HCG  ପଣ୍ଡା କ୍ୟାନ୍ସର ହସ୍ପିଟାଲରେ ଇଂରାଜୀ ନବବର୍ଷ ୨୦୨୫ ପାଳିତ । କର୍କଟ ରୋଗକୁ ପ୍ରତିରୋଧ କରିବାକୁ ଆଲୋଚନା ।

Advertisment

HCG  ପଣ୍ଡା କ୍ୟାନ୍ସର ହସ୍ପିଟାଲ ପରିସରରେ ଇଂରାଜୀ ନବବର୍ଷ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ହସ୍ପିଟାଲ ଦ୍ୱାରା କର୍କଟ ରୋଗ ନେଇ ସଚେତନତା ସୃଷ୍ଟି କରିବା ଏବଂ ଲୋକମାନଙ୍କୁ ତମାଖୁ ଛାଡ଼ିବାକୁ ଉତ୍ସାହିତ କରିବାକୁ ଆୟୋଜତି ହୋଇ ଆସୁଛି ।

HCG  ପଣ୍ଡା କ୍ୟାନ୍ସର ହସ୍ପିଟାଲ ପରିସରରେ ଇଂରାଜୀ ନବବର୍ଷ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ହସ୍ପିଟାଲ ଦ୍ୱାରା କର୍କଟ ରୋଗ ନେଇ ସଚେତନତା ସୃଷ୍ଟି କରିବା ଏବଂ ଲୋକମାନଙ୍କୁ ତମାଖୁ ଛାଡ଼ିବାକୁ ଉତ୍ସାହିତ କରିବାକୁ ଆୟୋଜତି ହୋଇ ଆସୁଛି ।

New Project-a8

New Project-a8 Photograph: (New Project-a8)

କନକ ବ୍ୟୁରୋ: କଟକ ତେତେଙ୍ଗାତେଣ୍ଠ ସ୍ଥିତ HCG  ପଣ୍ଡା କ୍ୟାନ୍ସର ହସ୍ପିଟାଲ ପରିସରରେ ଇଂରାଜୀ ନବବର୍ଷ ପାଳିତ ହୋଇଛି । ଏହି ଅବସରରେ ହସ୍ପିଟାଲ ନିର୍ଦ୍ଦେଶକ ପ୍ରଫେସର ଡାକ୍ତର କୃପାସିନ୍ଧୁ ପଣ୍ଡା କର୍କଟ ରୋଗର କାରଣ, ନିରାକରଣ ଏବଂ ଏହାର ଚିକିତ୍ସା ସମ୍ପର୍କରେ ଆଲୋଚନା କରିଥିଲେ । ହସ୍ପିଟାଲ ପକ୍ଷରୁ ଡାକ୍ତର ରଣଜିତ କର, ଡାକ୍ତର ସୁବ୍ରାହ୍ମ ପାଣି, ଡାକ୍ତର ସୁଶାନ୍ତ ପାଇକରାୟ ଓ ଅନ୍ୟାନ୍ୟ ଡାକ୍ତର ଏବଂ ଷ୍ଟାଫ୍‌ମାନେ ଏହି କାର୍ୟ୍ୟକ୍ରମରେ ସାମିଲ ହୋଇ ନିଜର ମୂଲ୍ୟବାନ ମନ୍ତବ୍ୟ ରଖିଥିଲେ । 

ମିଳିଥିବା ସୂଚନା ଅନୁଯାୟୀ ପ୍ରତିବର୍ଷ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ହସ୍ପିଟାଲ ଦ୍ୱାରା କର୍କଟ ରୋଗ ନେଇ ସଚେତନତା ସୃଷ୍ଟି କରିବା ଏବଂ ଲୋକମାନଙ୍କୁ ତମାଖୁ ଛାଡ଼ିବାକୁ ଉତ୍ସାହିତ କରିବାକୁ ଆୟୋଜତି ହୋଇ ଆସୁଛି । କର୍କଟ ରୋଗର ପ୍ରତିରୋଧ ଓ ପୂର୍ବ ଚିହ୍ନଟକୁ ପ୍ରୋତ୍ସାହନ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ନବବର୍ଷରେ କର୍କଟ ରୋଗର ବିରୁଦ୍ଧରେ ସଚେତନତା ଓ ନିବାରଣ, ସଂଘର୍ଷ ଏବଂ ଏହାର ଚିକିତ୍ସାର ଗୁରୁତ୍ୱକୁ ନେଇ ଆଲୋଚନା ଚକ୍ର ହୋଇଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe