କନକ ବ୍ୟୁରୋ : ଶ୍ରୀକ୍ଷେତ୍ରରେ ସ୍ମାର୍ଟସ୍କାମ୍ । ଭେଣ୍ଡିଂ କିଓସ୍କ କଲେ, କିନ୍ତୁ ପୂରା କାମରେ ଲାଗିଲାନି । ଏନେଇ କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଠକେଇ ଘୋଡ଼ାଇବା ପାଇଁ ଉଦ୍ୟମ ଚାଲିଛି । ହେଲେ ଦୁର୍ନୀତି ଏତେ ବଡ଼ ଯେ, ଯେତେ ଘୋଡ଼ାଇଲେ ବି ଲୁଚୁନି । ଖତ ଖାଉଛି କୋଟିକୋଟିର ନିର୍ମାଣ । ପୁରୀ ବେଳାଭୂମିରେ ନିର୍ମିତ ୧୨୪ଟି ଭେଣ୍ଡିଂ କିଓସ୍କକୁ ଦେଖିଲେ ବୁଝି ପାରିବେ କିପରି ଏହାର ବ୍ୟବହାର ହେଉଛି । ଅବଢ଼ା ଯୋଜନାରେ ପୁରୀ ବେଳାଭୂମିର ଉନ୍ନତି ପାଇଁ ୧୨୯ କୋଟି ୧୧ ଲକ୍ଷର ଅଟକଳ ଥିଲା । ଏଥିରେ ୬୬୨ଟି କିଓସ୍କ ସାମିଲ ଥିଲା । ପୂର୍ବ ସରକାର ୧୦୦ କୋଟି ଟଙ୍କାରେ ଏହା ନିର୍ମାଣ କରିଥିଲେ । ଦୁର୍ନୀତି ଅଭିଯୋଗ ଆସୁଥିବାରୁ ତଦନ୍ତ ଦାବି କରାଯାଇଛି । ପୁରୀ ବେଳାଭୂମିର ସୌନ୍ଦର୍ଯ୍ୟକରଣ ଏ ବର୍ଷ ଜୁନ୍‌ ମାସ ସୁଦ୍ଧା ସରିବା କଥା । କିନ୍ତୁ ବର୍ଷ ସରିଲାଣି, କାମ ସରିନାହିଁ । ପୁଣି ଏଥିରେ ଦୁର୍ନୀତି ଅଭିଯୋଗ ଆସିଛି ।