ବାରିପଦା ମେଡିକାଲରୁ ନବଜାତ ଶିଶୁ ଚୋରି ଘଟଣା, ପ୍ରସୂତିଙ୍କୁ ସାହାଯ୍ୟ ବହାନାରେ ଛୁଆକୁ ନେଇ ପଳାଇଥିଲେ ଅପରିଚିତ ମହିଳା

ବାରିପଦା ସଦରଥାନା ଅନ୍ତର୍ଗତ ରାଣୀଭୋଳ ଗାଁର ଫୁଲମଣୀ ସୋରେନ ଗତକାଲି ସକାଳେ ହସପିଟାଲରେ ଆଡମିସନ ହୋଇଥିଲେ। କାଲି ହିଁ ତାଙ୍କର ଛୁଆ ଜନ୍ମ ହୋଇଥିଲା । ଆଜି ସକାଳୁ ଛୁଆ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । । ତେବେ ଫୁଲମଣି ତାଙ୍କ ସ୍ବାମୀଙ୍କ ଉପରେ ଦୋଷ ଲଦିଛନ୍ତି ।

8

କନକ ବ୍ୟୁରୋ :  ବାରିପଦା ମୁଖ୍ୟ ଚିକିତ୍ସାଳୟରେ ମାତିଛନ୍ତି ପିଲାଚୋର । ବାରିପଦା ମେଡିକାଲ ଭିତରୁ ଏକ ନବଜାତ ଶିଶୁ ଚୋରି ହୋଇଥିବା ଅଭିଯୋଗ ଆସିଛି । ପ୍ରସୂତିଙ୍କୁ ସାହାଯ୍ୟ କରିବା ବାହାନାରେ ଶିଶୁକୁ ଡାକ୍ତର ପାଖକୁ ନେଇଯିବା କହି ଜଣେ ଅପରିଚିତ ମହିଳା ଛୁଆକୁ ନେଇ ଛୁ’ ମାରି୍ଥିଲା । 

ବାରିପଦା ସଦରଥାନା ଅନ୍ତର୍ଗତ ରାଣୀଭୋଳ ଗାଁର ଫୁଲମଣୀ ସୋରେନ ଗତକାଲି ସକାଳେ ହସପିଟାଲରେ ଆଡମିସନ ହୋଇଥିଲେ। କାଲି ହିଁ ତାଙ୍କର ଛୁଆ ଜନ୍ମ ହୋଇଥିଲା । ଆଜି ସକାଳୁ ଛୁଆ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । । ତେବେ ଫୁଲମଣି ତାଙ୍କ ସ୍ବାମୀଙ୍କ ଉପରେ ଦୋଷ ଲଦିଛନ୍ତି । ତାଙ୍କ ସ୍ବାମୀ କାହାକୁ ବିକି ଦେଇଥିବା ଅଭିଯୋଗ ଆଣିଥିଲେ ଫୁଲମଣୀ । ହେଲେ ଏନେଇ ଥାନାରେ ଅଭିଯୋଗ ହେବା ପରେ ସ୍ଥାନୀୟ ପୁଲିସ ଖୋଜା ଖୋଜି କରି ନବଜାତକୁ ଠାବ କରିବାରେ ସଫଳ ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe