ନୂଆବର୍ଷକୁ ଅଡୁଆ କଲା ଗୁରୁବାର : ବର୍ଷ ଶେଷ ଦିନରେ ଆମିଷ ବାର ବୁଧବାର ହୋଇଥିବାରୁ ମାଛ ମାଂସର ରେକର୍ଡ ବିକ୍ରି

Advertisment

ନୂଆବର୍ଷକୁ ସାରା ବିଶ୍ୱର ଲୋକ ଧୁମଧାମରେ ସ୍ୱାଗତ କରିଛନ୍ତି । ଦିଲ୍ଲୀ-ମୁମ୍ୱାଇ, କନ୍ୟାକୁମାରୀରୁ-ଉତ୍ତରାଖଣ୍ଡ, ଓଡ଼ିଶାରୁ- ଗୋଆ ଯାଏଁ ସବୁଠି ଧୁମଧାମରେ ନିଜ ନିଜ ଢଙ୍ଗରେ ନୂଆବର୍ଷକୁ ସ୍ୱାଗତ କରିଛନ୍ତି

ନୂଆବର୍ଷକୁ ସାରା ବିଶ୍ୱର ଲୋକ ଧୁମଧାମରେ ସ୍ୱାଗତ କରିଛନ୍ତି । ଦିଲ୍ଲୀ-ମୁମ୍ୱାଇ, କନ୍ୟାକୁମାରୀରୁ-ଉତ୍ତରାଖଣ୍ଡ, ଓଡ଼ିଶାରୁ- ଗୋଆ ଯାଏଁ ସବୁଠି ଧୁମଧାମରେ ନିଜ ନିଜ ଢଙ୍ଗରେ ନୂଆବର୍ଷକୁ ସ୍ୱାଗତ କରିଛନ୍ତି

NONVEG

Photograph: (KANAKNEWS)

କନକ ବ୍ୟୁରୋ : ନୂଆବର୍ଷକୁ ସାରା ବିଶ୍ୱର ଲୋକ ଧୁମଧାମରେ ସ୍ୱାଗତ କରିଛନ୍ତି । ଦିଲ୍ଲୀ-ମୁମ୍ୱାଇ, କନ୍ୟାକୁମାରୀରୁ-ଉତ୍ତରାଖଣ୍ଡ, ଓଡ଼ିଶାରୁ- ଗୋଆ ଯାଏଁ ସବୁଠି ଧୁମଧାମରେ ନିଜ ନିଜ ଢଙ୍ଗରେ ନୂଆବର୍ଷକୁ ସ୍ୱାଗତ କରିଛନ୍ତି । ରାତି ୧୨ଟା ଛୁଇଁବା ପରେ ଆତସବାଜୀରେ କମ୍ପିଥିଲା ଅଞ୍ଚଳ। ଲୋକ ବାଣ ଫୁଟାଇ ୨୦୨୬କୁ ସ୍ୱାଗତ କରିଛନ୍ତି । ମଲ, ହୋଟେଲ, କ୍ଲବ, ପବ, ରେଷ୍ଟୁରାଣ୍ଟରେ ଜମିଥିଲା ଜିରୋ ନାଇଟ ସେଲିବ୍ରେସନ । ଖାଦ୍ୟ, ପେୟ ସାଙ୍ଗକୁ ନାଚଗୀତର ମଜା ନେଇ ଲୋକେ ନୂଆବର୍ଷକୁ ଉତ୍ସବ ଭଳି ପାଳନ କରିଛନ୍ତି । ଏହା କେବଳ ତାରିଖ ବଦଳିନାହିଁ । ନୂଆବର୍ଷ ସମସ୍ତଙ୍କ ପାଇଁ ଆଶାର ନୂଆକିରଣ । ୨୦୨୫ରେ ପାଇଥିବା ଦୁଃଖ, ବିଫଳତାକୁ ଭୁଲି ନୂଆ ଭାବେ ଜୀବନକୁ ଆରମ୍ଭ କରିବାର ଏକ ସୁଯୋଗ, ଏକ ଅବସର ।  

ନୂଆବର୍ଷକୁ ସ୍ବାଗତ : ବିଶ୍ବବ୍ୟାପୀ ସବୁଠି ଉଲ୍ଲାସ

 ସେପଟେ ବର୍ଷ ଶେଷରେ ଜମିଲା ଆମିଷ ମାଡ଼। କୋଟି କୋଟି ଟଙ୍କାର ଆମିଷ ଖାଇଗଲେ ରାଜଧାନୀବାସୀ । ଡିସେମ୍ୱର ୩୧ ଆମିଷ ବାର ବୁଧବାର ପଡ଼ିଥିବାରୁ ଆମିଷପ୍ରେମୀଙ୍କୁ ବେଶ ସୁହାଇଥିଲା । ନୂଆବର୍ଷ ଆମିଷ ବାର ହୋଇନଥିବାରୁ ବିଦାୟୀ ବର୍ଷରେ ମନପୁରା ଆମିଷ ଖାଇଛନ୍ତି ଭୁବନେଶ୍ୱର ବାସିନ୍ଦା । ମାଛ, ମାଂସର ସ୍ୱାଦ ନେବାକୁ ରାଜଧାନୀବାସୀ ବର୍ଷ ଶେଷରେ ହାତଖୋଲା ଖର୍ଚ୍ଚ କରିଛନ୍ତି । ରାଜଧାନୀରେ ୨୦୨୫ ଶେଷ ଦିନରେ ୭ କୋଟି ୧ ଲକ୍ଷ ୩୦ ହଜାର ଟଙ୍କାର ଆମିଷ ବିକ୍ରି ହୋଇଛି । ବଜାରରୁ ମିଳିଥିବା ସୂଚନା ଅନୁସାରେ ମାଂସ, ଚିକେନ, ଅଣ୍ଡା ଅପେକ୍ଷା ମାଛ ଅଧିକ ବିକ୍ରି ହୋଇଛି । ମାଛ ଗୋଟିଏ ଦିନରେ ୧୨୦ ଟନ୍‌ ବିକ୍ରି ହୋଇ ରେକର୍ଡ କରିଛି । ସେହିପରି ମାସ ୫୨ ଟନରୁ ଅଧିକ, ଚିକେନ ୧୯୫ ଟନ୍ ଓ ଅଣ୍ଟା ୪ ହଜାର କାର୍ଟୁନି ବିକ୍ରି ହୋଇଛି ।  
ଡିଏସକେ - ଖାଇଗଲେ କୋଟି କୋଟି ଟଙ୍କାର ଆମିଷ
ରାଜଧାନୀରେ ଖାସି ମାଂସ କେଜି - ୮୫୦ ଟଙ୍କା 
ଖାସି ମାଂସ ବିକ୍ରି - ୫୨.୫ ଟନ୍ 
ମୋଟ ୨ କୋଟି ୫୨ ଲକ୍ଷ ଟଙ୍କା 
--
ଚିକେନ କିଲୋ - ୨୨୦-୨୪୦ ଟଙ୍କା 
ଚିକେନ ବିକ୍ରି - ୧୯୫ ଟନ୍ 
ମୋଟ ୨ କୋଟି ୩୫ ଲକ୍ଷ ୯୫ ହଜାର ଟଙ୍କା 
---
ମାଛ କିଲୋ - ୧୫୦- ୨୦୦୦ ଟଙ୍କା 
ମାଛ ବିକ୍ରି - ୧୨୦ ଟନ୍ 
ମୋଟ - ୧ କୋଟି ୫୭ ଲକ୍ଷ ୯୨ ହଜାର 
--
ଅଣ୍ଡା ବିକ୍ରି - ୪ ହଜାର କାର୍ଟୁନ 
ମୋଟ - ୫୫ ଲକ୍ଷ ୪୪ ହଜାର ଟଙ୍କା 
ଭୁବନେଶ୍ୱରର ସମୁଦାୟ ଆମିଷ ବିକ୍ରି - ୭ କୋଟି ୧ ଲକ୍ଷ ୩୧ ହଜାର 
--
ରାଜଧାନୀରେ ମାଛ ଦାମ 
ରୋହି କେଜି- ୨୦୦- ୨୪୦ ଟଙ୍କା  
ଭାକୁର କିଲୋ - ୨୦୦-୪୦୦  
ଜଳଙ୍ଗ କିଲୋ- ୧୫୦- ୧୬୦ 
ମିରକଡି କିଲୋ - ୨୨୦-୨୪୦ 
ମଉରାଡି କିଲୋ - ୨୦୦-୨୫୦ 
ଖଙ୍ଗା କୋଲି - ୪୦୦- ୫୦୦ 
ଇଲିସି- ୧୦୦୦-୨୦୦୦ 
ଚିଙ୍ଗୁଡ଼ି- ୨୫୦-୪୦୦ 
ଜିଅନ୍ତା କଙ୍କଡ଼ା କିଲୋ - ୪୦୦-୬୦୦ 
ମଲା କଙ୍କଡ଼ା କିଲୋ - ୨୫୦ 
ଲୁଣି କଙ୍କଡ଼ା କିଲୋ- ୩୦୦ 
ଜିଅନ୍ତା ରୋହି କିଲୋ - ୨୪୦-୨୬୦ 
ମାଗୁର କିଲୋ - ୧୫୦ 
ଟାଇଗର ଚିଙ୍ଗୁଡ଼ି- ୭୦୦-୧୦୦୦
ପାମ୍ପଲେଟ୍‌ କିଲୋ - ୧୦୦୦-୧୫୦୦ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe