କନକ ବ୍ୟୁରୋ: ରାଉରକେଲାରେ ଲୁଟର ନୂଆ ତରିକା । ଚିକ୍କଣ କଥା କହି ଓ ଲୋଭ ଦେଖାଇ ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କାର ସୁନା ଗହଣା। ବିଭିନ୍ନ ନାମୀ ଦାମୀ କମ୍ପାନୀ ନାଁରେ ସୁନା ଗହଣା ସଫା କରିବା କହି ମହିଳାଙ୍କ ଠାରୁ କରୁଛନ୍ତି ଲୁଟ। ଏହି ମାମଲାରେ ଲୁଟେରା ଗ୍ୟାଙ୍ଗକୁ ଧରିଛି ପୋଲିସ l
- ରାଉରକେଲାରେ ଲୁଟର ନୂଆ ତରିକା
- ସଫା କରିବା ନାଁରେ ସୁନାଚୋରି
ତେବେ ମିଳିଥିବା ସୂଚନା ମୁତାବକ, ପଡୋଶୀ ରାଜ୍ୟରୁ ଆସି ରାଉରକେଲାରେ ସକ୍ରିୟ ଥିଲେ ଏହି ଠକ ଗ୍ୟାଙ୍ଗ । ନାମୀ ଦାମୀ କମ୍ପାନୀର ଏଜେଣ୍ଟ ପରିଚୟ ଦେଇ ମହିଳାଙ୍କୁ ଚିକ୍କଣ କଥା କହି ସୁନା ଲୁଟିନେଇଛନ୍ତି । ସ୍ଥାନୀୟ ଲୋକଙ୍କ କହିବା କଥା ହେଲା, ଏମାନେ ସୁନା ଗହଣା ଓ ଶରୀରରେ ହଳଦୀ ଭଳି ଜିନିଷ ଲଗାଇଦେଉଥିଲେ । ତା ପରେ ଅଳଙ୍କାର ସଫା କରିବା ଆଳରେ ଆଖି ସାମ୍ନାରେ ମୂଲ୍ୟବାନ ସୁନା ଗହଣା ଧରି ଚମ୍ପଟ ମାରୁଥିଲେ l
ପୁଲିସ ତଦନ୍ତରୁ ଠକ ଗ୍ୟାଙ୍ଗର ଠିକଣା ମିଳିଛି । ବିହାର ଓ ଝାଡ଼ଖଣ୍ଡ ଅଞ୍ଚଳର ଠକଦଳ ଗୋପବନ୍ଧୁପଲ୍ଲୀରେ ଭଡା ଘରୁ ପ୍ରସ୍ତୁତ କରୁଥିଲେ ଚୋରିର ବ୍ଲୁ ପ୍ରିଣ୍ଟ l ଆଉ ଏଥିରେ ସ୍ଥାନୀୟ କିଛି ଲୋକ ସହଯୋଗ କରୁଥିଲେ l ଘଟଣାରେ ୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ l ୧୦୩ ଗ୍ରାମ ସୁନା ଜବତ କରି ଲୁଟର ଶିକାର ହୋଇଥିବା ମହିଳାଙ୍କୁ ଫେରାଇଛି l
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2024/10/29/MV1rdE1zpBqlIhmkyKdy.jpg)