ରାଉରକେଲାରେ ଲୁଟର ନୂଆ ତରିକା । ସଫା କରିବା ନାଁରେ ସୁନାଚୋରି

Advertisment

ରାଉରକେଲାରେ ଲୁଟର ନୂଆ ତରିକା । ଚିକ୍କଣ କଥା କହି ଓ ଲୋଭ ଦେଖାଇ ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କାର ସୁନା ଗହଣା। ବିଭିନ୍ନ ନାମୀ ଦାମୀ କମ୍ପାନୀ ନାଁରେ ସୁନା ଗହଣା ସଫା କରିବା କହି ମହିଳାଙ୍କ ଠାରୁ କରୁଛନ୍ତି ଲୁଟ

ରାଉରକେଲାରେ ଲୁଟର ନୂଆ ତରିକା । ଚିକ୍କଣ କଥା କହି ଓ ଲୋଭ ଦେଖାଇ ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କାର ସୁନା ଗହଣା। ବିଭିନ୍ନ ନାମୀ ଦାମୀ କମ୍ପାନୀ ନାଁରେ ସୁନା ଗହଣା ସଫା କରିବା କହି ମହିଳାଙ୍କ ଠାରୁ କରୁଛନ୍ତି ଲୁଟ

gold loot

କନକ ବ୍ୟୁରୋ: ରାଉରକେଲାରେ ଲୁଟର ନୂଆ ତରିକା । ଚିକ୍କଣ କଥା କହି ଓ ଲୋଭ ଦେଖାଇ ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କାର ସୁନା ଗହଣା। ବିଭିନ୍ନ ନାମୀ ଦାମୀ କମ୍ପାନୀ ନାଁରେ ସୁନା ଗହଣା ସଫା କରିବା କହି ମହିଳାଙ୍କ ଠାରୁ କରୁଛନ୍ତି ଲୁଟ। ଏହି ମାମଲାରେ ଲୁଟେରା ଗ୍ୟାଙ୍ଗକୁ ଧରିଛି ପୋଲିସ l 

  • ରାଉରକେଲାରେ ଲୁଟର ନୂଆ ତରିକା
  • ସଫା କରିବା ନାଁରେ ସୁନାଚୋରି 

ତେବେ ମିଳିଥିବା ସୂଚନା ମୁତାବକ, ପଡୋଶୀ ରାଜ୍ୟରୁ ଆସି ରାଉରକେଲାରେ ସକ୍ରିୟ ଥିଲେ ଏହି ଠକ ଗ୍ୟାଙ୍ଗ । ନାମୀ ଦାମୀ କମ୍ପାନୀର ଏଜେଣ୍ଟ ପରିଚୟ ଦେଇ ମହିଳାଙ୍କୁ ଚିକ୍କଣ କଥା କହି ସୁନା ଲୁଟିନେଇଛନ୍ତି ।  ସ୍ଥାନୀୟ ଲୋକଙ୍କ କହିବା କଥା ହେଲା, ଏମାନେ ସୁନା ଗହଣା ଓ ଶରୀରରେ ହଳଦୀ ଭଳି ଜିନିଷ ଲଗାଇଦେଉଥିଲେ । ତା ପରେ ଅଳଙ୍କାର ସଫା କରିବା ଆଳରେ ଆଖି ସାମ୍ନାରେ ମୂଲ୍ୟବାନ ସୁନା ଗହଣା ଧରି ଚମ୍ପଟ ମାରୁଥିଲେ l 

ପୁଲିସ ତଦନ୍ତରୁ ଠକ ଗ୍ୟାଙ୍ଗର ଠିକଣା ମିଳିଛି । ବିହାର ଓ ଝାଡ଼ଖଣ୍ଡ ଅଞ୍ଚଳର ଠକଦଳ ଗୋପବନ୍ଧୁପଲ୍ଲୀରେ ଭଡା ଘରୁ ପ୍ରସ୍ତୁତ କରୁଥିଲେ ଚୋରିର ବ୍ଲୁ ପ୍ରିଣ୍ଟ l ଆଉ ଏଥିରେ ସ୍ଥାନୀୟ କିଛି ଲୋକ ସହଯୋଗ କରୁଥିଲେ l ଘଟଣାରେ ୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ l ୧୦୩ ଗ୍ରାମ ସୁନା ଜବତ କରି ଲୁଟର ଶିକାର ହୋଇଥିବା ମହିଳାଙ୍କୁ ଫେରାଇଛି l 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe