କନକ ବ୍ୟୁରୋ: ଗୋଟିଏ ମଞ୍ଚରେ ଦୁଇ ମହାଶକ୍ତି ମୁଖ୍ୟ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଆଲାସ୍କାରେ ୩ ଘଣ୍ଟା ଧରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଆଲୋଚନା ହୋଇଛି। ତେବେ ଯେଉଁ ଉଦ୍ଦେଶ୍ୟ ନେଇ ଏହି ବୈଠକ ହୋଇଥିଲା, ତାହା ସଫଳ ହୋଇପାରିନାହିଁ। ପାଖାପାଖି ତିନି ବର୍ଷ ଧରି ଲାଗିରହିଥିବା ରୁଷ୍-ୟୁକ୍ରେନ୍ ଯୁଦ୍ଧରେ ବିରତି ଲାଗିବା ନେଇ ଯେଉଁ ଆଶା କରାଯାଉଥିଲା, ସେଥିରେ ସହମତି ହୋଇପାରିନାହିଁ । ଯଦିଓ ଯୁଦ୍ଧବିରତି ଏବେ ହେବ ନାହିଁ, କିନ୍ତୁ ଦୁଇ ନେତା ଆଲୋଚନାକୁ ସକାରାତ୍ମକ ବୋଲି କହିଛନ୍ତି ।
ଟ୍ରମ୍ପ କହିଛନ୍ତି , ଅନେକ ପ୍ରସଙ୍ଗ ଉପରେ ସହମତି ହୋଇଛି, କିନ୍ତୁ କିଛି ପ୍ରସଙ୍ଗରେ ହୋଇପାରିନାହିଁ । ଆଗକୁ ଏହା ଉପରେ ଅଧିକ ଆଲୋଚନାର ଆବଶ୍ୟକତା ଥିବା ଟ୍ରମ୍ପ କହିଛନ୍ତି । ବୈଠକ ପରେ ଏକ ସାମ୍ବାଦିକ ସମ୍ମିଳନୀ ହୋଇଥିଲା, ଯେଉଁଥିରେ ପୁଟିନ କହିଛନ୍ତି, ୟୁକ୍ରେନ୍ ସହ ଶାନ୍ତି ବାର୍ତ୍ତା ପାଇଁ ଆଲୋଚନା ହୋଇଛି। କିନ୍ତୁ ଏପର୍ଯ୍ୟନ୍ତ ଶାନ୍ତି ସ୍ଥାପନ ହୋଇପାରିନାହିଁ । ବର୍ତ୍ତମାନର ପରିସ୍ଥିତି ପାଇଁ ୟୁକ୍ରେନ୍ ଦାୟୀ । ବୈଠକ ପରେ ପୁଟିନ୍ ପରବର୍ତ୍ତୀ ଆଲୋଚନା ପାଇଁ ଟ୍ରମ୍ପଙ୍କୁ ନିମନ୍ତ୍ରଣ କରିଛନ୍ତି । ପରବର୍ତ୍ତୀ ବୈଠକର ରୁଷ୍ ରାଜଧାନୀ ମସ୍କୋରେ ଆୟୋଜନ ହୋଇପାରେ । ତେବେ ପୁଟିନଙ୍କ ପ୍ରସ୍ତାବକୁ ଯଦିଓ ଟ୍ରମ୍ପ ମନା କରିନାହାନ୍ତି, କିନ୍ତୁ ହଁ ମଧ୍ୟ କରିନାହାନ୍ତି ।
ଆସନ୍ତା ବୈଠକ ମସ୍କୋରେ ; ପୁଣି ଭେଟିବେ ପୁଟିନ୍- ଟ୍ରମ୍ପ
ପରବର୍ତ୍ତୀ କଥାବାର୍ତ୍ତା ମସ୍କୋରେ ହେବା ସମ୍ଭାବନା । ପ୍ରସ୍ତାବ ଦେଲେ ପୁଟିନ୍ । ଧାର୍ଯ୍ୟ ହୋଇନି ସମୟ । ହଁ କି ନା କହିନାହାନ୍ତି ଡୋନାଲ୍ଡ ଟ୍ରମ୍ପ । ମସ୍କୋରେ ପରବର୍ତ୍ତୀ ବୈଠକ !
/kanak/media/media_files/2025/08/16/28-2025-08-16-14-41-11.jpg)