କନକ ବ୍ୟୁରୋ: ଏମିତି ଘଟଣା ଯାହା ଶୁଣିଲେ ଆପଣ ଏ ମଣିଷ ସମାଜକୁ ଘୃଣା କରିବେ ବୋଧହୁଏ । କାରଣ ରାଜସ୍ଥାନ ଭିଲୱାଡ଼ାରେ ଏମିତି ଘଟଣା ଘଟିଛି ଯାହା ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ ।
ରାଜସ୍ଥାନ ଭିଲୱାଡ଼ା ଜିଲ୍ଲାରେ ମାନବିକତାକୁ ଉଲଂଘନ କରିଗଲେ ମଣିଷ । ଏଠିକାର ବିଜୌଲିୟା ଉପଖଣ୍ଡର ଖେଡ଼ା ରୋଡ଼ ସ୍ଥିତ ସୀତାକୁଣ୍ଡ ଜଙ୍ଗଲରେ ଘଟିଥିବା ଘଟଣାକୁ ନେଇ ଏବେ ଜାତୀୟ ସ୍ତରରେ ଚର୍ଚ୍ଚା । ୧୦- ୧୨ ଦିନର କଅଁଳା ଛୁଆକୁ ପଥରେ ଚାପିଦେଇ ମାରିଦେବାକୁ ଚେଷ୍ଟା କରିଛନ୍ତି କିଛି ମଣିଷ ରୂପୀ ଅମଣିଷ । କଅଁଳା ଛୁଆକୁ ମାରିବାକୁ ତା ମୁହଁରେ ପଥର ରଖି ସେଥିରେ ଫେବିକ୍ବିକ୍ ମାରିଛନ୍ତି, ତାକୁ ପଥର ତଳେ ପୋତିଛନ୍ତି । ହେଲେ କଥାରେ ଅଛି ପରା ’ରଖିଲେ ହରି ମାରେ କିଏ?’
ଜଣେ ଗାଈ ଜଗାଳି ଗାଈ ଚରାଇବାକୁ ଯାଇଥିବାବେଳେ ପିଲାର କାନ୍ଦ ଶୁଭିଥିଲା । କାନ୍ଦକୁ କାନେଇ କାନେଇ ଠିକଣା ଜାଗାକୁ ଯାଇ ପଥର କାଢ଼ିଲାବେଳକୁ ତାଙ୍କ ହୋସ୍ ଉଡ଼ିଯାଇଥିଲା । ତୁରନ୍ତ ଯାଇ ପାଖ ଗାଁ ଲୋକଙ୍କୁ ଡାକିଥିଲେ । ପିଲାଟିକୁ ଉଦ୍ଧାର କରିବା ସହ ପୁଲିସକୁ ଖବର ଦେଇଥିଲେ । ପୁଲିସ ଆସି ପିଲାକୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲା । ଖବର ଅନୁସାରେ ଏବେ ପିଲାର ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି । ପୁଲିସ ଘଟଣାର ଛାନଭିନ୍ କରୁଛି ।
ଟିକେ ଚିନ୍ତା କରନ୍ତୁ , ପିଲାର କାନ୍ଦ ଯେପରି ନଶୁଭେ ସେଥିପାଇଁ ତା କଅଁଳା ପାଟିରେ ପଥର ରଖି ଅଠା ମାରିଦେଲେ । ତଥାପି ତା କାନ୍ଦ ପଥରକୁ ଚିରି ବାହାରକୁ ଆସିଲା । ତା ଜୀବନ ବଞ୍ଚିଲା । ସତରେ ତ, ଉପରବାଲା ହିଁ ବଳବାନ୍ । ହେଲେ ଏ ମଣିଷ ସମାଜକୁ କ’ଣ କହିବେ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/media_files/2025/09/24/18-2025-09-24-09-48-50.jpg)