କନକ ବ୍ୟୁରୋ : ଗ୍ରାମାଞ୍ଚଳ ଗମନାଗମନ ସୁଗମ କରିବା ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଖର୍ଚ୍ଚ ହେଉଛି କୋଟିକୋଟି ଟଙ୍କା । ହେଲେ ଟଙ୍କା ରାସ୍ତା ଠୁ ଅଧିକ ଠିକାଦାରଙ୍କ ପକେଟ୍ ଗରମ କରୁଛି । ମୟୂରଭଞ୍ଜ କପ୍ତିପଦାରୁ ଆସିଛି ଏଭଳି କିଛି ଅଭିଯୋଗ । ୪ ଦିନ ବି ଗଲାନି ନବନିର୍ମିତ ରାସ୍ତା । ନିମ୍ନମାନର କାମ କରି ଠିକାଦାର ଛୁ’ ମାରିଥିବା ବେଳେ ଦୁର୍ନୀତିର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଲୋକେ ।
ହାତ ମାରିଲେ ଉଠିଯାଉଛି ଫଡ଼ା ଫଡ଼ା ପିଚୁ । ଗୋଟିଏ ସ୍ଥାନରେ ନୁହେଁ, ଆପଣ ଯେଉଁଠି ହାତ ମାରିବେ ସେହିଠାରେ ଉଠିବ । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଗୌଡ଼ଗାଁ ଛକ ଠାରୁ ଫୁଲବାଡିଆ ଛକ ପର୍ଯ୍ୟନ୍ତ ୪ କିଲୋମିଟର ପିଚୁ ରାସ୍ତା ନିର୍ମାଣ ହୋଇଛି । ହେଲେ ଧୂଳି ନହଟାଇ ଅଳ୍ପ ମୋଟେଇର ପିଚୁ ପକାଇ କାମ କରିଛନ୍ତି ଠିକାଦାର । ସତ ସାମନାକୁ ଆସିବା ପରେ ଠିକାଦାର ଫେରାର୍ ହୋଇଯାଇଥିବା ଅଭିଯୋଗ ହୋଇଛି ।
ଅଧିକ ପଢ଼ନ୍ତୁ : ଏପ୍ରିଲ ୧୬ରୁ ଓଡ଼ିଶାରେ ଜନଗଣନା: ନିଯୁକ୍ତ ହେବେ ଲକ୍ଷେରୁ ଅଧିକ ଅଧିକାରୀ
ରାସ୍ତା ପାଇଁ କେତେ ବ୍ୟୟ ଅଟ୍ଟକଳ ତାହା ଜଣାପଡ଼ୁନି । କାମ ବାବଦରେ କୌଣସି ସୂଚନାଫଳକ ନାହିଁ । ଖୋଲାଖୋଲି ଭାବେ ଦୁର୍ନୀତି ଚାଲିଛି । ଏ ବାବଦରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍ଇଙ୍କୁ ପଚାରିବାରୁ ସେ କ୍ୟାମେରା ସାମ୍ନାରେ ପ୍ରତିକ୍ରିୟା ଦେବାକୁ ରୋକ୍ଠୋକ୍ ମନା କରିଦେଇଛନ୍ତି । ଆଉ ସବୁ ଠିକ ଅଛି କହି ଠିକାଦାରଙ୍କୁ ଘଣ୍ଟ ଘୋଡ଼ାଇଛନ୍ତି ।
ଉନ୍ନୟନ କାମ ନାଁରେ ସରକାରୀ ଟଙ୍କା ହରିଲୁଟ କରିବା ନିଶ୍ଚିତ ଭାବେ ସମ୍ବେଦନଶୀଳ । ତେଣୁ ବିଭାଗକୁ ଠକି ନିଜ ପକେଟ ଗରମ କରୁଥିବା ଠିକାଦାରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/01/20/manan-2026-01-20-18-30-49.jpg)