କନକ ବ୍ୟୁରୋ: ନ୍ୟୁଜିଲ୍ୟାଣ୍ଡ ସଂସଦରେ ଅଜଗ ଘଟଣା ଦେଖିବାକୁ ମିଳିଛି । ସର୍ବକନିଷ୍ଠ ସାଂସଦ ହାନା ରାବିତି କ୍ଲର୍କଙ୍କ କାରାନାମା ଏବେ ସବୁଠି ଚର୍ଚ୍ଚା ସାଉଁଟିଛି । ଏକ ବିଲକୁ ସେ ଏଭଳି ଏକ ଢ଼ଙ୍ଗରେ ବିରୋଧ କରିଛନ୍ତି ଯାହା ଏବେ ଟ୍ରେଣ୍ଡିଂ ଖବରରେ ରହିଛି । ବିଲକୁ ପ୍ରଥମେ ବିରୋଧ କଲେ ମାରୋଇ ସାଂସଦ, ପରେ ପାରିତ ନକରିବାକୁ ଅପିଲ କରିଥିଲେ । ଆଉ ଶେଷରେ ନୃତ୍ୟ କରି, ଗୀତ ଗାଇ ବିଲକୁ ଚିରି ଦେଇଥିଲେ । ସୂଚନା ଅନୁସାରେ ନ୍ୟୁଜିଲ୍ୟାଣ୍ଡ ସଂସଦରେ ଟ୍ରିଟ ପ୍ରିନ୍ସପାଲ ବିଲରେ କିଛି ସଂଶୋଧନ ପାଇଁ ପ୍ରସ୍ତାବ ରଖାଯାଇଥିଲା । ଯାହା ଅଧିକାରକୁ କ୍ଷୁର୍ଣ୍ଣ କରୁଥିବା ମାରୋଇ ସାଂସଦ କହିବା ସହ ସଂଶୋଧନ ପାଇଁ ଆପତି ପ୍ରକାଶ କରିଥିଲେ । ଏହାର ମେଓରି ସମ୍ପ୍ରଦାୟର ସଂସ୍କୃତିକୁ ବିରୋଧୀ ବୋଲି ମହିଳା ସାଂସଦ କହିଥିଲେ । ଏହି ବିଲ ଚିରିବା ସହ ଆଗକୁ ମଧ୍ୟ ଲଢ଼େଇ ଜାରି ରହିବ ବୋଲି କହିଥିଲେ ସାଂସଦ ।
ନ୍ୟୁଜିଲ୍ୟାଣ୍ଡ ସଂସଦରେ ହଙ୍ଗାମା । ଗୀତ ଗାଇ, ନୃତ୍ୟ କରି ବିରୋଧ ପ୍ରଦର୍ଶନ ।
ପ୍ରସ୍ତାବିତ ବିଲକୁ ଚିରି ଫିଙ୍ଗିଲେ ସର୍ବକନିଷ୍ଠ ସାଂସଦ । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ । ସର୍ବକନିଷ୍ଠ ସାଂସଦ ହାନା ରାବିତି କ୍ଲର୍କଙ୍କ କାରାନାମା ଏବେ ସବୁଠି ଚର୍ଚ୍ଚା ସାଉଁଟିଛି ।