କନକ ବ୍ୟୁରୋ: କଟକ ଓଡ଼ିଶା ଯୁବ ଶିଳ୍ପଦ୍ୟୋଗୀ ସଂଘ (ଓଇଆ)ର ବାର୍ଷିକ ସାଧାରଣ ସଭା ଖପୁରିଆ ଶିଳ୍ପାଞ୍ଚଳସ୍ଥିତ କାର୍ୟ୍ୟାଳୟଠାରେ ଅନୁଷ୍ଠିତ ହୋଇଛି । ଏହି ଅବସରରେ ୨୦୨୫ ବର୍ଷ ପାଇଁ ନୂତନ କାର୍ୟ୍ୟକାରୀ କମିଟି ଗଠିତ ହୋଇଥିଲା । ସଂଘର ସଭାପତି ଭାବେ ମିହିର କୁମାର କାନୁନଗୋ, ଉପ- ସଭାପତି ବିଜୟ କୁମାର ସାହୁ, ସାଧାରଣ ସମ୍ପାଦକ ଡ. ଶିବବ୍ରତ ରାଉତ, କାର୍ୟ୍ୟନିର୍ବାହୀ ସମ୍ପାଦକ ଭୈରବ ଚନ୍ଦ୍ର ବେହେରା, ସଂଗଠନ ସମ୍ପାଦକ ମହେଶ୍ଵର ପରିଡ଼ା ଓ ଅର୍ଥ ସମ୍ପାଦକ ଭାବେ ସୁରେନ୍ଦ୍ର କୁମାର ପତି ନିର୍ବାଚିତ ହୋଇଛନ୍ତି । ସେହିପରି କାର୍ୟ୍ୟକାରୀ କମିଟି ସଭ୍ୟ ଭାବେ ଶିବେନ୍ଦୁ ଶେଖର ମିଶ୍ର, ବାନାମ୍ବର ମହାନ୍ତି, ସୁହେଲ ସାଜଦ ସରିଫ, ଶାରଦା ପ୍ରସନ୍ନ ଦାସ, ଶୀତଳ ପ୍ରସାଦ ଦାସ, ଆର୍ତ୍ତତ୍ରାଣ ଭୂୟାଁ, ପୀୟୂଷ ମହାରି, ବିଶ୍ଵରଞ୍ଜନ ଦାସ ପ୍ରମୁଖ ନିର୍ବାଚିତ ହୋଇଛନ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ଅଶୋକ କୁମାର ପଟ୍ଟନାୟକ ଓ ଦାମୋଦର ନାୟକ, ବିପିନବିହାରୀ ମହାନ୍ତି ନିର୍ବାଚନ ଅଧିକାରୀ ଦାୟିତ୍ୱ ତୁଲାଇଥିଲେ ।
ଓଡ଼ିଶା ଯୁବ ଶିଳ୍ପାଦ୍ୟୋଗୀ ସଂଘର ନୂଆ କର୍ମକର୍ତ୍ତା
କଟକ ଓଡ଼ିଶା ଯୁବ ଶିଳ୍ପଦ୍ୟୋଗୀ ସଂଘ (ଓଇଆ)ର ବାର୍ଷିକ ସାଧାରଣ ସଭା ଖପୁରିଆ ଶିଳ୍ପାଞ୍ଚଳସ୍ଥିତ କାର୍ୟ୍ୟାଳୟଠାରେ ଅନୁଷ୍ଠିତ ହୋଇଛି । ଏହି ଅବସରରେ ୨୦୨୫ ବର୍ଷ ପାଇଁ ନୂତନ କାର୍ୟ୍ୟକାରୀ କମିଟି ଗଠିତ ହୋଇଥିଲା ।
/kanak/media/media_files/2025/01/25/Ih0si9kO8gNjx5bnAqGd.jpeg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)