କନକ ବ୍ୟୁରୋ : ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ନେଇ ପୁଣି ଥରେ ନ୍ୟୁୟର୍କ ମେୟର ଜୋହରାନ ମମଦାନୀ ବଡ଼ ବୟାନ ଦେଇଛନ୍ତି । ମମଦାନୀ କହିଛନ୍ତି କି, ଯଦି ନେତାନ୍ୟାହୁ ନୁୟର୍କ ଆସନ୍ତି ତେବେ ତାଙ୍କୁ ତୁରନ୍ତ ଗିରଫ କରାଯିବ । 

Advertisment

ଏକ ଅନ୍ତର୍ଜାତୀୟ ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେଇ ମମଦାନୀ କହିଛନ୍ତି ଏହା ଏକ ଏଭଳି କାମ ଯାହାକୁ ମୁଁ ପୂରା କରିବାକୁ ଚାହୁଁଛି ।  ସେ ଆହୁରି କହିଛନ୍ତି କି, ଅନ୍ତରାଷ୍ଟ୍ରୀୟ ଆପରାଧିକ ନ୍ୟାୟଳୟ ଦ୍ୱାରା ଜାରି ୱାରେଣ୍ଟକୁ ସମ୍ମାନ ଦେଇ ନେତାନ୍ୟାହୁଙ୍କୁ ବିମାନବନ୍ଦରରୁ ଧରି ଗିରଫ କରିଦେବୁ ।

ମମଦାନୀ କହିଛନ୍ତି, ନେତାନ୍ୟାହୁଙ୍କ ଉପରେ ଗାଜା ପଟ୍ଟି ଉପରେ ଆକ୍ରମଣ ବିରୋଧରେ ଆପରାଧିକ ଅଭିଯୋଗ ରହିଛି । ତେଣୁ ମୋର ଇଚ୍ଛା ରହିଛି କି, ନ୍ୟୁୟର୍କ ଏଭଳି ଏକ ସହର ହେଉ, ଯେଉଁ ସହର ଅର୍ନ୍ତରାଷ୍ଟ୍ରୀୟ ଆଇନ ସପକ୍ଷରେ ଉଦାହରଣ ସୃଷ୍ଟି କରୁ । 

କହିରଖୁ କି  ନ୍ୟୁୟର୍କ ୟୁହୁଦିମାନଙ୍କ ପାଇଁ ସବୁଠାରୁ ବଡ଼ ସହର । ଯଦି ସେମାନେ ଏହାକୁ ବିରୋଧ କରନ୍ତି ତେବେ ସେମାନଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସେପଟେ ଯଦି ଏଭଳି ଘଟେ ଓ ମମଦାନୀ ନେତାନ୍ୟାହୁଙ୍କୁ ଗିରଫ କରନ୍ତି ତେବେ ଏହା ସଂଘୀୟ ଆଇନର ଉଲ୍ଲଂଘନ ହେବ । ମମଦାନୀ କହିଛନ୍ତି ଏହା ଏଭଳି ଏକ ମାମଲା ଯାହାର ନେତୃତ୍ୱ ପାଇଁ ସଂଘୀୟ ସରକାରଙ୍କ ଆଇନକୁ ଦେଖାଯାଇପାରିବ ନାହିଁ । ହେଲେ ନେତାନ୍ୟାହୁଙ୍କୁ ଗିରଫ କରାଯାଇପାରିଲେ ତାହା ଏକ ଉଦାହରଣ ସୃଷ୍ଟି ହେବ କି ନିଜ ଲୋକଙ୍କ ପାଇଁ କାମ କରିଲେ ତାହା କେତେ ଆନନ୍ଦଦାୟକ