କନକ ବ୍ୟୁରୋ : ରାଜଧାନୀରେ ଆୟୋଜିତ ହେଉଛି କନକ ନ୍ୟୁଜର ନ୍ୟୁଜ ମେକର କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ଗଣମାଧ୍ୟମର ବ୍ୟକ୍ତି ବିଶେଷଙ୍କ ଠାରୁ ଆରମ୍ଭ କରି ଯୋଗ ଦେଇଛନ୍ତି ଅନେକ ବରିଷ୍ଠ ରାଜନେତା । ଏହି ନେତାମାନେ ରାଜ୍ୟର ବିକାଶ ଓ ବାସ୍ତବତାକୁ ନେଇ ସେମାନଙ୍କର ମତ ରଖିଛନ୍ତି ।
‘ବିକାଶର ସ୍ବପ୍ନ ଓ ବାସ୍ତବତା’ ବିଷୟରେ ମତ ରଖି ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର କହିଲେ, ମୁଁ ସ୍ବପ୍ନ ବଦଳରେ ବାସ୍ତବତାରେ ବିଶ୍ବାସ କରେ। ଓଡ଼ିଶାକୁ ସ୍ବତନ୍ତ୍ର ସହାୟତା ମିଳୁନାହିଁ। ନିର୍ବାଚନ ପୂର୍ବର ପ୍ରତିଶ୍ରୁତି ପୂରଣ ହେଉନି। ଏଭଳି ସ୍ଥିତିରେ ୫ ବର୍ଷ ନୂଆ ସରକାର ରହିପାରିବେ କି ନାହିଁ ସେ ସ୍ଥିର କରନ୍ତୁ। ବିଜେପି ସଭାପତିଙ୍କ ସ୍ବପ୍ନ କ’ଣ, ସେକଥା ମୁଖ୍ୟମନ୍ତ୍ରୀ ଜାଣନ୍ତି ନାହିଁ। ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ ଉପମୁଖ୍ୟମନ୍ତ୍ରୀ ଜାଣନ୍ତି ନାହିଁ। କେତେ ଜଣଙ୍କୁ ଛାଡ଼ିଦେଲେ ଅନ୍ୟ ମନ୍ତ୍ରୀ କ’ଣ କରୁଛନ୍ତି ତାହା ଜଣାପଡ଼ୁନି। ବିଜେପିର ଭିଜନ କିଛି ନାହିଁ ବୋଲି ଶ୍ରୀ ମହାପାତ୍ର କଟାକ୍ଷ କରିଥିଲେ। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଲେ, ସ୍ବପ୍ନ ନଦେଖିଲେ ଯୋଜନା ହେବ ନାହିଁ କି ବିକାଶ ହେବ ନାହିଁ। ଓଡ଼ିଶାର ସାମଗ୍ରିକ ବିକାଶ ଆମ ଭିଜନ।
ଓଡ଼ିଶାର ସାମଗ୍ରିକ ବିକାଶ ଆମ ଭିଜନ: ମନମୋହନ
ମହାନଦୀ ଜଳ ବିବାଦର ସମାଧାନ କର: ଦେବୀ ପ୍ରସାଦ
ମୁଁ ସ୍ବପ୍ନ ବଦଳରେ ବାସ୍ତବତାରେ ବିଶ୍ବାସ କରେ: ବିଜୟ
ବିଜେପି ଓ ବିଜେଡି ଭିତରେ କୌଣସି ଅନ୍ତର ନାହିଁ: ପଞ୍ଚାନନ
ଓଡ଼ିଶାରେ ଥିବା ଅପାର ସମ୍ଭାବନାକୁ ବିନିଯୋଗ କରାଯାଇ ୫ ବର୍ଷରେ ଆଖିଦୃଶିଆ ବିକାଶ କରାଯିବ। ପର୍ୟ୍ୟଟନର ବିକାଶ କରାଯିବ। ଶିକ୍ଷା ଓ ସ୍ବାସ୍ଥ୍ୟ ବ୍ୟବସ୍ଥାର ପୁନରୁଦ୍ଧାର, କୃଷିକୁ ପ୍ରାଧାନ୍ୟ, ୮୦ ପ୍ରତିଶତ ଜମିକୁ ଜଳସେଚନ, ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ଗୁରୁତ୍ବ ଦିଆଯିବ। ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ କହିଲେ, ବିଜେପି ଓ ବିଜେଡି ଭିତରେ କୌଣସି ଅନ୍ତର ନାହିଁ। ବିଜେଡି ଯେଉଁ ବାଟରେ ଯାଉଥିଲା ଏବେ ବିଜେପି ସେହି ବାଟରେ। ଗତ ସରକାର ଖଣିଜ ସମ୍ପଦକୁ ବାହାରକୁ ପଠାଉଥିଲା, ଏବେର ସରକାରର ନୀତି ଅଲଗା ନୁହେଁ। ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର କହିଲେ, ନୂଆ ସରକାରର ସମୟ ଯୋଜନାର ନାଁ ବଦଳାଇବାରେ ଯାଉଛି। ବିଭାଗର କାମ ହେଉନାହିଁ କି ଯୋଜନା କାର୍ୟ୍ୟକାରୀ ହେଉନାହିଁ। ଗ୍ରାମାଞ୍ଚଳରେ ଉନ୍ନୟନ କାମ ଠପ୍ ହୋଇଯାଇଛି। ଏବେ ଡବଲ୍ ଇଞ୍ଜିନ୍ ସରକାର ଓଡ଼ିଶାର ସ୍ବାର୍ଥ ପାଇଁ ମହାନଦୀ ଜଳ ବିବାଦର ସମାଧାନ କରନ୍ତୁ। ଏହି ଅଧିବେଶନକୁ ବରିଷ୍ଠ ସାମ୍ବାଦିକ ଜ୍ୟୋତି ପ୍ରକାଶ ଦାସ ପରିଚାଳନା କରିଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/12/31/QqFiBlaVUW86QKlMtZhZ.jpg)