କନକ ବ୍ୟୁରୋ: ୨୦୨୬ ଟି-୨୦ ବିଶ୍ୱକପ୍ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି । ଏପରି ପରିସ୍ଥିତିରେ ନ୍ୟୁଜିଲ୍ୟାଣ୍ଡ ଦଳ ପାଇଁ ଆସିଛି ଏକ ଖରାପ ଖବର । ଦଳର ଷ୍ଟାର ଫାଷ୍ଟ ବୋଲର ଆଡାମ ମିଲନେ ଆଘାତ ଯୋଗୁଁ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛନ୍ତି। ନ୍ୟୁଜିଲ୍ୟାଣ୍ଡ ଦଳର କହିବା ଅନୁଯାୟୀ, ଦକ୍ଷିଣ ଆଫ୍ରିକା ଟି-୨୦ ଲିଗ୍ ସମୟରେ ଆଡାମ ମିଲନେ ଏହି ଆଘାତର ଶିକାର ହୋଇଥିଲେ। ତେବେ ତାଙ୍କ ବଦଳ ଖେଳାଳି ଭାବେ ବର୍ତ୍ତମାନ ଭାରତରେ ଟି-୨୦ ସିରିଜ୍ ଖେଳୁଥିବା କାଇଲ୍ ଜେମିସନଙ୍କୁ ବିଶ୍ୱକପ୍ ଦଳରେ ସାମିଲ କରାଯାଇଛି ।

Advertisment

ଆହୁରି ପଢ଼ନ୍ତୁ : ନବୀନଙ୍କ ‘ବିଶ୍ବସ୍ତ’, ‘ବିଶ୍ବାସଘାତ’ ଖେଳ 

ନ୍ୟୁଜିଲ୍ୟାଣ୍ଡ ଟି-୨୦ ବିଶ୍ୱକପରେ ଗ୍ରୁପ୍ ଡିରେ ରହିଛି । ଆଉ ତାଙ୍କର ପ୍ରଥମ ମ୍ୟାଚ୍ ଫେବ୍ରୁଆରି ୮ରେ ଆଫଗାନିସ୍ତାନ ବିପକ୍ଷରେ ହେବ। ତେବେ ଏହା ପୂର୍ବରୁ ଦଳକୁ ଲାଗିଛି ଶକ୍ତ ଝଟକା । ବାମ ହାତରେ ହାମଷ୍ଟ୍ରିଙ୍ଗ୍ ଆଘାତ ଯୋଗୁଁ ଆଡାମ ମିଲନେ ଆଇସିସି ଟି-୨୦ ବିଶ୍ୱକପରୁ ବାଦ ପଡ଼ିଛନ୍ତି ଏବଂ ତାଙ୍କ ସ୍ଥାନରେ କାଇଲ୍ ଜେମିସନ୍ ବ୍ଲାକକ୍ୟାପ୍ସ ଦଳରେ ସ୍ଥାନ ପାଇଛନ୍ତି। ରବିବାର SA-୨୦ରେ ବୋଲିଂ କରୁଥିବା ସମୟରେ ମିଲନେ ଆଘାତ ପାଇଥିଲେ ଏବଂ ପରେ ସ୍କାନରୁ ଆଘାତର ଗମ୍ଭୀରତା ଜଣାପଡ଼ିଥିଲା।