କନକବ୍ୟୁରୋ : ସୁସ୍ଥ ହେଲେ ଶ୍ରୀଜିଉ, ଆଜି ରାଜପ୍ରସାଦକୁ ଯିବ ଖବର । ବୈଦ୍ୟଙ୍କ ପରାମର୍ଶରେ ପ୍ରଭୁଙ୍କୁ  ଦଶମୁଳ ଓସ୍ବ ଦିଆଯିବା ପରେ ପ୍ରଭୁ ସୁସ୍ଥ ହୋଇଛନ୍ତି । ମହାପ୍ରଭୁଙ୍କ ସୁସ୍ଥ ଖବର ଗଜପତି ମହାରାଜାଙ୍କୁ ଦିଆଯିବ ।  ସ୍ନାନପୂଣ୍ଣିମା ଠାରୁ ଶ୍ରୀଜିଉମାନେ ଅଣସର ରେ ରହି ଦଇତାପତି ମାନଙ୍କ ଦ୍ବାରା ଉପଚାର ହେଉଥିଲେ । ଦଶମୁଳ ଓସ୍ବ ଦିଆଯିବା ପରେ ଶ୍ରୀଜୀଉ ସୁସ୍ଥ ହୋଇଛନ୍ତି ।  ଗୁପ୍ତସେବା ଶେଷ ହେବା ପରେ ଏହି ଖବର ଗଜପତି ମହାରାଜାଙ୍କୁ ଜଣାଇବାର ପରମ୍ପରା ରହିଛି ।

Advertisment

ଶ୍ରୀଅଙ୍ଗରୁ ବାହାରିଥିବା ପ୍ରସାଦକୁ ଜଗନ୍ନାଥଙ୍କ ପକ୍ଷରୁ ଗଜପତିଙ୍କ ଉଦ୍ଦେଶ୍ୟରେ ଦଇତା ପତିମାନେ ନେଇଯାଇଥାନ୍ତି । ରାଜପ୍ରସାଦ ବିଜେ ନୀତି ସମ୍ପାଦିତ ହେବା ପରେ ଗଜପତି ଦିବ୍ୟସିଂହ ଦେବ ଦଇତାପତି ସେବାୟତଙ୍କ ସହ ଆଲୋଚନା କରିବେ  ।  ଅଣସର ସମୟରେ ଶ୍ରୀଅଙ୍ଗରୁ ବାହାରିଥିବା ପ୍ରସାଦ ଚନ୍ଦନ, କରାଳ ଓ ପାଟଡୋରିକୁ ଧରି ଦଇତାପତିମାନେ ଶ୍ରୀନଅରକୁ ଆଣିଥାନ୍ତି  ।

ସକାଳ ଧୂପ ସରିବା ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ବେହେରଣ ଦ୍ୱାର ଫିଟିବା ସହ ଶ୍ରୀମନ୍ଦିରରୁ ଶ୍ରୀନହରକୁ ରାଜପ୍ରସାଦ ବିଜେ କରାଯାଇଛି । ଏହି ପ୍ରସାଦକୁ ମହାପ୍ରଭୁ ତାଙ୍କର ପ୍ରଥମ ସେବକ ଗଜପତି ମହାରାଜଙ୍କୁ ଆଜି ଦ୍ବାଦଶୀ ତିଥିରେ ଦଇତାପତିମାନେ ଆଣି ଭେଟି ଦେବେ  ।  ଏହି ସମୟରେ ବାଡଗ୍ରାହୀ ଓ ଦଇତାପତି ସମ୍ପ୍ରଦାୟର ସମସ୍ତେ ରାଜପ୍ରସାଦକୁ ଆସିଥାନ୍ତି  ।  ଅନ୍ୟପଟେ ରଥଯାତ୍ରାକୁ ନେଇ ଏବେଠାରୁ ଚଳଚଞ୍ଚଳ ହେଲାଣି ଶ୍ରୀକ୍ଷେତ୍ର । ରଥକାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ । ତିନିରଥର ପ୍ରଭା ଓ ସିଂହାସନ କାର୍ଯ୍ୟ ଚାଲିଥିବା ବେଳେ ଦୁଇ ଦିନ ଭିତରେ ସମ୍ପୂର୍ଣ୍ଣ ହୋଇଯିବ ରଥ କାର୍ଯ୍ୟ । 
----