍ତି । ଏଣୁ ନେମାରଙ୍କ ଫୁଟ୍ବଲ୍ ଜୀବନ ଚଳିତବର୍ଷ ହିଁ ଶେଷ ହୋଇଯିବାର ଯଥେଷ୍ଟ ଆଶଙ୍କା ରହିଛି ।
ଏହା ବି ପଢ଼ନ୍ତୁ: ଭାରତୀୟ ମହିଳା କ୍ରିକେଟ୍ ଦଳର ଐତିହାସିକ ଶୃଙ୍ଖଳା ବିଜୟ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/21/neymar-2026-02-21-22-12-54.jpg)