କନକ ବ୍ୟୁରୋ: ବର୍ଷ ବଦଳିଲା କିନ୍ତୁ ବଦଳିଲାନି ଅନ୍ନଦାତାଙ୍କ ଭାଗ୍ୟ । ନୂଆବର୍ଷରେ ବି ଦୂର ହେଲାନାହିଁ ଚାଷୀଙ୍କ ସମସ୍ୟା । ଧାନ ଅମଳ ହେଲା ହେଲେ କେଉଁଠି ଟୋକନ ସମସ୍ୟା ତ କେଉଁଠି ମଣ୍ଡିରେ ଅବ୍ୟବସ୍ଥା ଚାଷୀଙ୍କ ଚିନ୍ତା ବଢ଼ାଇଛି । ନୂଆ ବର୍ଷ ଆରମ୍ଭରୁ ହିଁ ଅବହେଳିତ ଅବସ୍ଥାରେ ପଡ଼ି ରହିଛି ଚାଷୀଙ୍କ ପରିଶ୍ରମ ।
ଅଧିକ ପଢ଼ନ୍ତୁ : ଟୋକନ ସମସ୍ୟାରେ ହନ୍ତସନ୍ତ ଚାଷୀ ; ମଣ୍ଡିରୁ ଉଠିପାରୁନି ଧାନ
ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଗାଁ କେରେଡ଼ା ଗାଁର ଚିତ୍ର । କେମିତି କ୍ବିଣ୍ଟାଲ କ୍ବିଣ୍ଟାଲ ଧାନ ଖୋଲା ଆକାଶ ତଳେ ପଡିରହିଛି । କାହାର ଧାନ ଜମିରେ ପଡ଼ି ରହିଛି ତ ଆଉ କାହାର ନିଜ ନିଜ ଗାଁର ରାସ୍ତା ଉପରେ ପକାଇ ରଖିଛନ୍ତି । କାରଣ ଅମଳ ହୋଇଥିବା ଧାନ ରଖିବା ପାଇଁ ଚାଷୀଙ୍କର ନିଜସ୍ୱ କୌଣସି ଜାଗା ନାହିଁ । ଚାଷୀ ଭାବିଥିଲା ନିଜର ଅମଳ ଧାନକୁ ମଣ୍ଡିକୁ ନେଇ ବିକିବ । ହେଲେ ମଣ୍ଡି ଖୋଲିବାର ୧୫ ଦିନ ବିତିଥିଲେ ବି ଏ ପର୍ଯ୍ୟନ୍ତ ସେମାନଙ୍କୁ ଟୋକନ ମିଳୁନି । ଯାହାଫଳରେ ଚାଷୀ ଖୋଲା ଆକାଶ ତଳେ ନିଜ କଷ୍ଟ ଉପାର୍ଜିତ ଧାନକୁ ପକାଇରଖିଛି ।
ଅଧିକ ପଢ଼ନ୍ତୁ : ମଣ୍ଡି ବ୍ୟବସ୍ଥାକୁ ନେଇ ସବୁଠି ଅସନ୍ତୋଷ, କେଉଁଠି ଟୋକନ ମିଳିନି ତ କେଉଁଠି ମଣ୍ଡି ଖୋଲିଥିଲେ ବି ଧାନ ଉଠୁନି
ଖାଲି ରାୟଗଡ଼ା ନୁହେଁ ନବରଙ୍ଗପୁରରୁ ମଧ୍ୟ ଆସିଛି ମଣ୍ଡି ଅବ୍ୟବସ୍ଥାର ବିକଳ ଦୃଶ୍ୟ । ଏଠି ଦୁଇ ମାସ ବିଳମ୍ବରେ ଆରମ୍ଭ ହେଲା ମଣ୍ଡି କିନ୍ତୁ ମଣ୍ଡିରୁ ଉଠୁନି ଧାନ । ଶୀତ କାକରରେ ରାତି ଉଜାଗର ରହି ମଣ୍ଡିରେ ଧାନକୁ ଜଗି ବସିଛନ୍ତି ଚାଷୀ । ଧାନ ଅମଳ ପରେ ଚାଷୀଙ୍କୁ ଖୁସି ମିଳିବା କଥା ହେଲେ ଆଜି ଚାଷୀଙ୍କ ଜୀବନ ହେଇଯାଇଛି ଆଶଙ୍କା ଓ ଅନିଶ୍ଚିତତାର ଏକ ଗପ । ବର୍ଷ ସରିଗଲା, କ୍ୟାଲେଣ୍ଡର ପୃଷ୍ଠା ବଦଳିଲା; କିନ୍ତୁ ବଦଳିଲାନି ଚାଷୀଙ୍କ ଭାଗ୍ୟ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/01/farmer-2026-01-01-17-38-43.jpg)