ପଛରେ ପଡ଼ିଲା ବଡ଼ ସୁପରଷ୍ଟାର୍‌ଙ୍କ ଫିଲ୍ମ, ୪ ଦିନରେ 'ସୈୟାରା' କଲା ୧୦୦ କୋଟି ଆୟ

Advertisment

ବଲିଉଡ୍‌ରେ ନବାଗତ ଅଭିନେତାଙ୍କ ଫିଲ୍ମ 'ସୈୟାରା'କୁ ପସନ୍ଦ କରୁଛନ୍ତି ଦର୍ଶକ । ପଛରେ ପଡ଼ିଲେ ବଡ଼ବଡ଼ ସୁପରଷ୍ଟାର୍ । ମାତ୍ର ୪ ଦିନରେ ଆୟ ୧୦୦ କୋଟି ପାର୍‌ ।  

ବଲିଉଡ୍‌ରେ ନବାଗତ ଅଭିନେତାଙ୍କ ଫିଲ୍ମ 'ସୈୟାରା'କୁ ପସନ୍ଦ କରୁଛନ୍ତି ଦର୍ଶକ । ପଛରେ ପଡ଼ିଲେ ବଡ଼ବଡ଼ ସୁପରଷ୍ଟାର୍ । ମାତ୍ର ୪ ଦିନରେ ଆୟ ୧୦୦ କୋଟି ପାର୍‌ ।  

Saiyaara-

କନକ ବ୍ୟୁରୋ: ବଲିଉଡ ଫିଲ୍ମ 'ସୈୟାରା' ଝଡ଼ରେ ଫିକା ପଡ଼ିଗଲେ ବଡ଼ବଡ଼ ସୁପରଷ୍ଟାର । ରିଲିଜ୍ ହେଉ ହେଉ ଅନେକ ବଡ଼ ବଡ଼ ସୁପରଷ୍ଟାର ଓ ସେମାନଙ୍କ ଫିଲ୍ମକୁ ପଛରେ ପକାଇଲେ ବଲିଉଡର ନବାଗତ କଳାକାର ଆହାନ ପାଣ୍ଡେ ଓ ଅନୀତ୍ ପଡ୍ଡା । ନାମରେ ଖାନ୍ ବା କପୁର ନଥାଇ ବି ଫିଲ୍ମ ହଲ୍‌କୁ ଦର୍ଶକଙ୍କୁ ଟାଣି ଆଣିବାରେ ସଫଳ ହେ‌ଲେ ଆହାନ । ଫିଲ୍ମଟି ଦେଖିବା ପରେ ପ୍ରଶଂସକମାନେ ଭାବପ୍ରବଣ ହୋଇପଡ଼ୁଥିବାର ଅନେକ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସୁଛି । ଫିଲ୍ମର କାହାଣୀ କେତେ ମାତ୍ରାରେ ପ୍ରଭାବ ପକାଇଛି, ଏହାର ଫିଲ୍ମର ଆୟରୁ ସ୍ପଷ୍ଟ ହୋଇଛି । ମାତ୍ର ୪ଦିନରେ ୧୦୦କୋଟି କ୍ଲବରେ ପ୍ରବେଶ କରିଛି ଏହି ଫିଲ୍ମ । ଯାହା ଅନ୍ୟ ବଡ଼ ବଜେଟ ଫିଲ୍ମ ବେଳେ ବେଳେ କରିପାରେ ନାହିଁ, ତାହା କରି ଦେଖାଇଛି 'ସୈୟାରା'।

ଫିଲ୍ମର ବଜେଟ୍‌ ୬୦କୋଟି ଥିବା ବେଳେ ଏବେ ଫିଲ୍ମ ୧୦୦କୋଟିରୁ ଅଧିକ ଆୟ କରି ସୁପରହିଟ୍ ସାବ୍ୟସ୍ତ ହୋଇଛି । ଏହି ଫିଲ୍ମଟି ଅକ୍ଷୟ କୁମାରଙ୍କ କେଶରୀ-୨ର ଘରୋଇ ବକ୍ସ ଅଫିସ କଲେକ୍ସନ୍‌କୁ  ପଛରେ ପକାଇସାରିଛି । ଏବେ ଏହା ଆଲିଆ ଭଟ୍ଟ ଏବଂ ବରୁଣ ଧୱନଙ୍କ ପ୍ରଥମ ଚଳଚ୍ଚିତ୍ର 'ଷ୍ଟୁଡେଣ୍ଟ ଅଫ୍ ଦି ଇୟର' (୭୦କୋଟି) ଏବଂ ଜାହ୍ନବୀ କପୁରଙ୍କ 'ଧଡ଼କ' (୭୩କୋଟି)କୁ ମଧ୍ୟ ପଛରେ ପକାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe