କନକବ୍ୟୁରୋ : ବ୍ରହ୍ମପୁରକୁ ମିଳିବ ନୂଆବର୍ଷ ଭେଟି ।  ସହରରେ ଗଡ଼ିବ ୧୦୦ ନୂଆ ବସ୍‌ ।  ଭିତ୍ତିଭୂମି ସଜାଡ଼ିବାକୁ ସର୍ଭେ ଆରମ୍ଭ ହୋଇଥିଲା ବେଳେ ଜାନୁଆରି ୧୫ ସୁଦ୍ଧା ଏହି ନୂଆ ବସ୍‌ ଚାଲିବ। ନୂଆ ବର୍ଷରେ ବ୍ରହ୍ମପୁର ସହରରୁ ୮ଟି ରୁଟ୍‌ରେ ଚାଲିବାକୁ ନୂଆ ଆମ ବସ୍‌ ଯୋଗାଇ ଦେବେ ରାଜ୍ୟ ସରକାର ।  ବ୍ରହ୍ମପୁରରୁ ଗୋପାଳପୁର, ଛତ୍ରପୁର, ପୁରୁଷୋତ୍ତମପୁର, ଆସ୍କା, ହିଞ୍ଜିଳି, ଦିଗପହଣ୍ଡି, ଚିକିଟି ଓ ସୋନାପୁରକୁ ଗଡ଼ିବ ବସ୍। ‘କ୍ରୁଟ୍‌’ ଜରିଆରେ ଏହି ବସ୍‌ କିଣାଯିବ । ଜାନୁଆରି ୧୫ ସୁଦ୍ଧା ପ୍ରଥମ ପର୍ଯ୍ୟାୟରେ ୫୦ଟି ବସ୍‌ ଆସିବ। ବସ୍‌ ରହଣି ଲାଗି ସର୍ଭେ ଆରମ୍ଭ ହୋଇଥିଲା ବେଳେ କିଛି ନୂଆ ବସ୍‌ ଷ୍ଟପ୍‌ ବି ନିର୍ମାଣ ହେବ ।

Advertisment

ଉପାନ୍ତ ଅଞ୍ଚଳର ସଫେଇ ଯୋଦ୍ଧା : ବାଣ୍ଟୁଛନ୍ତି ସ୍ବଚ୍ଛତାର ବାର୍ତ୍ତା

ଏଥିପାଇଁ ଜମି ଯୋଗାଇବେ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ । ହଳଦିଆପଦର, ଛତ୍ରପୁର ଓ ଗୋପାଳପୁର ବସ୍‌ଷ୍ଟାଣ୍ଡରେ ଡିପୋ ପ୍ରସ୍ତୁତ ହେବ।  ବସ୍‌ ରହଣିସ୍ଥଳରେ କର୍ମଚାରୀଙ୍କ ପାଇଁ ରାତ୍ରିଯାପନ ଓ ବିଶ୍ରାମ ସୁବିଧା ରହିବ । ସହରରେ ପ୍ରାୟ ୨୦ଟି ଯାତ୍ରୀ ରହଣିସ୍ଥଳ ସହ ୪/୫ଟି ଆଦର୍ଶ କ୍ୟୁ ସେଣ୍ଟର ରହିବ । ଅଧିକାଂଶ ବ୍ୟାଟେରି ଚାଳିତ ବସ୍‌ ହୋଇଥିବାରୁ ସ୍ବତନ୍ତ୍ର ଇଭି ଚାର୍ଜିଂ ଷ୍ଟେସନ୍ ପ୍ରସ୍ତୁତ କରାଯିବ ।  ସେପଟେ ବସ୍‌ ଗଡ଼ିବା  ପୂର୍ବରୁ ସହର ରାସ୍ତାକୁ ଓସାରିଆ ଓ ବିକଶିତ କରିବାକୁ ଦାବି କରିଛନ୍ତି ସହରବାସୀ ।  ଆମ ବସ୍’ ଯୋଜନାରେ ୫୦ଟି ଓ ‘ପିଏମ୍‌-ସେବା’ ଯୋଜନାରେ ଆଉ ୫୦ଟି ବସ୍ କିଣାଯିବ ।  ଏହି ବସ୍‌ ପରିଚାଳନା ‘କ୍ରୁଟ୍‌’ ହାତରେ ରହିଲେ ବି ତଦାରଖ କରିବେ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ।