କନକ ବ୍ୟୁରୋ: ଓଡ଼ିଶା ରିଅଲ ଇଷ୍ଟେଟ୍ ରେଗୁଲେଟୋରୀ ଅଥରିଟି (ORERA) ଦ୍ୱାରା ଆଜି ଏକ ନୂତନ ୱେବସାଇଟ୍ (https://rera.odisha.gov.in) ORERA  ସଂସ୍କରଣ ୨.୦ ଆରମ୍ଭ କରାଯାଇଛି । ଆୟୋଜିତ ଏହି ସମାରୋହରେ ଓରେରା ଅଧ୍ୟକ୍ଷ ସିଦ୍ଧାନ୍ତ ଦାସ ନୂତନ ୱେବସାଇଟ୍ସ ଓରେରା (ସଦସ୍ୟ) ପ୍ରଦୀପ କୁମାର ବିଶ୍ୱାଳ, ଗୋପାଳ ଚନ୍ଦ୍ର ପଟ୍ଟନାୟକ ଏବଂ ଅନ୍ୟ ଅଧିକାରୀମାନଙ୍କ ଉପସ୍ଥିତିରେ ଉଦଘାଟନ କରିଛନ୍ତି ।

Advertisment

ସିଦ୍ଧାନ୍ତ ଦାସ ତାଙ୍କ ଅଭିଭାଷଣରେ କହିଥିଲେ ଯେ ବ୍ୟବସ୍ଥାରେ ସ୍ୱଚ୍ଛତା, ଦକ୍ଷତା ଏବଂ ଉତ୍ତରଦାୟିତ୍ଵକୁ ପ୍ରୋତ୍ସାହିତ କରିବାରେ ରେରା ପାଇଁ ଏହା ଏକ ଐତିହାସିକ ଦିନ । ରେକର୍ଡ ସମୟ ମଧ୍ୟରେ ଏହି ନୂତନ ୱେବସାଇଟକୁ ସଫଳତାର ସହ କାର୍ଯ୍ୟକାରୀ କରିଥିବାରୁ ସେ ସମସ୍ତ ଅଧିକାରୀ ଏବଂ ଦଳର ସଦସ୍ୟମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହା ବ୍ୟବହାରକାରୀ ଅନୁକୂଳ ଏବଂ ସମସ୍ତ ଅଂଶୀଦାରମାନଙ୍କ ପାଇଁ ସହାୟକ ହେବ ବୋଲି ଆଶା କରିଛନ୍ତି ସିଦ୍ଧାନ୍ତ ଦାସ ।

ଓରେରା ସଚିବ ଶ୍ରବଣୀ ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥ‌ିବା ବେଳେ ଅର୍ଥ ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଦୀପକ କୁମାର ବେଶରା ଧନ୍ୟବାଦ ଅର୍ପଣ କରିଥିଲେ । ଭୁବନେଶ୍ୱରସ୍ଥିତ IT କମ୍ପାନୀ CSM Technologies ଦ୍ୱାରା ବିକଶିତ ଏହି ଆପ୍ଲିକେସନରେ ଉଚ୍ଚମାନର ପ୍ରଯୁକ୍ତିବିଦ୍ୟା ସହିତ ତ୍ୟାଷବୋର୍ଡ଼, ଚାଟବଟ୍ ଇତ୍ୟାଦି ନୂତନ ବୈଶିଷ୍ଟ୍ୟ ରହିଛି । ଏହାଦ୍ୱାରା ପ୍ରମୋଟର, ଘର କ୍ରେତା, ରିଅଲ ଇଷ୍ଟେଟ୍ ଏଜେଣ୍ଟ ଏବଂ ଓକିଲମାନେ ନିରବଚ୍ଛିନ୍ନ କାରବାର କରିପାରିବା ସହ ଏହି ନୂତନ ବ୍ୟବସ୍ଥାରେ ଉପକୃତ ହେବେ । ଏହି ପୋର୍ଟାଲରେ ORERA ଏକ ସମର୍ପିତ ହେଲ୍ପଲାଇନ୍ ସ୍ଥାପନ କରିଛି ଏବଂ ବ୍ୟବହାରକାରୀଙ୍କୁ ଆବଶ୍ୟକ ସହାୟତା ଯୋଗାଇବା ପାଇଁ ଏକ ହେଲୁ ଡେସ୍କ ୦୬୭୪-୨୫୭୦୭୫୭ ମଧ୍ୟ ପ୍ରତିଷ୍ଠା କରିଛି । ଜନସାଧାରଣଙ୍କ ଦ୍ବାରା ଉଠାଯାଇଥିବା ପ୍ରଶ୍ନର ସମାଧାନ ପାଇଁ ସିଷ୍ଟମରେ ଏକ ଇଣ୍ଟରାକ୍ଟିଭ୍ ଚାଟବଟ୍ ମଧ୍ୟ ଅଛି  ।