କନକବ୍ୟୁରୋ : ଆବାସ ପାଇଁ ଲାଞ୍ଚ ମାଗିବାର ଖବର ପ୍ରସାରଣ ପରେ ଜଣେ ସାମ୍ବାଦିକଙ୍କୁ ପିଇଓଙ୍କ ହତ୍ୟା ଧମକ ଦେଇଥିବା ଜଣାଯାଇଛି । ଏହି ଘଟଣାରେ ସମ୍ପୃକ୍ତ ପିଇଓଙ୍କୁ ଉଠାଇ ନେଇ ବିଂଝାରପୁର ପୁଲିସ ଅଟକ ରଖିଛି । ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ବିତନା ପଞ୍ଚାୟତର ପିଇଓ ସୁଶାନ୍ତ କୁମାର ସାହୁ ଆବାସ ଯାଞ୍ଚ ପାଇଁ ଯାଇଥିବା ସମୟର ମଦ ପିଇବାର ଏକ ଭିଡ଼ିଓ ଗଣମାଧ୍ୟମରେ ଭାଇରାଲ ହୋଇଥିଲା ।
ଭିଡ଼ିଓ ଭାଇରାଲ ହେବା ପରେ ଖବର ପ୍ରସାରଣ କରିଥିଲେ ଜନୈକ ସାମ୍ବାଦିକ। ତେବେ ଖବର ପ୍ରସାରଣ ପରେ ଫୋନ୍ କରି ହତ୍ୟା ଧମକ ଦେଇଛନ୍ତି ସମ୍ପୃକ୍ତ ପିଇଓ ସୁଶାନ୍ତ ସାହୁ । ଟ୍ରକ୍ ଚଢ଼ାଇ ମାରି ଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି।
ତେବେ ନିଜର ସୁରକ୍ଷା ପାଇଁ ସାମ୍ୱାଦିକ ରାଣା ପ୍ରତାପ ମହାପାତ୍ର ବିଞ୍ଝାରପୁର ଥାନାର ଦ୍ବାରସ୍ଥ ହୋଇଛନ୍ତି । ତେବେ ଏଭଳି ଅଭିଯୋଗ ନୂଆ ନୁହେଁ ମଦ ପିଇବା ପୂର୍ବରୁ ମଧ୍ୟ ଏଭଳି ଅଭିଯୋଗ ଆସିଛି । ଏହି ଘଟଣା ପରେ ଉକ୍ତ ପିଇଓ ସୁଶାନ୍ତ କୁମାର ସାହୁଙ୍କୁ ବିଂଝାରପୁର ପୁଲିସ ଅଟକ କରିଛି l
ଆବାସ ତଦନ୍ତରେ ଯାଇ ବିତନା ପଞ୍ଚାୟତର ପିଇଓ ସୁଶାନ୍ତ କୁମାର ସାହୁ ହିତାଧିକାରୀଙ୍କଠାରୁ ମଦ ମାଗି ପିଉଥିବାର ଭିଡିଓ ଭାଇରାଲ ହୋଇଥିଲା । ଏହାକୁ ନେଇ ସାମ୍ବାଦିକ ରାଣାପ୍ରତାପ ମହାପାତ୍ର ଖବର ପ୍ରସାରଣ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ପିଇଓ ଶ୍ରୀ ସାହୁ ରାଣା ପ୍ରତାପଙ୍କୁ ହତ୍ୟା ଧମକ ଦେଇଥିଲେ । ଥାନାରେ ଅଭିଯୋଗ ପରେ ଗତକାଲି ବିଂଝାରପୁର ପୁଲିସ ୩୭୯/୨୫ରେ ଏକ ମାମଲା ରୁଜୁ କରିଥିଲା । ଆଜି ଶ୍ରୀ ସାହୁଙ୍କୁ ଗିରଫ କରିଛି ।