ବାଲିପାଟଣାରେ ନବବଧୂଙ୍କୁ ହତ୍ୟା : ପ୍ରଥମ ବିବାହ ବାର୍ଷିକୀ ଧୁମଧାମରେ ପାଳନ ପରେ ବିଳମ୍ବିତ ରାତିରେ ସ୍ତ୍ରୀକୁ କଲା ହତ୍ୟା

Advertisment

ପ୍ରଥମ ବିବାହ ବାର୍ଷିକୀ ଧୁମଧାମରେ ପାଳନ କଲେ ଦମ୍ପତି । ସେହି ରାତିରେ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ । ଭୁବନେଶ୍ବର ଉପକଣ୍ଠ ବାଲିପାଟଣା ଥାନା ସାମିଲ ଚଣ୍ଡିପଡା ଗାଁରେ ଘଟିଛି ଏଭଳି ହତ୍ୟାକାଣ୍ଡ  ।

ପ୍ରଥମ ବିବାହ ବାର୍ଷିକୀ ଧୁମଧାମରେ ପାଳନ କଲେ ଦମ୍ପତି । ସେହି ରାତିରେ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ । ଭୁବନେଶ୍ବର ଉପକଣ୍ଠ ବାଲିପାଟଣା ଥାନା ସାମିଲ ଚଣ୍ଡିପଡା ଗାଁରେ ଘଟିଛି ଏଭଳି ହତ୍ୟାକାଣ୍ଡ  ।

NEW MRRG

Photograph: (KanakNews )

କନକବ୍ୟୁରୋ : ପ୍ରଥମ ବିବାହ ବାର୍ଷିକୀ ଧୁମଧାମରେ ପାଳନ କଲେ ଦମ୍ପତି। ସେହି ରାତିରେ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ । ଭୁବନେଶ୍ବର ଉପକଣ୍ଠ ବାଲିପାଟଣା ଥାନା ସାମିଲ ଚଣ୍ଡିପଡା ଗାଁରେ ଘଟିଛି ଏଭଳି ହତ୍ୟାକାଣ୍ଡ  ।  ବିଳମ୍ବିତ ରାତିରେ ସ୍ବାମୀ ଓ ତାଙ୍କ ପରିବାର ଲୋକେ ମିଶି ନବବଧୂକୁ ହତ୍ୟା କରି ଫ୍ୟାନରେ ଟାଙ୍ଗି ଦେଇଥିବା ଥାନାରେ ଅଭିଯୋଗ ହୋଇଛି । 

କନ୍ୟା ଘର ପକ୍ଷରୁ ଅଭିଯୋଗ ହେବା ପରେ ବାଲିପାଟଣା ପୋଲିସ  ଅଭିଯୁକ୍ତ ସ୍ବାମୀକୁ ଅଟକ ରଖିଛି । ମାତ୍ର ବର୍ଷେ ତଳେ ବିବାହ କରିଥିଲେ। ପ୍ରଥମ ବିବାହ ବାର୍ଷିକୀକୁ ବଡ଼ ଧୁମଧାମରେ ପାଳନ କରିଥିଲେ ।  ବନ୍ଧୁ ବାନ୍ଧବ ଓ ସମ୍ପର୍କୀୟଙ୍କ ଗହଣରେ କେକ୍ କାଟି ଭୋଜି ଭାତ ହୋଇଥିଲା । ଝିଅ ଘର ଲୋକ ଉତ୍ସବ ପାଳନ ରେ ଯୋଗ ଦେଇ ରାତିରେ ଘରକୁ ଫେରି ଯାଇଥିଲେ । 

କିନ୍ତୁ ଭୋରରୁ ମୃତ୍ୟୁ ଖବର ପାଇ ଶାଶୁ ଘରେ ପହଞ୍ଚିଥିଲେ  ମହିଳାଙ୍କ ବାପ ଘର ଲୋକ। ନବ ବଧୂଙ୍କ ଭାଇ ଏନେଇ ବାଲିପାଟଣା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ  ସ୍ୱାମୀଙ୍କୁ ଅଟକ ରଖିଛି  ।  ସେପଟେ ନବବଧୂ ରଶି ଲଗାଇ ଆତ୍ମହତ୍ୟା କରିଥିବା ମହିଳାଙ୍କ ଶାଶୁ ଘର ପକ୍ଷରୁ କୁହାଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe