ପୁଣି ଛୁଆ ଚୋରି ଚର୍ଚ୍ଚା : ସମ୍ବଲପୁର ପରେ ଏବେ ନୟାଗଡରେ

ପୁଣି ଛୁଆ ଚୋରି ଚର୍ଚ୍ଚା  । ଏଥର ନୟାଗଡରେ  । ରାଜସୁନାଖଳା ସ୍ବାସ୍ଥ୍ୟକେନ୍ଦ୍ରରୁ ନବଜାତକ ଚୋରି ଅଭିଯୋଗ ଆଣିଲେ ପରିବାର  । ଡାକ୍ତର କହିଲେ, ଛୁଆ ଆମ ପାଖରେ ଜନ୍ମ ହୋଇନି,  ନେଲା କିଏ? । ସତ ଖୋଜୁଛି ପୋଲିସ  । 

28c

କନକ ବ୍ୟୁରୋ: ବୁର୍ଲା ଭିମସାର ପରେ ନୟାଗଡ ରାଜସୁନାଖଳା ସ୍ୱାସ୍ଥ୍ୟକେନ୍ଦ୍ରରୁ ଆସିଛି ଶିଶୁ ଚୋରି ଭଳି ସାଂଘାତିକ ଅଭିଯୋଗ ।  ପ୍ରସବ ପରେ ଛୁଆ ଚୋରି ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । କିନ୍ତୁ ମେଡିକାଲ କର୍ତ୍ତୃପକ୍ଷ ପ୍ରସୂତିଙ୍କ ସମ୍ପର୍କରେ କୌଣସି ତଥ୍ୟ ନଥିବା ଦର୍ଶାଇଛନ୍ତି । ପ୍ରଶ୍ନ ଉଠୁଛି, ଛୁଆ ଚୋରି ହୋଇଛି ନା ଛୁଆ ଚୋରିର ନାଟକ କରାଯାଇଛି । 
ଛୁଆକୁ ଫେରି ପାଇବାକୁ ଅସହାୟ ଭାବେ ମୁଣ୍ଡ ପିଟୁଛନ୍ତି ବୋଲଗଡ଼ ଗୋଡ଼ଭଙ୍ଗା ଗାଁର ସୁଧୀସ୍ମିତା ପରିଡ଼ା । ନୟାଗଡ଼ ରାଜସୁନାଖଳା ସ୍ବାସ୍ଥ୍ୟକେନ୍ଦ୍ରରେ ଶିଶୁ ଚୋରି ନେଇ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ପ୍ରସବ ହେବାର କିଛି ସମୟ ମଧ୍ୟରେ ଛୁଆ ଚୋରି ହୋଇଥିବା କହିଛନ୍ତି ପରିବାର ଲୋକେ । ଏନେଇ ଜଣେ ନର୍ସଙ୍କୁ ଦାୟୀ କରିଛନ୍ତି । 

ଶିଶୁ ଚୋରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଡାକ୍ତରଖାନା କର୍ତ୍ତୃପକ୍ଷ । ପ୍ରସୂତୀଙ୍କ ସମ୍ପର୍କରେ ରେଜିଷ୍ଟରରେ କୌଣସି ରେକର୍ଡ ନଥିବା କହିଛନ୍ତି ମେଡିକାଲ ସୁପରିଟେଣ୍ଡେଣ୍ଟ । ସିସିଟିଭିରେ ମଧ୍ୟ ପ୍ରସୂତୀଙ୍କ ଭିଡିଓ ନଥିବା ସେ ଦର୍ଶାଇଛନ୍ତି । ଯାହା ଏବେ ପୋଲିସ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । ଶରଣକୁଳ ଏସଡିପିଓ, ରଣପୁର ଥାନା ଅଧିକାରୀ ଓ ସୁନାଖଳା ଫାଣ୍ଡି ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । 

ଏଠି ପ୍ରଶ୍ନ, କିଏ କହୁଛି ସତ ? ମାଆ ଆଖିର ଲୁହ ମିଛ ନା ସିସିଟିଭି ଫୁଟେଜ ? ପୋଲିସ ତଦନ୍ତ ପରେ ସାମ୍ନାକୁ ଆସିବ ବାସ୍ତବ ଚିତ୍ର । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe