ମହାପ୍ରଭୁଙ୍କ ଦର୍ଶନ କଲେଣି ୨ ଲକ୍ଷ; ରାତି ଗୋଟାଏ ୫୫ରୁ ଜଗା ଦର୍ଶନ ପାଇଁ ଲାଗିଛି ଲମ୍ବା ଲାଇନ୍

Advertisment

ମହାପ୍ରଭୁଙ୍କ ଦର୍ଶନ ସାନିଧ୍ୟ ନେଇଛନ୍ତି ପ୍ରାୟ ଦୁଇ ଲକ୍ଷ ଶ୍ରଦ୍ଧାଳୁ । ଆଜି ଭିଡ଼କୁ ଦୃଷ୍ଟି ରେ ରଖି ଭିତର କାଠ ଦର୍ଶନ ବନ୍ଦ ରଖାଯାଇଥିବା ବେଳେ ବାହାର କାଠରେ ଦର୍ଶନ ସାନିଧ୍ୟ ନେଇଛନ୍ତି ଭକ୍ତ ଶ୍ରଦ୍ଧାଳୁ । ଶାନ୍ତିଶୃଙ୍ଖଳାରେ ଦର୍ଶନ ପାଇଁ ପାଇଁ ପୁଲିସର ହ୍ୟୁମାନ ଚେନ ବେଶ ସହାୟକ ହୋଇଛି ।

ମହାପ୍ରଭୁଙ୍କ ଦର୍ଶନ ସାନିଧ୍ୟ ନେଇଛନ୍ତି ପ୍ରାୟ ଦୁଇ ଲକ୍ଷ ଶ୍ରଦ୍ଧାଳୁ । ଆଜି ଭିଡ଼କୁ ଦୃଷ୍ଟି ରେ ରଖି ଭିତର କାଠ ଦର୍ଶନ ବନ୍ଦ ରଖାଯାଇଥିବା ବେଳେ ବାହାର କାଠରେ ଦର୍ଶନ ସାନିଧ୍ୟ ନେଇଛନ୍ତି ଭକ୍ତ ଶ୍ରଦ୍ଧାଳୁ । ଶାନ୍ତିଶୃଙ୍ଖଳାରେ ଦର୍ଶନ ପାଇଁ ପାଇଁ ପୁଲିସର ହ୍ୟୁମାନ ଚେନ ବେଶ ସହାୟକ ହୋଇଛି ।

Lord Jagannath

Lord Jagannath Photograph: (Kanak News)

କନକ ବ୍ୟୁରୋ : ଇଂରାଜୀ ନବବର୍ଷର ପ୍ରଥମ ଦିନରେ ପୁରୀରେ ହଜାର ହଜାର ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି । ନୂଆବର୍ଷର ପ୍ରଥମ ଦିନରେ ଏଯାଏଁ ପ୍ରାୟ ୨ଲକ୍ଷ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କଲେଣି । ବେଳାଭୂମିରେ ବି ନୂଆବର୍ଷର ପ୍ରଥମ ସୂର୍ଯ୍ୟୋଦୟ ଦେଖିବାକୁ ଲାଗିଥିଲା ଜମାଣିଆ ଭିଡ଼ । ରାତି ଗୋଟାଏ ୫୫ରୁ ଜଗା ଦର୍ଶନ ପାଇଁ ଲାଗିଛି ଲମ୍ବା ଲାଇନ୍ ।

ମହାପ୍ରଭୁଙ୍କ ଦର୍ଶନ ସାନିଧ୍ୟ ନେଇଛନ୍ତି ପ୍ରାୟ ଦୁଇ ଲକ୍ଷ ଶ୍ରଦ୍ଧାଳୁ । ଆଜି ଭିଡ଼କୁ ଦୃଷ୍ଟି ରେ ରଖି ଭିତର କାଠ ଦର୍ଶନ ବନ୍ଦ ରଖାଯାଇଥିବା ବେଳେ ବାହାର କାଠରେ ଦର୍ଶନ ସାନିଧ୍ୟ ନେଇଛନ୍ତି ଭକ୍ତ ଶ୍ରଦ୍ଧାଳୁ । ଶାନ୍ତିଶୃଙ୍ଖଳାରେ ଦର୍ଶନ ପାଇଁ ପାଇଁ ପୁଲିସର ହ୍ୟୁମାନ ଚେନ ବେଶ ସହାୟକ ହୋଇଛି । ଶ୍ରୀକ୍ଷେତ୍ରରେ ୭୦ ପ୍ଲାଟୁନ ଫୋର୍ସଙ୍କ ସୁରକ୍ଷା ବଳୟ ମଧ୍ୟରେ ମାର୍କେଟ ଛକ ଠାରୁ ବ୍ୟାରିକେଡ଼ ଦେଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଭକ୍ତ ଶ୍ରଦ୍ଧାଳୁ ।

ଅଧିକ ପଢ଼ନ୍ତୁ : କାଳିଆରେ......ଏଥର ମନକଥା ବୁଝିବୁ ତ?

୧୩ ଅତିରିକ୍ତ ଏସପି, ୪୩ ଡିଏସପି, ୮୭ ଇନ୍ସପେକ୍ଟର ,୩୩୦କନଷ୍ଟେବଳ, ହୋମଗାର୍ଡ ଦେଉଛନ୍ତି କଡା ପହରା । ଶ୍ରୀମନ୍ଦିର ଭିତରେ ୧୫୨ ସିସିଟିଭି ଓ ବାହାରେ ୧୯୨ ସିସିଟିଭି କ୍ୟାମେରା ଲାଗିଥିବା ବେଳେ ୭୦ ଜଣ ଏନସିସି କ୍ୟାଡେଟ ପୋଲିସକୁ କ୍ରାଉଡ୍ ନ୍ୟାନେଜେଣ୍ଟରେ ସହଯୋଗ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe