ପୂଜା ପୂର୍ବରୁ ପୋଲିସ ବିଭାଗର ନବକଳେବର ? ଥାନା ଅଧିକାରୀଙ୍କ ପାଳି କେବେ ନେଇ ଉଠିଲା ପ୍ରଶ୍ନ

ପୂଜା ପୂର୍ବରୁ ପୋଲିସ ବିଭାଗରେ ହୋଇଛି ନବକଳେବର। ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି।

166

କନକବ୍ୟୁରୋ : ପୂଜା ପୂର୍ବରୁ ପୋଲିସ ବିଭାଗରେ ହୋଇଛି ନବକଳେବର। ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି। ବଦଳିଛନ୍ତି ଟ୍ବିନ ସିଟି ପୋଲିସ କମିଶନର ଏବଂ ଭୁବନେଶ୍ବର ଓ କଟକ ଡିସିପି ।

କ୍ରାଇମବ୍ରାଞ୍ଚ, ଭିଜିଲାନ୍ସ, ଗୁଇନ୍ଦା ଭଳି କିଛି ବଡ଼ ବିଭାଗରେ ଅଦଳ ବଦଳ ହୋଇଛି। କୁହାଯାଉଛି, ଭରତପୁର ଘଟଣା ପୋଲିସ କମିଶନର ସଞ୍ଜୀବ ପଣ୍ଡା ଓ ଡିସିପି ପ୍ରତୀକ ସିଂଙ୍କ ପାଇଁ ମହଙ୍ଗା ହୋଇଛି । 

ସଞ୍ଜୀବ ପଣ୍ଡାଙ୍କ ଜାଗାରେ ସୁରେଶ ଦେବଦତ୍ତ ସିଂ ହୋଇଛନ୍ତି ପୋଲିସ କମିଶନର। ସେହିପରି ପୁରୀ ଏସପି ଥିବା ପିନାକ ମିଶ୍ରଙ୍କୁ ଭୁବନେଶ୍ବର ଡିସିପି ଭାବେ ଅବସ୍ଥାପିତ କରାଯାଇଛି ।

ରାଜ୍ୟରେ ସରକାର ବଦଳିବା ପରେ ପ୍ରଥମଥର ଏତେ ବଡ଼ ଅଦଳ ବଦଳ ହୋଇଛି । ଦୀର୍ଘ ଦିନ ଧରି ଗାଦି ମାଡ଼ି ବସିଥିବା ମାର୍କାମରା ଅଫିସରଙ୍କୁ ବଦଳି କରାଯାଇଛି । ଆଇପିଏସ୍ ସ୍ତରରେ ସିନା ନବକଳେବର ହେଲା, ଏବେ ପ୍ରଶ୍ନ ଥାନା ଅଧିକାରୀଙ୍କ ପାଳି କେବେ?  ଗୋଟେ ଗୋଟେ ଥାନାରେ ଦୀର୍ଘ ଦିନ ହେଲା ଗାଦି ମାଡ଼ି ବସିଛନ୍ତି ଥାନା ଆଇଆଇସି। ସେମାନଙ୍କର ପାଳି ଆଗକୁ ପଡିବ କି?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe