କନକ ବ୍ୟୁରୋ: ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚାମ୍ପିୟନ୍ସ ଟ୍ରଫି ଫାଇନାଲ ମ୍ୟାଚ । ଏହି ହାଇଭୋଲ୍ଟେଜ ମ୍ୟାଚରେ ଆଜି କଡା ଟକ୍କର ଦେଖିବାକୁ ମିଳିଛି । ଆଜିର ମ୍ୟାଚରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୨୫୧ ରନ କରିବାରେ ସଫଳ ହୋଇଛି । ଫଳରେ ଭାରତର ଆଗରେ ଏବେ ୨୫୨ ରନର ଟାର୍ଗେଟ ରହିଛି । ଭାରତକୁ ଜିତିବାକୁ ହେଲେ ଏହି ବିଜୟ ଲକ୍ଷ୍ୟକୁ ପୂରା କରିବାକୁ ହେବ । ଆଜିର ଏହି ମ୍ୟାଚ ଉଭୟ ଦଳଙ୍କ ପାଇଁ ବେଶ ଗୁତୁତ୍ୱପୂର୍ଣ୍ଣ ।
ଆଜିର ମ୍ୟାଚରେ ଟସ ଜିତି ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଓପନିଂ ଯୋଡି ଭଲ ଆରମ୍ଭ କରିଥିଲେ ବି ବଡ ସ୍କୋର କରିପାରିନଥିଲେ । ୫୭ ରନରେ ବରୁଣ ଚକ୍ରବର୍ତ୍ତୀଙ୍କ ପ୍ରଥମ ଶିକାର ହୋଇଥିଲେ ଓ୍ୱିଲ ୟଙ୍ଗ । ଏହାପରେ କିଓ୍ୱି ଦଳର ବଡ ପାର୍ଟନରସିପ ଦେଖିବାକୁ ମିଳିନଥିଲା । ଡାରିଏଲ ମିଚେଲ ୬୩, ମାଇକେଲ ବ୍ରାସଓ୍ୱେଲ ୫୩, ରଚିନ ରବିନ୍ଦ୍ର ୩୭ ଓ ଗ୍ଲେନ ଫିଲିପ୍ସ ୩୪ ରନ କରିଥିଲେ । ଫଳରେ ଦଳ ୫୦ ଓଭରରେ ୭ ଓ୍ୱିକେଟ ହରାଇ ୨୫୧ ରନ କରିବାରେ ସଫଳ ହୋଇଥିଲା ।