ନ୍ୟୁଜିଲାଣ୍ଡ ଭାଙ୍ଗିଛି ଭାରତର ସ୍ୱପ୍ନ, ୩ଥର ବିଶ୍ୱକପ୍ ବିଜୟର ବାଟ ଓଗାଳିଛି

Advertisment

ନ୍ୟୁଜିଲାଣ୍ଡ ଦଳ ଏଥର ଅତ୍ୟନ୍ତ ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଛି । ସେମିଫାଇନାଲରେ କିୱି ଦଳ ଦକ୍ଷିଣ ଆଫ୍ରିକା ଭଳି ଏକ ଅପରାଜେୟ ଦଳକୁ ପରାସ୍ତ କରି ସମସ୍ତଙ୍କୁ ଚକିତ କରିଦେଇଛି।

ନ୍ୟୁଜିଲାଣ୍ଡ ଦଳ ଏଥର ଅତ୍ୟନ୍ତ ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଛି । ସେମିଫାଇନାଲରେ କିୱି ଦଳ ଦକ୍ଷିଣ ଆଫ୍ରିକା ଭଳି ଏକ ଅପରାଜେୟ ଦଳକୁ ପରାସ୍ତ କରି ସମସ୍ତଙ୍କୁ ଚକିତ କରିଦେଇଛି।

IND-Vs-NZ

IND-Vs-NZ Photograph: (Kanak news)

କନକ ବ୍ୟୁରୋ: ବିଶ୍ୱ କ୍ରିକେଟର ସବୁଠାରୁ ବଡ଼ ମୁକାବିଲା ପାଇଁ ମଞ୍ଚ ପ୍ରସ୍ତୁତ। ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଇସିସି ମେନ୍ସ ଟି-୨୦ ବିଶ୍ୱକପ୍ ୨୦୨୬ର ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ । ଏହି ଐତିହାସିକ ଲଢ଼େଇରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ବିଶ୍ୱର ଦୁଇ ଶକ୍ତିଶାଳୀ ଦଳ ଭାରତ ଏବଂ ନ୍ୟୁଜିଲାଣ୍ଡ । କୋଟି କୋଟି କ୍ରିକେଟ୍ ପ୍ରେମୀଙ୍କ ନଜର ଏବେ ଏହି ହାଇଭୋଲ୍ଟେଜ୍ ମ୍ୟାଚ୍ ଉପରେ ରହିଛି।

ନ୍ୟୁଜିଲାଣ୍ଡ ଦଳ ଏଥର ଅତ୍ୟନ୍ତ ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଛି । ସେମିଫାଇନାଲରେ କିୱି ଦଳ ଦକ୍ଷିଣ ଆଫ୍ରିକା ଭଳି ଏକ ଅପରାଜେୟ ଦଳକୁ ପରାସ୍ତ କରି ସମସ୍ତଙ୍କୁ ଚକିତ କରିଦେଇଛି। ସୂଚନାଯୋଗ୍ୟ ଯେ, ଦକ୍ଷିଣ ଆଫ୍ରିକା ସେମିଫାଇନାଲ ପୂର୍ବରୁ ଗୋଟିଏ ହେଲେ ମ୍ୟାଚ୍ ହାରି ନଥିଲା। ଅନ୍ୟପଟେ, ଭାରତୀୟ ଦଳ ନିଜର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଇଂଲଣ୍ଡକୁ ସେମିଫାଇନାଲରେ ଧୂଳି ଚଟାଇ ଫାଇନାଲରେ ନିଜର ସ୍ଥାନ ପକ୍କା କରିଛି।

ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆଇସିସି ଟୁର୍ଣ୍ଣାମେଣ୍ଟର ଏକ ଲମ୍ବା ଇତିହାସ ରହିଛି । ଅତୀତରେ ନ୍ୟୁଜିଲାଣ୍ଡ ଅନେକ ଥର ଭାରତର ବିଶ୍ୱ ବିଜୟ ସ୍ୱପ୍ନକୁ ଧୂଳିସାତ କରିଛି । ୨୦୦୦ ମସିହାରେ ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ଭାରତକୁ ନ୍ୟୁଜିଲାଣ୍ଡଠାରୁ ପରାଜୟ ସ୍ୱୀକାର କରିବାକୁ ପଡ଼ିଥିଲା । ଏହା ପରେ ୨୦୧୯ ଦିନିକିଆ ବିଶ୍ୱକପ୍ ସେମିଫାଇନାଲ ଏବଂ ୨୦୨୧ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ମଧ୍ୟ ନ୍ୟୁଜିଲାଣ୍ଡ ଭାରତକୁ ହରାଇ ଟ୍ରଫିରୁ ଦୂରେଇ ରଖିଥିଲା।

ତେବେ ୨୦୨୫ ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ଭାରତ ଏହି ପରାଜୟର ମଧୁର ପ୍ରତିଶୋଧ ନେଇଥିଲା । ସେହି ମ୍ୟାଚରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଭାରତ ତୃତୀୟ ଥର ପାଇଁ ଚାମ୍ପିଅନ୍ସ ଟ୍ରଫି ନିଜ ନାମରେ କରିଥିଲା।

ଆହୁରି ପଢ଼ନ୍ତୁ... ଆଖି ନେଇଗଲା ଏସିଡ୍, ଭାଙ୍ଗିପାରିଲାନି ସାହସ: ଅନ୍ଧାର ଦୁନିଆରେ ବାଣ୍ଟୁଛନ୍ତି ଆଶାର କିରଣ

ଭାରତ ପାଇଁ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ବିଶ୍ୱକପ୍ ଫାଇନାଲ୍ ଏକ ବଡ଼ ଆହ୍ୱାନ । ଇତିହାସ ଅନୁଯାୟୀ, ବିଶ୍ୱକପରେ ଭାରତ କେବେବି ନ୍ୟୁଜିଲାଣ୍ଡକୁ ହରାଇ ପାରିନାହିଁ। ୨୦୦୭, ୨୦୧୬ ଓ ୨୦୨୧ରେ ହୋଇଥିବା ତିନୋଟି ଯାକ ମ୍ୟାଚରେ କିୱି ଦଳ ବିଜୟୀ ହୋଇଛି । ତେବେ ସାମଗ୍ରିକ ଟି-୨୦ ପରିସଂଖ୍ୟାନକୁ ଦେଖିଲେ ଏହି ଉଭୟ ଦଳ ମଧ୍ୟରେ ମୋଟ୍ 30ଟି ମ୍ୟାଚ ଖେଳ ହୋଇଛି । ଭାରତ ୧୮ଟି ମ୍ୟାଚରେ ବିଜୟୀ ହୋଇଥିବା ବେଳେ ନ୍ୟୁଜିଲାଣ୍ଡ ୧୧ଟିରେ ବିଜୟୀ ହୋଇଛି । ମାର୍ଚ୍ଚ ୮ରେ ଏହି ପରାଜୟର ଧାରା ଭାଙ୍ଗି କ୍ରମାଗତ ଦ୍ୱିତୀୟ ଥର ବିଶ୍ୱକପ୍ ଟ୍ରଫି ଜିତି ଇତିହାସ ରଚିବାକୁ ଟିମ୍ ଇଣ୍ଡିଆ ପାଖରେ ଏକ ସୁବର୍ଣ୍ଣ ସୁଯୋଗ ରହିଛି।

ଭାରତୀୟ ଦଳ ଏବେ ତୃତୀୟ ଥର ପାଇଁ ଟି-୨୦ ବିଶ୍ୱକପ୍ ଟ୍ରଫି ଜିତିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ । ଯଦି ଭାରତ ଏହି ମ୍ୟାଚ୍ ଜିତେ, ତେବେ ଏହା ଏକ ନୂଆ କୀର୍ତ୍ତିମାନ ସ୍ଥାପନ କରିବ । ଅନ୍ୟପଟେ, ନ୍ୟୁଜିଲାଣ୍ଡ ଦଳ ଏପର୍ଯ୍ୟନ୍ତ କେବେ ହେଲେ ଟି-୨୦ ବିଶ୍ୱକପ୍ ଜିତି ନାହିଁ, ତେଣୁ ସେମାନେ ନିଜର ପ୍ରଥମ ଟାଇଟଲ୍ ଜିତିବା ପାଇଁ ଜି ଜାନ୍ ଲଗାଇ ଦେବେ ।

ଏହି ମହାଲଢ଼େଇକୁ ଭାରତରେ ଷ୍ଟାର୍ ସ୍ପୋର୍ଟସ୍ ନେଟୱାର୍କ ଏବଂ ଜିଓଷ୍ଟାରରେ ଦେଖାଯାଇପାରିବ। ଏହା ସହିତ ଡିଡି ସ୍ପୋର୍ଟସରେ ମଧ୍ୟ କ୍ରିକେଟ୍ ପ୍ରେମୀମାନେ ଏହି ମ୍ୟାଚର ସିଧା ପ୍ରସାରଣ ଉପଭୋଗ କରିପାରିବେ। ଅହମ୍ମଦାବାଦର ଲକ୍ଷେରୁ ଅଧିକ ଦର୍ଶକଙ୍କ କୋଳାହଳ ମଧ୍ୟରେ କିଏ ବିଶ୍ୱ ବିଜୟୀ ହେବ, ତାହା ଦେଖିବା ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe