କନକ ବ୍ୟୁରୋ : କନକ ନ୍ୟୁଜରେ ଖବର ପ୍ରସାରଣ ପରେ, ଚେତିଲା ପ୍ରଶାସନ ଓ ଠିକା ସଂସ୍ଥା। ଭୁବନେଶ୍ଵର ଜନପଥ ମେଡିଆନରୁ ବିପଦସଙ୍କୁଳ ଅବସ୍ଥାରେ ପଡ଼ିଥିବା ବାଉଁଶବାଡ଼କୁ ହଟାଯାଇଛି । ମାଷ୍ଟର କ୍ୟାଣ୍ଟିନରୁ ବାଣୀବିହାର ପର୍ଯ୍ୟନ୍ତ  ମେଡିଆନରେ ଲାଗିଥିବା ଲକ୍ଷ ଲକ୍ଷ ଟଙ୍କାର ବାଉଁଶବାଡ଼ ଭଙ୍ଗାଯାଇଛି। ଗ୍ରିଲ୍ ଲଗାଇବା ଦାୟିତ୍ବ ନେଇଥିବା ଠିକା ସଂସ୍ଥା ବାଉଁଶବାଡ଼ ହଟାଇଛି । ୭୦ ଲକ୍ଷ ଟଙ୍କା ବ୍ୟୟରେ ଜନପଥ ମେଡିଆନର ବିକାଶ   କିନ୍ତୁ କେତେବେଳେ ରାସ୍ତା ପାର ହେବାକୁ ସାଧାରଣ ଲୋକ ଭାଙ୍ଗି ଦେଉଥିଲେ ତ ଆଉ କିଛି ପୋକରା ହେଇ ଭାଙ୍ଗି ଯାଇଥିଲା। ଏସବୁ ରାସ୍ତା ଉପରେ ବିପଦପୂର୍ଣ୍ଣ ଭାବେ ଝୁଲି ରହି ଗାଡ଼ି ଚାଳକଙ୍କ ପାଇଁ ଘାତକ ସାଜିଥିଲା। 

Advertisment

ବାଉଁଶବାଡ଼ ହଟାଇ ଏମ୍ସ୍ଏସ୍ ଗ୍ରିଲ୍ ଲଗାଇବାକୁ ଯୋଜନା ହୋଇଛି । ଉଦ୍ୟାନ ବିଭାଗ ସହଯୋଗରେ ବିଭିନ୍ନ ଗଛ ଲଗାଇ ସୌନ୍ଦର୍ଯ୍ୟ  ବୃଦ୍ଧି କରିବାକୁ ବି ରହିଛି ଯୋଜନା। ଗଛ ଲାଗିବା ପରେ ବନ ନିଗମ ଏହାର ରକ୍ଷଣାବେକ୍ଷଣ ଦାୟିତ୍ଵ ନେବ। ଏବେ ପୁଣି ୬୦ ଲକ୍ଷ ଖର୍ଚ୍ଚ କରି ଷ୍ଟିଲ୍‌ ଗ୍ରିଲ୍‌ ଲାଗିବ। ବାରମ୍ୱାର ଏମିତି ଭଙ୍ଗାଗଢ଼ା ଭିତରେ ଲୋକଙ୍କ ପଇସା ଅପବ୍ୟବହାର ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଜନତା। 

ସୌନ୍ଦର୍ଯ୍ୟୀକରଣ  ନେଇ ଲକ୍ଷାଧିକ ଟଙ୍କା ବର୍ବାଦ ହେଉଥିବା ବେଳେ ଏନେଇ ସ୍ମାର୍ଟ ସିଟି ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।