କନକ ବ୍ୟୁରୋ : ବାରିପଦା ମୁଖ୍ୟ ଚିକିତ୍ସାଳୟରେ ମାତିଛନ୍ତି ପିଲାଚୋର । ବାରିପଦା ମେଡିକାଲ ଭିତରୁ ଏକ ନବଜାତ ଶିଶୁ ଚୋରି ହୋଇଥିବା ଅଭିଯୋଗ ଆସିଛି । ପ୍ରସୂତିଙ୍କୁ ସାହାଯ୍ୟ କରିବା ବାହାନାରେ ଶିଶୁକୁ ଡାକ୍ତର ପାଖକୁ ନେଇଯିବା କହି ଜଣେ ଅପରିଚିତ ମହିଳା ଛୁଆକୁ ନେଇ ଛୁ’ ମାରି୍ଥିଲା ।
ବାରିପଦା ସଦରଥାନା ଅନ୍ତର୍ଗତ ରାଣୀଭୋଳ ଗାଁର ଫୁଲମଣୀ ସୋରେନ ଗତକାଲି ସକାଳେ ହସପିଟାଲରେ ଆଡମିସନ ହୋଇଥିଲେ। କାଲି ହିଁ ତାଙ୍କର ଛୁଆ ଜନ୍ମ ହୋଇଥିଲା । ଆଜି ସକାଳୁ ଛୁଆ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । । ତେବେ ଫୁଲମଣି ତାଙ୍କ ସ୍ବାମୀଙ୍କ ଉପରେ ଦୋଷ ଲଦିଛନ୍ତି । ତାଙ୍କ ସ୍ବାମୀ କାହାକୁ ବିକି ଦେଇଥିବା ଅଭିଯୋଗ ଆଣିଥିଲେ ଫୁଲମଣୀ । ହେଲେ ଏନେଇ ଥାନାରେ ଅଭିଯୋଗ ହେବା ପରେ ସ୍ଥାନୀୟ ପୁଲିସ ଖୋଜା ଖୋଜି କରି ନବଜାତକୁ ଠାବ କରିବାରେ ସଫଳ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/11/8-2025-10-11-17-46-50.jpg)