ବ୍ଲଗରଙ୍କ ହତ୍ୟା ପଛରେ କିଏ, କାହିଁକି ଯବାନ ପାଲିଟିଲା ଜହ୍ଲାଦ

Advertisment

ଶନିବାର ସନ୍ଧ୍ୟାରେ ସଂଗ୍ରାମ ତା ଦୁଇ ପୁତୁରାଙ୍କ ସହ ଜିଜିପି ଫିଲ୍ଡରେ ମଦ ପିଉଥିଲା । ଅନ୍ୟପଟେ ରାହୁଲ ତାଙ୍କର ୩ଜଣ ସାଙ୍ଗ ମିଶି ମଦ ପିଉଥିଲେ । ରାହୁଲଙ୍କ ସାଙ୍ଗ ଶିବା ଫୋନରେ କଥା ହେଉଥିବା ବେଳେ, ଖରାପ ଭାଷାରେ ଗାଳି କାହିଁକି କରୁଛି କହି ସଂଗ୍ରାମ ବିରୋଧ କରିଥିଲା ।

ଶନିବାର ସନ୍ଧ୍ୟାରେ ସଂଗ୍ରାମ ତା ଦୁଇ ପୁତୁରାଙ୍କ ସହ ଜିଜିପି ଫିଲ୍ଡରେ ମଦ ପିଉଥିଲା । ଅନ୍ୟପଟେ ରାହୁଲ ତାଙ୍କର ୩ଜଣ ସାଙ୍ଗ ମିଶି ମଦ ପିଉଥିଲେ । ରାହୁଲଙ୍କ ସାଙ୍ଗ ଶିବା ଫୋନରେ କଥା ହେଉଥିବା ବେଳେ, ଖରାପ ଭାଷାରେ ଗାଳି କାହିଁକି କରୁଛି କହି ସଂଗ୍ରାମ ବିରୋଧ କରିଥିଲା ।

8- youtuber died

କନକ ବ୍ୟୁରୋ: ହାତରୁ ମେହେନ୍ଦୀ ଲିଭିନି । କାନ୍ଥରୁ ବାହା ଚିତା ଛାଡିନି । କିନ୍ତୁ ଘର ବାହାରେ କୋକେଇ ପ୍ରସ୍ତୁତ ହେଲାଣି । ଶୋକାକୁଳ ପରିବେଶ । ଶୁନଶାନ ଘର ଦ୍ୱାର । କାନ୍ଦ ବୋବାଳିରେ ଫାଟି ପଡୁଛି, ସାରା ପରିବେଶ ।କେଇ ଦିନର ବାହାଘର ପରେ, ହାତ  ଛାଡି ଚାଲି ଯାଇଛନ୍ତି ସ୍ୱାମୀ । ଅଭାଗା ସ୍ତ୍ରୀ, ଏବେ ଏକୁଟିଆ । ଭୋ, ଭୋ, ହୋଇ କାନ୍ଦୁଛନ୍ତି । ସାତ ଜନ୍ମ ପାଇଁ ହାତ ଧରି ଥିଲ, ଅଧା ବାଟରେ କାହିଁକି ଛାଡିଗଲ କହି ... ଦାନ୍ତ, ପାଟି କାମୁଡି ବେହୋସ ହୋଇ ଯାଉଛନ୍ତି । ୟୁଟୁବର ରାହୁଲ ମହାରଣାଙ୍କ ହତ୍ୟାକାଣ୍ଡ ପରେ, ଯେମିତି ଘର ଉପରେ ବଜ୍ର ପଡିଛି । ଶନିବାର ରାତି ପ୍ରାୟ ସାଢେ ୧୦ଟା ବେଳେ, ଭୁବନେଶ୍ୱର ଜିଜିପି କଲୋନୀରେ ୟୁଟୁବରଙ୍କୁ ହତ୍ୟା କରିଛନ୍ତି ଦୁବୃର୍ତ୍ତ । 

ଏହା ବି ପଢ଼ନ୍ତୁ: କେରଳ : ହାଜତରେ କଏଦୀକୁ ନିସ୍ତୁକ ମାଡ଼;୪ ପୁଲିସ ଅଧିକାରୀ ନିଲମ୍ବିତ
 
ଏହି ୩ ଅଭିୟୁକ୍ତଙ୍କ ମଧ୍ୟରେ ଜଣେ ଦାଦା ଓ ଦୁଇ ଜଣ ପୁତୁରା ଅଛନ୍ତି । ସମରେନ୍ଦ୍ର ବେହେରା, ବୟସ ୨୦, ସଙ୍ଗ୍ରାମ ବେହେରା,  ବୟସ ୨୪, ସଙ୍ଗ୍ରାମ କେଶରୀ ବେହେରା, ବୟସ ୩୭ । ସଂଗ୍ରାମ ଜଣେ ଯବାନ, ସେ ଜମ୍ମୁରେ ଆର୍ମିରେ କାର୍ଯ୍ୟରତ । ସେ ଛୁଟି କାଟିବାକୁ ଓଡିଶଆ ଆସିଥିଲା । ଶନିବାର ସଂନ୍ଧ୍ୟାରେ ସଂଗ୍ରାମ ତା ଦୁଇ ପୁତୁରାଙ୍କ ସହ ଜିଜିପି ଫିଲ୍ଡରେ ମଦ ପିଉଥିଲା । ଅନ୍ୟପଟେ ରାହୁଲ ତାଙ୍କର ୩ଜଣ ସାଙ୍ଗ ମିଶି ମଦ ପିଉଥିଲେ । ରାହୁଲଙ୍କ ସାଙ୍ଗ ଶିବା ଫୋନରେ କଥା ହେଉଥିବା ବେଳେ, ଖରାପ ଭାଷାରେ ଗାଳି କାହିଁକି କରୁଛି କହି ସଂଗ୍ରାମ ବିରୋଧ କରିଥିଲା । ଯାହାକୁ ନେଇ, ଉଭୟ ଗୋଷ୍ଠୀଙ୍କ ଭିତରେ ହାତାହାତି ପରିସ୍ଥିତି ଶୃଷ୍ଟି ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ, ସଂଗ୍ରାମର ସାନ ପୁତୁରା ସମରେନ୍ଦ୍ର ପାଖରେ ରଖିଥିବା ଛୁରୀରେ ଭୁଷି ଦେଇଥିଲା । ଛୁରୀ ସିଧା ଯୁଟୁବରଙ୍କ ଛାତି ଚିରି ଦେଇଥିଲା । ଆଉ ଘଟଣାସ୍ଥଳରେ ହିଁ ରାହୁଲଙ୍କ ମୃତ୍ୟୁ ହୋଇଥିଲା । ମଦ ପାଇଁ ମୁଣ୍ଡ ଗଡିଲା । ସାମାନ୍ୟ ବଚଷାରୁ କଳି ଉଗ୍ରରୁପ ନେଲା । ୟୁଟୁବରଙ୍କ ଜୀବନ ଚାଲିଗଲା । ଆଉ ଯବାନକୁ ସୈତାନ ବନାଇ ଦେଲା ।  


 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe